ETV Bharat / state

12 ଗ୍ରାମ ବ୍ରାଉନସୁଗାର ଜବତ , 2 ଗିରଫ - ବ୍ରାଉନସୁଗାର ଜବତ

ଗୋଷାଣୀ ନୂଆଁଗାଁ ପୋଲିସ 12 ଗ୍ରାମ ବ୍ରାଉନସୁଗାର ସହ 2 ଜଣ ଯୁବକଙ୍କୁ ଗିରଫ କରିଛି । ଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ବରରୁ ବ୍ରହ୍ମପୁରକୁ ନିୟମିତ ଭାବେ ବ୍ରାଉନସୁଗାର ଚାଲାଣ ହେଉଥିଲା । ଉଭୟଙ୍କୁ ଗିରଫ କରିବା ପରେ ପୋଲିସ ଅଧିକ ଖୋଳତାଡ ଜାରି ରଖିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 31, 2019, 7:47 PM IST

Updated : Aug 31, 2019, 8:33 PM IST

ବ୍ରହ୍ମପୁର: ସହରରେ ଧଳାଜହର କାରବାରର ଫିଟୁଛି ଗୁମର । ଗୋଷାଣୀ ନୂଆଁଗାଁ ପୋଲିସ 12 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏଥିସହିତ 2 ଯୁବକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବୁଡୁ ଦାସ ଓ ରଞ୍ଜନ ସାହୁ ।

ସୂଚନାନୁସାରେ, ଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ବରରୁ ବ୍ରହ୍ମପୁରକୁ ନିୟମିତ ଭାବେ ବ୍ରାଉନସୁଗାର ଚାଲାଣ ହେଉଥିଲା । ଭାଲିଗଡ ଗ୍ରାମର ଜଣେ ଯୁବକ ନିଜ ଦୋକାନରେ ଏହି ସବୁକୁ ବିକ୍ରି କରିଥିଲା । ଗିରଫ ପରେ ଘଟଣା ସମ୍ପର୍କରେ ଗିରଫ ବ୍ୟବସାୟୀ ବୁଡୁ ଦାଶ ପ୍ରକାଶ କରିଛି ।

Brown sugar
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଖାଲି ସେତିକି ନୁହେଁ ରାଜଧାନୀରେ ଏସବୁକୁ ଖୁଲମଖୁଲା ବିକ୍ରି କରାଯାଉଥିବା ବେଳେ ତାହାକୁ କ୍ରୟ କରି ଆଣିବା ସହ ପକେଟ ପିଛା 500 ଟଙ୍କା ବିକ୍ରି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏଥିସହିତ ବୁଡୁକୁ ଏହି କାରବାରରେ ସହଯୋଗ କରୁଥିବା ଅନ୍ୟ ଜଣେ ଯୁବକ ରଞ୍ଜନ ସାହୁକୁ ଗିରଫ କରିଛି ପୋଲିସ । ତେବେ ଗିରଫ ଅଭିଯୁକ୍ତ ଦ୍ବୟ ସମ୍ପର୍କରେ ମାମୁଁ-ଭଣଜା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଉଭୟଙ୍କୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଥାନାକୁ ଆଣି ଅଧିକ ଖୋଳତାଡ ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:()-ରାଜଧାନୀ ଭୁବନେଶ୍ୱର ରୁ ବ୍ରହ୍ମପୁରକୁ ନିୟମିତ ବ୍ୟବଧାନରେ ଚାଲାଣ ହେଉଛି ବ୍ରାଉନ ସୁଗାର। ଗତ କିଛି ଦିନ ଧରି ଏଭଳି ନିଶାକାରବାର ବୃଦ୍ଧି ପାଇଥିବା ବେଳେ ସହର ସମେତ ଉପକଣ୍ଠ ଅଞ୍ଚଳର ଯୁବ ବର୍ଗ ନିୟମିତ ନିଶା ସେବନ କରୁଥିବା ସୂଚନା ମିଳିଛି । ସହରର ଗୋଷାଣୀନୂଆଗାଁ ଥାନା ପୋଲିସ ୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣ ଯୁବକ ଙ୍କୁ ଗିରଫ କରିବା ପରେ ଫିଟିଛି ଧଳା ଜହର କାରବାରର ଗୁମର । ଗତ କିଛି ଦିନ ଧରି ରାଜଧାନୀ ରୁ ଏହି ଧଳା ଜହର କୁ ଆଣି ସହର ଉପକଣ୍ଠ ଭାଲିଆଗଡ ଗ୍ରାମର ଜଣେ ଯୁବକ ନିଜ ଦୋକାନ ରେ ବିକ୍ରୀ କରି ଆସୁଥିବା ବେଳେ ତାହାକୁ ବହୁ ଯୁବ ବର୍ଗ କ୍ରୟ କରି ନେଉଥିବା ଘଟଣାକୁ ଗଣମାଧ୍ୟମ ସମୁଖରେ ପ୍ରକାଶ କରିଛି ଅଭିଯୁକ୍ତ ବୁଡୁ ଦାଶ ।
ବାଇଟ୍- ବୁଡୁ ଦାଶ(ଗିରଫ ବ୍ୟବସାୟୀ)
()-କେବଳ ସେତିକି ନୁହଁ ରାଜଧାନୀରେ ଖୋଲାଖୋଲି ଭାବରେ ଏହାକୁ ବିକ୍ରି କରାଯାଉଥିବା ବେଳେ ତାହକୁ କ୍ରୟ କରି ଆଣିବା ସହ ପକେଟ ପିଛା ୫୦୦ ଟଙ୍କାରେ ବିକ୍ରି କରାଯାଉଥିଲା । ଗତ ଦୁଇ ଦିନ ତଳେ ଭୁବନେଶ୍ୱରରୁ ୧୦ ଗ୍ରାମ ଓଜନର ବ୍ରାଉନ୍ ସୁଗାର କୁ ୪୦ ହଜାର ଟଙ୍କାରେ କ୍ରୟ କରି ଆଣିଥିବା କହିଛି ଅଭିଯୁକ୍ତ ଜଣଙ୍କ । ଏପରିକି ବୁଡୁ କୁ ସହଯୋଗ କରୁଥିବା ନେଇ ଅନ୍ୟ ଏକ ଯୁବକ ରଞ୍ଜନ ସାହୁ କୁ ମଧ୍ୟ ଗିରଫ କରିଛି ପୋଲିସ । ସେପଟେ ପୋଲିସ ହାତରେ ଧରାପଡିଥିବା ଦୁଇ ଯୁବକ ସଂପର୍କୀୟ ମାମୁଁ ଭଣଜା ବୋଲି ଜଣାପଡିଥିବା ବେଳେ ମାଜିଷ୍ଟେଟ ଉପସ୍ଥିତିରେ ଦୁଇ ଯୁବକ ଙ୍କୁ ଥାନାକୁ ଆଣି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଏହାର ଖୋଳତାଡ ।
ବାଇଟ୍- ରଞ୍ଜନ ସାହୁ(ଗିରଫ ଯୁବକ)
Body:()-ବ୍ରହ୍ମପୁର ସହର ଉପକଣ୍ଠରେ ଧଳା ଜହର ଜବତ ହେବା ଘଟଣାରେ ପୋଲିସ ତଦନ୍ତ ପରେ ଏହି କାରବାର ସଂପର୍କରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି । ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..Conclusion:ଏଡିଟିଙ୍ଗ୍ ଭିଜୁଆଲ ମୋଜୋରେ ଯାଇଛି।
Last Updated : Aug 31, 2019, 8:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.