ETV Bharat / state

ମମିତାଙ୍କୁ ନ୍ୟାୟ ଦାବିରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା

author img

By

Published : Oct 25, 2021, 9:44 PM IST

ମମିତାଙ୍କୁ ନ୍ୟାୟ ପ୍ରଦାନ ସହ ମନ୍ତ୍ରୀଙ୍କୁ ଗିରଫ ଦାବିରେ ବ୍ରହ୍ମପୁରରେ ବିଜେପି ପକ୍ଷରୁ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅଧିକ ପଢନ୍ତୁ...

ମମିତାଙ୍କୁ ନ୍ୟାୟ ଦାବିରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା
ମମିତାଙ୍କୁ ନ୍ୟାୟ ଦାବିରେ ବିଜେପିର କ୍ୟାଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର: କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବା ଦାବି ନେଇ ବ୍ରହ୍ମପୁର ଠାରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏକ ସଭାଯାତ୍ରା ବାହାରିଥିଲା ।

ଏହି ଅବସରରେ ସହରର ରାମଲିଙ୍ଗେଶ୍ୱର ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ମହିଳା ବିଜେପିର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ବିଜେପିର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏପରିକି ଏହି ଘଟଣାରେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ଦଳ ପକ୍ଷରୁ ପ୍ରଶ୍ନ କରାଯିବା ସହିତ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ପାଇଁ ଦାବି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.