ETV Bharat / state

5T ସଚିବଙ୍କ ଗଞ୍ଜାମ ଗସ୍ତ: ଖଲ୍ଲିକୋଟ କାର୍ଯ୍ୟକ୍ରମକୁ ବିରୋଧ, କଳାପତକା ଦେଖାଇଲେ କଂଗ୍ରେସ ଓ ବିଜେପି କର୍ମୀ - 5T ସଚିବ ଭିକେ ପାଣ୍ଡିଆନ

5T ସଚିବ ଭିକେ ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ପ୍ରଥମ ଦିନର ହାଇଡ୍ରାମା ଦେଖିବାକୁ ମିଳିଥିଲା । ଆଜି ଦ୍ବିତୀୟ ଦିନରେ ମଧ୍ୟ ସଚିବଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ଓ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରିଥିଲେ । ଅଧିକ ପଢ଼ନ୍ତୁ

5T ସଚିବଙ୍କ ଗଞ୍ଜାମ ଗସ୍ତ
5T ସଚିବଙ୍କ ଗଞ୍ଜାମ ଗସ୍ତ
author img

By ETV Bharat Odisha Team

Published : Aug 26, 2023, 10:31 PM IST

5T ସଚିବଙ୍କ ଗଞ୍ଜାମ ଗସ୍ତ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ପ୍ରଥମ ଦିନର ହାଇଡ୍ରାମା ପରେ ଆଜି ଦ୍ବିତୀୟ ଦିନରେ ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ ସଚିବ । ଆଜି ମଧ୍ୟ କେତେକ ସ୍ଥାନରେ ସଚିବଙ୍କ ଗସ୍ତକୁ ବିରୋଧ ହୋଇଥିବା ବେଳେ ଗଞ୍ଜାମ ଖଲ୍ଲିକୋଟ କାର୍ଯ୍ୟକ୍ରମକୁ ଯିବାବେଳେ 5T ସଚିବଙ୍କ କାରକେଡ୍‌କୁ କଳା ପତକା ଦେଖାଇଥିଲେ କଂଗ୍ରେସ ଓ ବିଜେପି କର୍ମୀ ।

ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥାନୀୟ ଆର୍‌ସିଏମ୍ କଲେଜ ଖେଳପଡିଆଠାରେ ହୋଇଥିବାବେଳେ ସ୍ଥାନୀୟ ନିର୍ମଳଝର ଛକରେ ଏନେଇ ହେଲିପ୍ୟାଡ ପ୍ରସ୍ତୁତ ହୋଇଥିଲା । ହେଲେ 5T ସଚିବ ନିର୍ଦ୍ଧାରିତ ସମୟରେ ପହଞ୍ଚିଥିବା ବେଳେ ସେ ହେଲିପ୍ୟାଡରୁ କାର୍ଯ୍ୟକ୍ରମ ସ୍ଥଳକୁ ଯିବା ବାଟରେ ପୋଲିସ କାରକେଡ୍‌ ପଟକୁ ହଠାତ୍ ମାଡି ଆସି କଳାପତକା ଦେଖାଇବାକୁ ଉଦ୍ୟମ କରିଥିଲେ ସ୍ଥାନୀୟ କଂଗ୍ରେସ ଓ ବିଜେପି ଦଳର କର୍ମୀ । ଏହାପରେ ସେଠାରେ ଉପସ୍ଥିତ ପୋଲିସ କର୍ମୀ ମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...5T ସଚିବଙ୍କ ଗଞ୍ଜାମ ଗସ୍ତ, କଳାପତାକା ଦେଖାଇ ବିରୋଧ କଲା ବିଜେପି

ଏହା ମଧ୍ଯ ପଢ଼ନ୍ତୁ...5T ସଚିବଙ୍କ ଗଞ୍ଜାମ ଗସ୍ତ; ହେଲିକପ୍ଟରରେ ଫେରିବା ବେଳେ କଳାପତକା ପ୍ରଦର୍ଶନ ସହିତ ଅଣ୍ଡାମାଡ ! ଭିଡିଓ ଭାଇରାଲ

5T ସଚିବ ଆଜି ଦ୍ବିତୀୟ ଦିନରେ ପ୍ରଥମେ ଜିଲ୍ଲାର ଭଞ୍ଜନଗରଠାରେ କେଏସ୍‌ୟୁବି ଖେଳପଡିଆଠାରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ସୋରଡଠାରେ ଆୟୋଜିତ ମିନି ଷ୍ଟାଡିୟମ୍ ଏବଂ ଆସିକା ସ୍ଥିତ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ 5T ସଚିବ ଭିକେ ପାଣ୍ଡିଆନ । ଏହାପରେ ସ୍ଥାନୀୟ ମିଶନ ଶକ୍ତି କାଫେରେ ପହଞ୍ଚି ଅନୁଧ୍ୟାନ ପରେ ପୋଲସରାସ୍ଥିତ ଲୁଣି ଘାଟି ଷ୍ଟାଡିୟମ୍ ଠାରେ ଆୟୋଜିତ ଜନଶୁଣାଣି ଏବଂ ଶେଷରେ ଖଲ୍ଲିକୋଟ ସ୍ଥିତ ଆର୍‌ସିଏମ୍ କଲେଜ ଖେଳପଡିଆରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେପଟେ ଭଞ୍ଜନଗରରେ କାର୍ଯ୍ୟକ୍ରମ ପୂର୍ବରୁ କେତେକ ବିଜେପି ଦଳୀୟ କର୍ମୀ କଳାକନା ବାନ୍ଧି ବିରୋଧ ପ୍ରଦର୍ଶନ କରିଥବାବେଳେ ପୋଲସରାରେ ଠାରେ ସ୍ଥାନୀୟ ବିଜେପି କର୍ମୀ ଓ ନେତୃବୃନ୍ଦ କାର୍ଯ୍ୟକ୍ରମ ପୂର୍ବରୁ ବିରୋଧ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ଏକପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା । ସେହିପରି ବିଜେପି ଦଳର ଗତ ସାଧାରଣ ନିର୍ବାଚନ ସମୟରେ ଆସିକା ସଂସଦୀୟ ଦଳର ପ୍ରାର୍ଥିନୀ ଅନୀତା ପ୍ରିୟଦର୍ଶନୀଙ୍କ ସମେତ ଦଳର କେତେକ ନେତୃବୃନ୍ଦ ଖଲ୍ଲିକୋଟ ଅଭିମୁଖେ ଆସୁଥିବା ବେଳେ ସେମାନଙ୍କୁ ରାସ୍ତାରେ ପୋଲିସ ଅଟକାଇ ରଖିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.