ETV Bharat / state

ରାସନ ହଡପ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ

ରାସନ ହଡପ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ । ଗଞ୍ଜାମ ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡପ କରାଯାଇଥିବା ନେଇ ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Dec 15, 2022, 5:34 PM IST

ରାସନ ହଡପ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ
ରାସନ ହଡପ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ
ରାସନ ହଡପ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ

ବ୍ରହ୍ମପୁର: ହିତାଧୀକାରୀଙ୍କ ରାସନ ସାମଗ୍ରୀ ହଡପ ହୋଇଥିବା ନେଇ ଅଭିଯୋଗ । ଏନେଇ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ହିତାଧିକାରୀ । ଗଞ୍ଜାମ ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ହିତାଧିକାରୀମାନଙ୍କ ରାସନ ସାମଗ୍ରୀ ହଡପ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଚିକିଟି ଏନ୍.ଏ.ସି ର ୱାର୍ଡ ନଂ-୯,୧୦,୧୧ ଓ ୧୨ ରେ ବହୁ ମହିଳା ନିଜ ରାସନକାର୍ଡ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ।

ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନେତୃତ୍ବରେ ଆସି ହିତାଧିକାରୀମାନେ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି । ହିତାଧିକାରୀମାନଙ୍କ ଠାରୁ ଚଞ୍ଚକତା କରି ଆଙ୍ଗୁଠି ଛାପ, ନକଲି ଦସ୍ତଖତ ନେଇ ସେମାନଙ୍କ ପାଇଁ ଆସୁଥିବା ରାସନର ବାଟମାରଣା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । କୋଭିଡ ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ହିତାଧିକାରୀମାନଙ୍କ ପାଇଁ ମାଗଣା ରାସନ ସାମଗ୍ରୀ ଆସିଥିଲା । ହେଲେ ସେମାନେ ରାସନ ସାମଗ୍ରୀ ପାଇନଥିବା କହିଥିଲେ । ସେମାନେ ଆହୁରି ଅଭିଯୋଗ ଆଣିଛନ୍ତି ଯେ ଏକ ଟଙ୍କିଆ ଚାଉଳକୁ ମଧ୍ୟ ଆବଣ୍ଟନ କରାଯାଇନଥିଲା ।

ଏହି ଘଟଣାର ତଦନ୍ତ କରା ନ ଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ହିତାଧିକାରୀ । ଅନ୍ୟପଟେ ଘଟଣାକୁ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିସି କହିଛନ୍ତି ଏବାବଦରେ ଲିଖିତ ଭାବରେ ଅବଗତ କରାଗଲେ ତାହାର ତଦନ୍ତ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.