ETV Bharat / state

ବଚସାରୁ ବିଭତ୍ସ ହତ୍ୟାକାଣ୍ଡ, ହାତ ଗୋଡକୁ ବାନ୍ଧି କୂଅରେ ପକାଇଥିଲା ଅଭିଯୁକ୍ତ - ବିଭତ୍ସ ହତ୍ୟାକାଣ୍ଡ

ସାଧାରଣ ବଚସାରୁ ତୁମୁଳ କାଣ୍ଡ । ପଥରରେ ଛେଚି ହତ୍ୟା କରିବା ପରେ ଗୋଡ ହାତ ମୁହଁକୁ ବାନ୍ଧି କୂଅରେ ପକାଇଥିଲା ଅଭିଯୁକ୍ତ । ଏଭଳି ଏକ ଘଟଣା ଘଟିଥିଲା ଗଞ୍ଜାମରେ। ଅଧିକ ପଢନ୍ତୁ...

ବଚସାରୁ ବିଭତ୍ସ ହତ୍ୟାକାଣ୍ଡ, ହାତ ଗୋଡକୁ ବାନ୍ଧି କୂଅରେ ପକାଇଥିଲା ଅଭିଯୁକ୍ତ

author img

By

Published : Feb 14, 2021, 8:11 AM IST

ଭଞ୍ଜନଗର: ସାଧାରଣ ବଚସାରୁ ହତ୍ୟାକାଣ୍ଡ। କୌଶଳ କ୍ରମେ ଡାକି ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଗୋଡ ହାତ ମୁହଁକୁ ବାନ୍ଧି କୂଅରେ ପକାଇଥିଲା ଅଭିଯୁକ୍ତ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ।

ବଚସାରୁ ବିଭତ୍ସ ହତ୍ୟାକାଣ୍ଡ, ହାତ ଗୋଡକୁ ବାନ୍ଧି କୂଅରେ ପକାଇଥିଲା ଅଭିଯୁକ୍ତ

ସୂଚନା ଅନୁସାରେ, ଗତ 5 ତାରିଖରେ ଶଙ୍କର ମହାନ୍ତି ନିଖୋଜ ହୋଇଯାଇଥିଲେ । ଏନେଇ ତାଙ୍କ ମା ଇନ୍ଦୁମତୀ ମହାନ୍ତି 6 ତାରିଖରେ ଜଗନ୍ନାଥପ୍ରସାଦ ଥାନାରେ ପୁଅର ନିଖୋଜ ନେଇ ଏତଲା ଦେଇଥିଲେ । ଘଟଣାକୁ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଥିବାବେଳେ 7 ତାରିଖରେ ସହରରେ ଥିବା ଯୁଧିଷ୍ଠିର ବିଦ୍ୟାଳୟ ପଛପଟ ଏକ ପରିତ୍ୟକ୍ତ କୂଅରୁ ଶଙ୍କର ମହାନ୍ତିର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା ।

ବର୍ତ୍ତମାନ ପୋଲିସର ତଦନ୍ତ ଚାଲିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ସିମାଞ୍ଚଳ ସାହୁ (ସିକା)କୁ ଥାନାକୁ ଆଣି ପଚରା ଉଚରା କରିଥିଲା ପୋଲିସ । ଶେଷରେ ପୋଲିସ ଆଗରେ ଦୋଷ ସ୍ବୀକାର କରିଥିଲା ହତ୍ୟାକାରୀ ସିମାଞ୍ଚଳ । କିଛିଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା ତାହାକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଥିଲା ଅଭିଯୁକ୍ତ। ଆଜି ଅଭିଯୁକ୍ତ ସିମାଞ୍ଚଳକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଲେ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.