ETV Bharat / state

କୋରୋନା ଭୟ: ଜାଣନ୍ତୁ, ହୋଲି ପୂର୍ବରୁ କିଭଳି ରହିବେ ସତର୍କ.. - Scared to celebrate Holi due to coronavirus

ହୋଲି ଖେଳିବା ସମୟରେ କଣ କଣ ସତର୍କତା ଅବଲମ୍ବନ କରିବେ ? ଏ ନେଇ ଗଞ୍ଜାମ ମୁଖ୍ୟ ଚିକିତ୍ସାଧିକାରୀ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି..

coronavirus
କରୋନା ଭୟ: ଜାଣନ୍ତୁ, ହୋଲି ପୂର୍ବରୁ କିଭଳି ରହିବେ ସତର୍କ ..
author img

By

Published : Mar 10, 2020, 12:02 AM IST

Updated : Mar 10, 2020, 12:46 PM IST

ବ୍ରହ୍ମପୁର: ରଙ୍ଗର ପର୍ବ ହୋଲି । ଭାଇଚାରା ଏବଂ ଆନନ୍ଦର ଏହି ପର୍ବକୁ ପାଳନ କରିବା ପାଇଁ ସମସ୍ତେ ଚାତକ ଭଳି ଅପେକ୍ଷା କରିଥାନ୍ତି । ହୋଲି କୁ ନେଇ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆୟୋଜିତ ହୋଇଥାଏ ଭଳିକି ଭଳି କାର୍ଯ୍ୟକ୍ରମ । ହେଲେ ରଙ୍ଗର ଏହି ପର୍ବକୁ ଖେଳିବା ସମୟରେ କିଭଳି ରହିବେ ସତର୍କ ? ଏ ନେଇ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଆର୍.ଜଗଦୀଶ ପଟ୍ଟନାୟକ ।

କରୋନା ଭୟ: ଜାଣନ୍ତୁ, ହୋଲି ପୂର୍ବରୁ କିଭଳି ରହିବେ ସତର୍କ ..

ସମଗ୍ର ବିଶ୍ବରେ ଏବେ କୋରୋନା ଆତଙ୍କ । ଏହି ପ୍ରାଣଘାତୀ ଭାଇରସରୁ ବର୍ତ୍ତିବା ପାଇଁ ଦିଆଯାଉଛି ସଚେତନତାର ବାର୍ତ୍ତା । ଏପଟେ ରାତି ପାହିଲେ ରଙ୍ଗର ପର୍ବ ହୋଲି ରହିଥିବାରୁ ଏ ନେଇ ବିଶେଷ ଟିପ୍ସ ଦେଉଛନ୍ତି ବିଶେଷଜ୍ଞ । ହୋଲି ଖେଳିବା ସମୟରେ କିଭଳି ସର୍ତକତା ଅବଲମ୍ବନ କରିବା ଆବଶ୍ୟକତା ରହିଛି ? ମୁଖ୍ୟତଃ ରାସାୟନିକ ରଙ୍ଗର ପ୍ରଭାବ ଶରୀର ପ୍ରତି କୁ-ପ୍ରଭାବ ପଡିବାକୁ ରହିଥିବାରୁ ମୁହଁରେ ନଲଗାଇବା ସହ ପରିବାର ମଧ୍ୟରେ ଏହାକୁ ପାଳନ ପାଇଁ ପରାମର୍ଶ ଦେଇଥାନ୍ତି ଆର୍.ଜଗଦୀଶ ପଟ୍ଟନାୟକ ।

ସେହିପରି ଶ୍ବାସ ରୋଗୀଙ୍କ ଠାରୁ ଆରମ୍ଭ କରି ଶିଶୁ ଏବଂ ବୟସ୍କ ମାନେ ହୋଲି ଖେଳିବା ସମୟରେ କିଭଳି ରହିବେ ସାବଧାନ ରହିବେ ? ଏଥିସହ ରୋଗୀ ଅଧିକ ସତର୍କ ଅବଲମ୍ବନ ପାଇଁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 10, 2020, 12:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.