ବ୍ରହ୍ମପୁର: ଧାନକ୍ରୟ କରିବା କ୍ଷେତ୍ରରେ ଅବ୍ୟବସ୍ଥା ନେଇ ଆରଡିସିଙ୍କୁ ସ୍ମାରକପତ୍ର ଦେଲା ବିଜେପି । ତେବେ ଗଞ୍ଜାମ ଜିଲ୍ଲାରେ ରହିଥିବା ମଣ୍ଡିମାନଙ୍କରେ ଧାନ ସଠିକ୍ ଭାବରେ କ୍ରୟ ହେଉନଥିବା ଅଭିଯୋଗ କରିଛି ଦଳ । ଜିଲ୍ଲା କୃଷକ ବିଜେପି ମୋର୍ଚ୍ଚାର ସଭାପତିଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ଦଳର କର୍ମକର୍ତ୍ତା ମାନେ ଆସି ବିକ୍ଷୋଭ ପଦର୍ଶନ କରିବା ସହ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଧାନର ମାନ ପରୀକ୍ଷାରେ ଅନିୟମିତତା ହେଉଥିବା ବେଳେ ଟୋକେନ ଅବଧି ବଢାଇବା ସହ ଚାଷୀଙ୍କ ଠାରୁ ଯଥା ଶୀଘ୍ର ଧାନ କିଣିବାକୁ ଏବଂ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ