ETV Bharat / state

ଝିଅକୁ ନେଇ ପର ବାରଣ୍ଡାରେ ଦିନ କାଟୁଛନ୍ତି ପାର୍ବତୀ, ସହାୟତା ପାଇଁ ଦାବି - ପର ବାରଣ୍ଡରେ ଦିନ କାଟୁଛନ୍ତି ପାର୍ବତୀ

ସ୍ବାମୀ ଚାଲିଗଲା ପରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଗଞ୍ଜାମର ପାର୍ବତୀ ମଳିକ । ଘର ଖଣ୍ଡେ ଯୋଗାଇ ଦେବାକୁ ଅନୁରୋଧ । ଅଧିକ ପଢନ୍ତୁ...

ଝିଅକୁ ନେଇ ପର ବାରଣ୍ଡାରେ ଦିନ କାଟୁଛନ୍ତି ପାର୍ବତୀ, ସହାୟତା ପାଇଁ ଦାବି

author img

By

Published : Jun 1, 2021, 1:19 PM IST

ଭଞ୍ଜନଗର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମାଳମାଳ ହେଲେ ଆଜିବି ସରକାରଙ୍କ ଯୋଜନାରୁ ବଞ୍ଚିତ ରହୁଛନ୍ତି ଯୋଗ୍ୟ ହିତାଧିକାରୀ । ସେହିପରି ଜଣେ ହିତାଧିକାରୀ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପାର୍ବତୀ ମଳିକ । ସ୍ବାମୀ ଚାଲିଗଲା ପରେ ପର ବାରଣ୍ଡାରେ ଦିନ କାଟୁଛନ୍ତି ପାର୍ବତୀ ।

ଝିଅକୁ ନେଇ ପର ବାରଣ୍ଡାରେ ଦିନ କାଟୁଛନ୍ତି ପାର୍ବତୀ, ସହାୟତା ପାଇଁ ଦାବି

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତର ପାଇକ ବଗଡ଼ ଗ୍ରାମରେ ବସବାସ କରନ୍ତି ପାର୍ବତୀ ମଳିକ । ପୁଅ ଓ ଝିଅ ସ୍ବାମୀକୁ ନେଇ ବେଶ୍ ହସଖୁସିରେ ଚାଲିଥିଲା ସଂସାର । ହେଲେ 5 ବର୍ଷ ତଳେ ସ୍ବାମୀ ଚାଲିଗଲା ପରେ ସୁଖର ପରିବାର ଉପରେ ଦୁଃଖର ପାହାଡ ଖସିପଡିଛି । ଏପରି ଅଭାବି ପରିବାରକୁ ଦେଖି ବୋହୂକୁ ଅଲଗା ନେଇ ରହୁଛି ପୁଅ । ଫଳରେ ଝିଅକୁ ଧରି ପର ଘର ବାରଣ୍ଡାରେ ଦିନ କାଟୁଛନ୍ତି ପାର୍ବତୀ । ରାସନ କାର୍ଡରୁ ମିଳୁଥିବା ଚାଉଳ ଏବଂ ବିଧବା ଭତ୍ତା ମାଧ୍ୟମରେ ସିନା ପେଟକୁ ଦି ମୁଠା ଦାନା ମିଳୁଯାଉଛି, ହେଲେ ଖରା ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଛାତଟିଏ ନାହିଁ ।

ଫଳରେ ବାଧ୍ୟ ହୋଇ ଝିଅକୁ ଧରି ଏକ ଛପର ଘର ତିଆରି କରୁଥିବା ଦେଖିବାକୁ ମିଳିଛି । ପାର୍ବତୀଙ୍କୁ ତୁରନ୍ତ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.