ETV Bharat / state

ଛତ୍ରପୁର ବ୍ଲକରେ ବିଜେପିର ବିକ୍ଷୋଭ, ବ୍ଲକ ଆଗରେ ଧାରଣା - BJP protest in chatrapur

ଛତ୍ରପୁର ବ୍ଲକରେ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି । ଦଳର ପୂର୍ବତନ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ତତ୍ବାବଧାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଆଗକୁ ପଢ଼ନ୍ତୁ,

ଛତ୍ରପୁର ବ୍ଲକରେ ବିଜେପିର ବିକ୍ଷୋଭ
ଛତ୍ରପୁର ବ୍ଲକରେ ବିଜେପିର ବିକ୍ଷୋଭ
author img

By ETV Bharat Odisha Team

Published : Nov 23, 2023, 7:47 AM IST

ଛତ୍ରପୁର ବ୍ଲକରେ ବିଜେପିର ବିକ୍ଷୋଭ

ଗଞ୍ଜାମ: ଛତ୍ରପୁର ବ୍ଲକରେ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି । ଛତ୍ରପୁର ସଦର ମହକୁମାଠାରେ ଦଳର ପୂର୍ବତନ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ତତ୍ତ୍ୱାବଧାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଜିଲ୍ଲା ସଭାପତି ଡଃ ସୁବାସ ସାହୁଙ୍କ ସମେତ ଦଳର ବହୁ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

ସମଗ୍ର ଓଡ଼ିଶାରେ ବିଜେପି ପକ୍ଷରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ବୁଧବାର ଛତ୍ରପୁର ବ୍ଲକ ଆଗରେ ପ୍ରତିବାଦ କରିଥିଲେ ଜିଲ୍ଲା ବିଜେପି କର୍ମୀ । ଦଳର ପୂର୍ବତନ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ଜିଲ୍ଲା ସଭାପତି ଡଃ ସୁବାସ ସାହୁଙ୍କ ସମେତ ଦଳର ବହୁ ନେତୃବୃନ୍ଦ ମଧ୍ୟ ଏହି ପ୍ରତିବାଦର ମଙ୍ଗ ଧରିଥିଲେ । କିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଉଛି ସେନେଇ ଅଭିଯୋଗ ଆଣିଛନ୍ତି । ତାହା ସହିତ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଦଳ ପକ୍ଷରୁ ବ୍ଳକ ଘେରାଉ କରାଯାଇଥିବା କହିଛନ୍ତି କର୍ମୀ । ସେହିପରି ରାସନ କାର୍ଡରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ମାତ୍ରାରେ ପିସି କାରବାର ହେଉଥିବା କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଛତ୍ରପୁର ବ୍ଳକରେ ବର୍ଷା ଅଭାବରୁ ଅନେକ ଚାଷୀ ପ୍ରଭାବିତ ହୋଇଛନ୍ତି । ତେଣୁ ମରୁଡି ଘୋଷଣା କରି ଚାଷୀମାନଙ୍କୁ ଋଣ ଛାଡ କରିବା, ଖରିଫ ଫସଲ ପାଇଁ ଋଣ ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଗରୀବ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦେବା, ଆବାସ ଯୋଜନାରେ ଘର ଯୋଗାଇବା ପାଇଁ ନେଉଥିବା ଲାଞ୍ଚ କାରବାର ବନ୍ଦ କରିବା ସହିତ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ହିତାଧିକାରୀ ଚୟନରେ ହେଉଥିବା ଦୁର୍ନିତୀ ବନ୍ଦ କରିବାକୁ ଦାବି କରାଯାଇଛି । ଏକ ଦାବିପତ୍ର ମଧ୍ୟ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦଳ ପକ୍ଷରୁ ପ୍ରଦାନ କରାଯାଇଛି । ସେହିପରି ସଦର ମହକୁମାଠାରେ ରହିଥିବା ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅନେକ ଡାକ୍ତର ଓ ନର୍ସ ପଦବୀ ଖାଲି ପଡ଼ିଥିବା ଯୋଗୁଁ ଲୋକମାନେ ହଇରାଣ ହେଉଛନ୍ତି । ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି କରାଯାଇଛି ।

ଏହି ଅବସରରେ ଆୟୋଜିତ ବିକ୍ଷୋଭରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଭାଜପା ନେତା ପ୍ରଶାନ୍ତ କର, ବିଜେପି ନେତା କୃଷ୍ଣ ନାୟକ, ଛତ୍ରପୁର ଏନ୍.ଏ.ସିର ଅଧ୍ଯକ୍ଷା ଶ୍ରର୍ମିଷ୍ଠା ପ୍ରଧାନ, ଆଇନଜୀବି ପ୍ରଦୀପ କୁମାର ପାଢୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.