ETV Bharat / state

ଚାଷ ଜମିରୁ ବୃଦ୍ଧଙ୍କ ମୃତ ଶରୀର ଉଦ୍ଧାର, କାରଣ ଅସ୍ପଷ୍ଟ - dead body

ଚାଷ ଜମିରୁ ବୃଦ୍ଧଙ୍କ ମୃତ ଶରୀର ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଗ୍ରାମରେ। ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ।

ଚାଷ ଜମିରୁ ବୃଦ୍ଧଙ୍କ ମୃତ ଶରୀର ଉଦ୍ଧାର, କାରଣ ଅସ୍ପଷ୍ଟ

author img

By

Published : May 24, 2020, 9:37 AM IST

Updated : May 24, 2020, 2:03 PM IST

ଭଞ୍ଜନଗର: ଚାଷ ଜମିରୁ ବୃଦ୍ଧଙ୍କ ମୃତ ଶରୀର ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଗ୍ରାମରେ। ମୃତକ ଜଣକ ହେଲେ ସେହି ଗ୍ରାମର ଭଗବାନ ନାଇକ। ଘଟଣା ବିଷୟରେ ଖବର ପାଇ ଭଞ୍ଜନଗର ପୋଲିସ ପହଁଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ଚାଷ ଜମିରୁ ବୃଦ୍ଧଙ୍କ ମୃତ ଶରୀର ଉଦ୍ଧାର, କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ, ମୃତ ଭଗବାନ ଶନିବାର ସକାଳୁ ଚାଷ ଜମିକୁ ଯାଇଥିଲେ ହେଲେ ଘରକୁ ଆଉ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନଥିଲେ ସନ୍ଧ୍ୟା ସମୟରେ କୌଣସି ସୂତ୍ରରୁ ଖବର ପାଇଲେ ଯେ ଭଗବାନ ଚାଷ ଜମିରେ ପଡିଛନ୍ତି।

ସଙ୍ଗେ ସଙ୍ଗେ ପରିବାର ଲୋକେ ଘଟଣାସ୍ଥଳକୁ ଯାଇଁ ଦେଖିଲା ବେଳକୁ ଭଗବାନଙ୍କ ମୃତ୍ୟୁ ହୋଇସାରିଥିଲା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଦେହରେ କ୍ଷତ ଚିହ୍ନ ଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଭଗବାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡି଼ବ ବୋଲି ପୋଲିସ କହିଛି।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : May 24, 2020, 2:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.