ETV Bharat / state

ବିପଦପରେ ଗଜରାଜ: ଦନ୍ତାହାତୀର ମୃତଦେହ ଠାବ - ଗଞ୍ଜାମ ଖବର

ଗଞ୍ଜାମ କନ୍ଧନୂଆପଲ୍ଲି ଗାଁ ନିକଟ କାଜୁ ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ବିପଦପରେ ଗଜରାଜ : ଦନ୍ତାହାତୀର ମୃତଦେହ ଠାବ
ବିପଦପରେ ଗଜରାଜ : ଦନ୍ତାହାତୀର ମୃତଦେହ ଠାବ
author img

By

Published : Jul 21, 2022, 10:15 PM IST

ଭଞ୍ଜନଗର: ବିପଦପରେ ଗଜରାଜ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ବନାଞ୍ଚଳ କନ୍ଧନୂଆପଲ୍ଲୀ ଗାଁ ନିକଟ କାଜୁ ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିପଦପରେ ଗଜରାଜ : ଦନ୍ତାହାତୀର ମୃତଦେହ ଠାବ

ହାତୀଟିର ବ୍ୟବଚ୍ଛେଦ ପରେ ତାକୁ ପୋତି ଦିଆଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡିଏଫଓ କହିଛନ୍ତି l ହାତୀଟି ଅନ୍ୟ ଅଞ୍ଚଳରୁ ଆସିଥିବା ବନବିଭାଗ କହୁଛି । ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ହାତୀ ମୃତ୍ୟୁ ଘଟିଥିବା କଥାକୁ ବିଦ୍ୟୁତ ବିଭାଗ ଏଡାଇ ଦେଉଛି । ତେବେ ମୃତ୍ୟୁ ହାତୀର ଦାନ୍ତ କାଟି ନିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ, ହାତୀଟି ଅନ୍ୟ ଅଞ୍ଚଳର ହୋଇଥିବା କହିଛି ବନ ବିଭାଗ । ତେବେ ମୃତହାତୀର ଗୋଟିଏ ଦାନ୍ତ ନ ଥିବା ବେଳେ ଆଉ ଗୋଟିଏ ଦାନ୍ତ ଥିବା କହିଛନ୍ତି ଡିଏଫଓ ।

ଇଟିଭି ଭାରତ , ଭଞ୍ଜନଗର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.