ETV Bharat / state

ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲା, ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ ଜେଲ୍ - ବିଷ୍ଣୁ ଗୌଡ ହତ୍ୟାକାଣ୍ଡ

Love Triangle Murder: ବହୁଚର୍ଚ୍ଚିତ ବିଷ୍ଣୁ ଗୌଡ ହତ୍ୟାକାଣ୍ଡ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ଅଧିକ ପଢନ୍ତୁ

vishnu gouda murder case
ବିଷ୍ଣୁ ଗୌଡ ହତ୍ୟା ମାମଲା
author img

By ETV Bharat Odisha Team

Published : Jan 12, 2024, 6:33 PM IST

Updated : Jan 12, 2024, 7:43 PM IST

ବିଷ୍ଣୁ ଗୌଡ ହତ୍ୟା ମାମଲା

ବ୍ରହ୍ମପୁର: ବହୁଚର୍ଚ୍ଚିତ ବିଷ୍ଣୁ ଗୌଡ ହତ୍ୟାକାଣ୍ଡ ମାମଲା । ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଏହି ମାମଲାରେ ସମସ୍ତ ସାକ୍ଷ୍ୟ ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ ହୋଇଥିବାବେଳେ ଶେଷରେ ଏହାର ରାୟ ପ୍ରକାଶ ପାଇଛି । ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା ।

ସୂଚନା ଅନୁଯାୟୀ, ୨୦୧୮ ମସିହା ସେପ୍ଟେମ୍ବର ମାସରେ ବିଷ୍ଣୁ ଗୌଡ଼ଙ୍କ ହତ୍ୟା କରାଯାଇଥିଲା । ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀ ବିଷ୍ଣୁଙ୍କୁ ନିଶା ଦେଇ ଅଚେତ କରିବା ପରେ‌ ହତ୍ୟା କରିଥିଲେ । ଡାକ୍ତର ହୃଷିକେଶ ତ୍ରିପାଠୀ ବିଷ୍ଣୁଙ୍କ ଶରୀରକୁ କ୍ଲିନିକାଲ ବ୍ଲେଡ଼ରେ ଖଣ୍ଡ ଖଣ୍ଡ କରି କାଟି ଦେଇଥଲେ । ପରେ ଡାକ୍ତର ତ୍ରିପାଠୀ ତାଙ୍କର ନିଜ କ୍ଳିନିକର ଅନ୍ୟ ଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କ ସହାୟତାରେ ତାଙ୍କ ମୃତଦେହକୁ ଗାୟବ କରିଥିଲେ । ବ୍ରହ୍ମପୁର ସହର ଉପକଣ୍ଠ ପଲିଗୁମୁଳା ଠାରେ କ୍ଲିନିକର ଆବର୍ଜନା ପକାଯାଉଥିବା ସ୍ଥାନରେ ପୋତି ଦେଇଥିଲେ ବିଷ୍ଣୁଙ୍କ ମୃତଦେହ ।

ଏହା ମଧ୍ୟ ପଢନ୍ତୁ...ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ; ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ୨୦ବର୍ଷ ସଜ୍ଜା ଶୁଣାଇଲେ କୋର୍ଟ

ଏହା ମଧ୍ୟ ପଢନ୍ତୁ...ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଏହା ମଧ୍ୟ ପଢନ୍ତୁ...ସରକାରୀ କ୍ବାଟରରେ ପତ୍ନୀ ହତ୍ୟା ମାମଲା; ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଆଜୀବନ ସଜ୍ଜା

ପରବର୍ତ୍ତୀ ସମୟରେ ପୋଲିସ ସେଠାରୁ ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା । ପରେ ବୈଦ୍ୟନାଥପୁର ଥାନା ପୋଲିସ ହତ୍ୟାକାରୀ ତଥା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଏହି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାରେ ଡାକ୍ତରଙ୍କ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କୁ 2 ବର୍ଷ କାରାଦଣ୍ତ ସହିତ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହି ମାମଲାରେ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ମଧ୍ୟ ସଜ୍ଜା ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ( ଏଡିଜେ -୩ )ଏହି ରାୟ ଶୁଣାଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 12, 2024, 7:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.