ETV Bharat / state

ଦିଗପହଣ୍ଡି ବିଧାନସଭା ଆସନ ପାଇଁ କାହାକୁ ବିଜେଡି ଟିକେଟ୍‌ ? ଗୋପାଳ ସମାଜରୁ ପ୍ରାର୍ଥୀ କରିବାକୁ ଦାବି - ଗୋପାଳ ସମାଜରୁ ପ୍ରାର୍ଥୀ କରିବାକୁ ଦାବି

ଦିଗପହଣ୍ଡି ବିଧାନସଭା ଆସନ ପାଇଁ ବିଜେଡି ଗୋପାଳ ସମାଜରୁ ପ୍ରାର୍ଥୀ ଚୟନ କରିବାକୁ ଦାବି । ଅଧିକ ପଢନ୍ତୁ

gopal community
gopal community
author img

By ETV Bharat Odisha Team

Published : Nov 6, 2023, 9:41 AM IST

Updated : Nov 6, 2023, 1:35 PM IST

ଦିଗପହଣ୍ଡି ବିଧାନସଭା ଆସନ ପାଇଁ କାହାକୁ ବିଜେଡି ଟିକେଟ୍‌ ?

ଗଞ୍ଜାମ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଟିକେଟ ଆଶାୟୀଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା । କାହାକୁ ମିଳିବ ଟିକେଟ ଓ କାହାର କଟିବ ତାକୁ ନେଇ ଆଶା ଆଶଙ୍କାରେ ଆଶାୟୀ । ଦିଗପହଣ୍ଡି ବିଧାନସଭା ଆସନ ପାଇଁ ବିଜେଡି କାହାକୁ ଟିକେଟ ଦେବ ସେନେଇ ଲାଗି ରହିଛି ଚର୍ଚ୍ଚା । ଏହି ବିଧାନସଭା ଆସନ ପାଇଁ ବିଜେଡି ଦଳର ଦୁଇ ଗୋଷ୍ଠୀ ମଧ୍ଯରେ ବାଦ ବିବାଦ ଲାଗି ରହିଛି । ଏଭଳି ପରିସ୍ଥିତିରେ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ବିଜେଡି ଦଳ ଜିଲ୍ଲାର ଗୋପାଳ ସମାଜରୁ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଦାବି ହୋଇଛି । ଦିଗପହଣ୍ଡିରେ ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ସଭାଗୃହରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଦାବି କରିଛନ୍ତି ଗୋପାଳ ସମାଜର କର୍ମକର୍ତ୍ତା ।

ଜିଲ୍ଲାର ଦିଗପହଣ୍ଡି ଆସନରୁ ପୂର୍ବରୁ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଲଗାତାର ଭାବରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଆସୁଥିବା ବେଳେ ଗୋପାଳ ସମାଜର କର୍ମକର୍ତ୍ତାମାନେ ଦୀର୍ଘ ବର୍ଷ ଧରି ସହଯୋଗ କରିବା ସହିତ ବିଜେଡିକୁ ବିଜୟୀ କରି ଆସୁଥିଲେ । ହେଲେ ପୂର୍ବତନ ବାଚସ୍ପତିଙ୍କ ବିୟୋଗ ପରେ ଏହି ଆସନଟି ଖାଲି ରହିଛି । ଏଭଳି ପରିସ୍ଥିତିରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଗୋପାଳ ସମାଜକୁ ଏହି ଆସନରୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି ଅଧ୍ୟକ୍ଷଙ୍କ ସମେତ ପର୍ଯ୍ୟବେକ୍ଷକଙ୍କୁ ଲିଖିତ ଭାବରେ ଅବଗତ କରାଯାଇଛି । ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘର ସଭାପତି ତଥା ରାଜ୍ଯ ଉପସଭାପତି ମନୋରଞ୍ଜନ ଗୌଡ ଦିଗପହଣ୍ଡିଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍‌ ?

ଏପରିକି ଜିଲ୍ଲାର ଗୋପାଳ ସମାଜରଏହି ନିଷ୍ପତ୍ତି ସଂପର୍କରେ ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁତ୍ର ତଥା ଦଳର ବରିଷ୍ଠ ନେତା ବିପ୍ଲବ ପାତ୍ରଙ୍କୁ ମଧ୍ଯ ଲିଖିତ ଭାବରେ ଅବଗତ କରାଯାଇଥିବା କହିଛନ୍ତି ମନୋରଞ୍ଜନ ଗୌଡ଼ । ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ପ୍ରାୟ ସାତ ଲକ୍ଷ ବ୍ୟକ୍ତି ବିଶେଷ ରହିଥିବା ବେଳେ ଦିଗପହଣ୍ଡିରେ 78 ରୁ 80 ହଜାର ଭୋଟର ରହିଥିବା ଦାବି ହୋଇଛି। ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ କେବଳ ଗୋପାଳ ସମାଜର 89 ପ୍ରତିଶତ ବ୍ୟକ୍ତିବିଶେଷ ଭୋଟ ଦେଇ ବିଜୟୀ କରି ଲଗାତାର ଭାବରେ ଆସୁଥିବା ଯୋଗୁଁ ତାଙ୍କର ଦେହାନ୍ତ ପରେ ସମାଜର ଜିଲ୍ଲା କର୍ମକର୍ତ୍ତାଙ୍କ ନିଷ୍ପତ୍ତି କ୍ରମେ ଦିଗପହଣ୍ଡି ଆସନରୁ ସମାଜର ଜଣେ ପ୍ରତିନିଧି ବିଧାୟକ ଭାବରେ ପ୍ରତିଦ୍ୱନ୍ଦିତା କରିବାକୁ ସ୍ଥିର କରାଯାଇଥିବା କହିଛନ୍ତି ମନୋରଞ୍ଜନ ।

ଏପରିକି ପରବର୍ତ୍ତୀ ସମୟରେ ଦିଗପହଣ୍ଡି ଅଞ୍ଚଳରେ ରହିଥିବା ପାଞ୍ଚରୁ ସାତୋଟି ଅନ୍ୟ ସମାଜକୁ ନେଇ ଏ ବିଷୟରେ ଆଲୋଚନା କରାଯାଇଥିବା ବେଳେ ସେମାନେ ମଧ୍ଯ ଏ ନେଇ ସହଯୋଗ କରିବେ ବୋଲି କହିଛନ୍ତି ମନୋରଞ୍ଜନ । ଏଣୁ ଏଭଳି ସ୍ଥିତିରେ ମୁଖ୍ଯମନ୍ତ୍ରୀ ଦିଗପହଣ୍ଡି ବିଧାନସଭା ଆସନରୁ ଗୋପାଳ ସମାଜରୁ ପ୍ରାର୍ଥୀ ଚୟନ କରିବାକୁ ଅନୁରୋଧ କରାଯାଇଛି । ଏପରିକି ସମାଜ ପକ୍ଷରୁ ପ୍ରତ୍ୟେକ ସଦସ୍ୟ 100 ଟଙ୍କା ଓ ଚାଉଳ ଦେଇ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିବା କୁହାଯାଇଛି ।

ଆୟୋଜିତ ସମ୍ମିଳନୀରେ ରାଜ୍ୟର ବରିଷ୍ଠ ସାମ୍ୱାଦିକ ରବି ଦାଶ ଉପସ୍ଥିତ ରହି କହିଛିଲେ ଯେ, ଗୋପାଳ ସମାଜ ଏଭଳି ଦାବିକୁ ଯଥାର୍ଥତା ବୋଲି କହିବା ସହିତ ଜିଲ୍ଲାରେ ସମାଜର ସଂଖ୍ଯା ବହୁ ଅଧିକ ରହିଥିବାରୁ ସେମାନଙ୍କ ପ୍ରତିନିଧିର ଆବଶ୍ଯକତା ରହିଥିବା କହିଛନ୍ତି । ଗତ 75 ବର୍ଷ ମଧ୍ଯରେ କେବଳ ସ୍ୱର୍ଗତ ବିଜୁ ପଟ୍ଟନାୟକ ଶାସନ ସମୟରେ ଭଞ୍ଜନଗର ଅଞ୍ଚଳରେ ଜଣେ ସମାଜର ବ୍ଯକ୍ତିକୁ ବିଧାୟକ କରିଥିଲେ । ହେଲେ ଏମାନଙ୍କ ସଂଖ୍ଯା ଅଧିକ ରହିଥିଲେ ମଧ୍ଯ ବିଧାନସଭା, ଲୋକସଭା କିମ୍ୱା ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ନମିଳିଥିବାରୁ ସେମାନେ ସମ୍ୱିଧାନର ବ୍ଯବସ୍ଥା ଅନୁଯାୟୀ ସମାନ ଅଧିକାର ସୁଯୋଗ ପାଇବାର ଆବଶ୍ଯକତା ରହିଛି । ସରପଞ୍ଚ ସଂଘର ସଭାପତି ତଥା ରାଜ୍ଯ ଉପସଭାପତି ମନୋରଞ୍ଜନ ଗୌଡକୁ ପ୍ରାର୍ଥୀ କରାଯାଉ ବୋଲି ସେମାନେ ଲିଖିତ ଭାବରେ ଅବଗତ କରାଇଛନ୍ତି ।

Last Updated : Nov 6, 2023, 1:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.