ETV Bharat / state

ଇଟିଭି ଭାରତ ପ୍ରଭାବ: ଅଘୋରୀ ମଠର ପୁନରୁଦ୍ଧାର ପାଇଁ ଆସିଲା ସରକାରୀ ଅନୁଦାନ, ପଡ଼ିଲା ଭିତ୍ତିପ୍ରସ୍ତର

Etv Bharat Impact: ଇଟିଭି ଭାରତରେ ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ପରିଚୟ ପାଇବ ବ୍ରହ୍ମପୁର ସହରରେ ଅବସ୍ଥିତ ୩୦୦ ବର୍ଷର ପୁରାତନ ଅଘୋରୀ ମଠ । ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଥିବା ଏହି ମନ୍ଦିରର ବିକାଶ ପାଇଁ ସରକାର ପକ୍ଷରୁ ଆସିଲା ୫ଲକ୍ଷ ଟଙ୍କାର ଅନୁଦାନ । ଦେଖନ୍ତୁ ଏହି ରିପୋର୍ଟ

Ganjam 300 years Old Aghori Matha
Ganjam 300 years Old Aghori Matha
author img

By ETV Bharat Odisha Team

Published : Nov 23, 2023, 8:53 PM IST

ବାଜିଲା ଖବର ପଡିଲା ପ୍ରଭାବ: ଅଘୋରୀ ମଠର ପୁନରୁଦ୍ଧାର ପାଇଁ ଆସିଲା ସରକାରୀ ଅନୁଦାନ, ପଡ଼ିଲା ଭିତ୍ତିପ୍ରସ୍ତର

ବ୍ରହ୍ମପୁର: ପରିଚୟ ପାଇବ ଅଘୋରୀ ମଠ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ବିଭିନ୍ନ ମହଲରୁ ଦାବି ପରେ ଅଘୋରୀ ମଠର ପୁନରୁଦ୍ଧାର ପାଇଁ ଆସିଲା ସରକାରୀ ଅନୁଦାନ । ଏବେ ମନ୍ଦିରର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ୩୦୦ ବର୍ଷର ପୁରାତନ ଏହି ମନ୍ଦିରରେ ପୂଜା ପାଆନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଠାରେ କେବଳ ଗୋଟିଏ ବେଳା ମହାପ୍ରଭୁ ପୂଜା ପାଉଥିଲେ । ହେଲେ ଏବେ ମହାପ୍ରଭୁଙ୍କୁ ଏକ ଅସ୍ଥାୟୀ ମନ୍ଦିରକୁ ଆଣି ପୂଜାର୍ଚ୍ଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଭୋକରେ ରହୁଥିଲେ ମହାପ୍ରଭୁ, ଜଣାଇଥିଲୁ ଆମେ: ୩୦୦ ବର୍ଷର ପୁରାତନ ଅଘୋରୀ ମଠ ବିକାଶ ଆଢୁଆଳରେ ରହିଯାଇଥିବା ଏବଂ ବ୍ରହ୍ମପୁର ସହର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ପାହାଡଘେରା ମଧ୍ୟରେ ରହିଥିବା ଏହି ମଠରେ ଗୋଟିଏ ବେଳା ମହାପ୍ରଭୁଙ୍କ ଭୋଗ ହେବା ସହ ରାତ୍ର ସମୟରେ ଶ୍ରୀଜିଉ ଭୋକରେ ରହୁଥିବା ଖବର ପ୍ରଥମେ ଇଟିଭି ଭାରତରେ ପ୍ରସାରଣ ପରେ ଏହାକୁ ନେଇ ବିଭିନ୍ନ ମହଲରେ ଦେଖିବାକୁ ମିଳିଥିଲା ତତ୍ପରତା । ଏହି ପୁରାତନ ମଠର ବିକାଶ ପାଇଁ ବ୍ରହ୍ମପୁର ସହରର ବରିଷ୍ଠ ନାଗରିକଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏକତ୍ରିତ ହୋଇ ମଠର ବିକାଶ ପାଇଁ ଏକ କମିଟି ଗଠନ କରି ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ବି ପଢନ୍ତୁ- ଖବର ବାଜିଲା ପ୍ରଭାବ ପଡ଼ିଲା: ବିକାଶ ଦେଖିବ ଅଘୋରୀ ମଠ, ଅଣ୍ଟା ଭିଡିଲେ ଗ୍ରାମବାସୀ

ବାଜିଲା ଖବର ପଡିଲା ପ୍ରଭାବ: ଆଉ ଶେଷରେ ସରକାରଙ୍କ ପକ୍ଷରୁ ଏହି ମଠର ଉନ୍ନତି ପାଇଁ ଅନୁଦାନ ଆସିବା ସହିତ ଏହାର ଉନ୍ନତିକରଣ ପାଇଁ ଶେଷରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଆସି ପହଞ୍ଚିଥିବା ବେଳେ ଏଥିରେ ମଠର ଚତୁର୍ଦ୍ଧାମୂର୍ତ୍ତିକୁ ଆଣି ଅସ୍ଥାୟୀ ମନ୍ଦିରରେ ରଖି ପୂଜାର୍ଚ୍ଚନା କରାଯିବାକୁ ସ୍ଥିର କରାଯାଇଛି । ଏପରିକି ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଏହି ମଠକୁ ସମ୍ପୂର୍ଣ୍ଣ ଭାବରେ ପୁନଃରୁଦ୍ଧାର କରାଯାଇ ଏହାକୁ ଯେପରି ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ କରାଯିବ ସେ ନେଇ ଉଦ୍ୟମ କରାଯିବ ବୋଲି କୁହାଯାଇଛି ।

ଏହା ବି ପଢନ୍ତୁ- ବିକାଶ ଆଢୁଆଳରେ ଅଘୋରୀ ମଠ; ୩୦୦ ବର୍ଷ ପୂର୍ବେ ସ୍ଥାପନ ହୋଇଥିଲେ ଶ୍ରୀଜିଉ, ଓଳିଏ ଖାଇଲେ ଓଳିଏ ଉପାସରେ ମହାପ୍ରଭୁ

ବିକାଶ ହେବ ମଠ: ପାହାଡ ଘେରା ମଧ୍ୟରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଥିବା ଚତୁର୍ଦ୍ଧାମୂର୍ତ୍ତି ସମେତ ମା' ଚଣ୍ଡୀଙ୍କୁ ଏଠାରେ ପୂଜା କରାଯାଉଥିବା ବେଳେ ମହୁରି ରାଜା ଏହି ସ୍ଥାନରେ ଶ୍ରୀଜିଉଙ୍କୁ ସ୍ଥାପନ କରିବା ପରଠାରୁ ଏଠାରେ ପୂଜାର୍ଚ୍ଚନା ହୋଇ ଆସୁଅଛି । ତେବେ ମନ୍ଦିରଟି ପାହାଡ଼ ଉପରେ ରହିଥିବା ବେଳେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ମନ୍ଦିରକୁ ଯିବାକୁ ସେପରି କୌଣସି ବ୍ୟବସ୍ଥା ନଥିବାରୁ ଭୟରେ ରାତିରେ ମନ୍ଦିରକୁ ପୂଜକ ଯାଉନଥିଲେ । ଏଥିଲାଗି ମହାପ୍ରଭୁ କେବଳ ସକାଳ ବେଳା ପୂଜା ପାଉଥିବା ବେଳେ ରାତିରେ ଅଖିଆ ରହୁଥିଲେ । ଇଟିଭି ଭାରତରେ ଏହି ସମ୍ବନ୍ଧୀୟ ଖବର ପ୍ରକାଶ ପାଇବା ପରେ ଭକ୍ତଙ୍କ ମନ ଆନ୍ଦୋଳିତ ହୋଇଥିବା ବେଳେ ସମସ୍ତେ ଏହି ମଠର ବିକାଶ ପାଇଁ ଆଗେଇ ଆସିଥିଲେ ।

ଏନେଇ ଅଘୋରୀ ମଠ ଉନ୍ନୟନ କମିଟିର ସଭାପତି ତ୍ରିନାଥ ମହାରଣା କହିଛନ୍ତି, " ଇଟିଭି ଭାରତରେ ଖବର ବାଜିବା ପରେ ଏ ସମ୍ପର୍କରେ ଆମେ ଜାଣିବାକୁ ପାଇଲୁ । ସ୍ଥାନୀୟ ବ୍ୟକ୍ତିବିଶେଷ ମିଶି ଆମେ ଅଘୋରୀ ମଠ ଉନ୍ନୟନ କମିଟି ଗଠନ କରିଛୁ । ଏ ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲୁ । ସେହି ଚିଠି ଅନୁଯାୟୀ ଆମକୁ କିଛି ଆର୍ଥିକ ଅନୁଦାନ ମିଳିଛି । ଏବେ ମନ୍ଦିରର ବିକାଶ ପରେ ଏହାକୁ ଆଗାମୀ ଦିନରେ ଏକ ପର୍ଯ୍ୟଟନ ସ୍ଥଳୀ କରିବାକୁ ଆମେ ଉଦ୍ୟମ ଜାରି ରଖିବୁ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.