ETV Bharat / state

ଚିଲିକା ହ୍ରଦରୁ ମିଳିଲା ନୂଆ ପ୍ରଜାତିର କୋଚିଆ ମାଛ, କଳିଙ୍ଗ ଡୁଣା ନାମରେ ନାମିତ

author img

By

Published : May 31, 2023, 4:48 PM IST

ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ମିଳିତ ସହଯୋଗରେ ଏକ ନୂତନ କୋଚିଆ ପ୍ରଜାତିର ମାଛ ଆବିଷ୍କାର କରାଯାଇଛି । ଅଧିକ ପଢନ୍ତୁ

ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର
ଚିଲିକା ହ୍ରଦରୁ ମିଳିଲା ନୂଆ ପ୍ରଜାତିର କୋଚିଆ ମାଛ

ବ୍ରହ୍ମପୁର: ଚିଲିକା ହ୍ରଦରୁ ନୂତନ ପ୍ରଜାତିର କୋଚିଆ ମାଛ କଳିଙ୍ଗ ଡୁଣା ଆବିଷ୍କାର ହୋଇଛି । ଏହି ନୂତନ ପ୍ରଜାତିର କୋଚିଆ ମାଛ କଳିଙ୍ଗ ଡୁଣା ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର ଦ୍ୱାରା ଆବିଷ୍କୃତ ହୋଇଛି । ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସରମାନଙ୍କ ମିଳିତ ସହଯୋଗରେ ଏହି ନୂତନ କୋଚିଆ ପ୍ରଜାତିର ମାଛ ଆବିଷ୍କାର କରାଯାଇଛି ।

ଚିଲିକା ହ୍ରଦ ଏବଂ ସଂଲଗ୍ନ ପାଲୁର କେନାଲରେ ଯେଉଁଠି ଜଳପ୍ରବାହ ସମ୍ପୂର୍ଣ୍ଣ ଜୁଆର ଉପରେ ନିର୍ଭରଶୀଳ ସେହିଭଳି ସ୍ଥାନରୁ ଏହି ମାଛର ଅନୁସନ୍ଧାନ ମିଳିଛି । ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଧ୍ରୀତୀ ବାନାର୍ଜୀ କହିଛନ୍ତି ଯେ,"ନୂତନ ପ୍ରଜାତିର ନାମ ପାଇସୋଡୋନୋଫିସ୍ କଳିଙ୍ଗା ଡୁନା । ଓଡ଼ିଶାର ଐତିହାସିକ ନାମରେ ଏହା ନାମିତ ହୋଇଛି ଏବଂ ସାଧାରଣ ନାମକୁ କଳିଙ୍ଗ ଡୁଣା ଭାବରେ ପ୍ରସ୍ତାବ ଦିଆଯାଇଛି । ଇଷ୍ଟୁଆରିନ୍ ବାୟୋଲୋଜି ଆଞ୍ଚଳିକ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ଅନିଲ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି କାର୍ଯ୍ୟରେ ସ୍ୱରୂପ ରଞ୍ଜନ ମହାନ୍ତି, ରାଜେଶ କୁମାର ବେହେରା, ସ୍ମୃତିରେଖା ଆଚାର୍ଯ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର. ଲିପିକା ପଟ୍ଟନାୟକ, ବାଜ୍‌କୁଲ ମିଳନୀ ମହାବିଦ୍ୟାଳୟର ପ୍ରଫେସର ଦୀପାଞ୍ଜନ ରାୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ୍‌ ପ୍ରଫେସର ଡକ୍ଟର. ଜୟ କିଶୋର ସେଠ୍‌ ଏବଂ ଡକ୍ଟର ଶେଷଦେବ ପାତ୍ର ଏବଂ ଇଷ୍ଟୁଆରିନ୍ ବାୟୋଲୋଜି ଆଞ୍ଚଳିକ କେନ୍ଦ୍ରର ଅବସରପ୍ରାପ୍ତ ବୈଜ୍ଞାନିକ ଶୁଭରେନ୍ଦୁ ଶେଖର ମିଶ୍ର ଏହି ଗବେଷଣାରେ ମିଳିତ ଭାବେ କାର୍ଯ୍ୟ କରିଥିଲେ ।

ବୈଜ୍ଞାନିକ ଡକ୍ଟର ଅନିଲ ମହାପାତ୍ର କହିଛନ୍ତି, "ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ମୌସୁମୀ ସମୟରେ ଏହି ନୂତନ ପ୍ରଜାତିର ଅଧିକ ପରିମାଣରେ ଦେଖାଯାଆନ୍ତି । ଏହି ମାଛମାନଙ୍କୁ ରାଜେଶ କୁମାର ବେହେରା ବହୁ ସଂଖ୍ୟାରେ M.Sc. dissertation(ନିବନ୍ଧ) କାର୍ଯ୍ୟ ପାଇଁ ସଂଗ୍ରହ କରିଥିଲେ । ଏହି ପ୍ରଜାତିଗୁଡ଼ିକ ପାଇସୋଡୋନୋଫିସ୍ ବୋରୋ ବୋଲି ଭାବି ଏହାର ଲମ୍ବା ଓ ଓଜନକୁ ଅନୁଧ୍ୟାନ କରିବାକୁ ଅଣାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ, ନମୂନାଗୁଡ଼ିକ ପାଇସୋଡୋନୋଫିସ୍ ବୋରୋଠାରୁ ଦାନ୍ତର ଆକୃତି, ମେରୁଦଣ୍ଡ ସଂଖ୍ୟା ଇତ୍ୟାଦି ଅଲଗା ଲାଗୁଛି । ତେଣୁ ବୈଜ୍ଞାନିକମାନଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣ ପରେ ଏହା ନିଶ୍ଚିତ ହୋଇଛି ଯେ, ଏଥିରେ ଚାରିରୁ ପାଞ୍ଚ ପ୍ରକାରର ବାହ୍ୟ ଏବଂ ଅଭ୍ୟନ୍ତରଣୀୟ ଆକୃତି ଅନ୍ତର୍ଭୁକ୍ତ ।" କେତେକଙ୍କ ଉଚ୍ଚ ମେରୁଦଣ୍ଡ ରହିଛି, କେତେକଙ୍କ କମ୍ ଉଚ୍ଚ ମେରୁଦଣ୍ଡ, ଦାନ୍ତର ପ୍ରକାର ଭେଦ ଅଲଗା ଉପଲବ୍ଧ ଗବେଷଣାକୁ ଯିବା ପରେ ଅନେକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଥିଲେ ।

ପ୍ରଜାତି ଅଧ୍ୟୟନ ପାଇଁ ZSIର ଜାତୀୟ ସଂଗ୍ରହାଳୟରୁ ସଂଗ୍ରହ କରାଯାଇଥିବା ନମୁନାଗୁଡ଼ିକର ପରୀକ୍ଷା ନିରୀକ୍ଷା କରାଯାଇଥିଲା ଯାହାକି ପୂର୍ବତନ ବୈଜ୍ଞାନିକ ସାର ଫ୍ରାନ୍ସିସ୍ ଡେ'ଙ୍କ ଠାରୁ କ୍ରୟ କରାଯାଇଥିଲା । ଏହି ସବୁ ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରଜାତି ନମୁନା ସଂଗ୍ରହ କରାଯାଇ ପ୍ରଜାତିର ପରୀକ୍ଷଣ ପାଇଁ ନିଆଯାଇଥିଲା । ବିଭିନ୍ନ ସ୍ଥାନରୁ ସଂଗୃହିତ ନମୁନାଗୁଡିକ ପରେ ଡିଏନ୍ଏ ବିଶ୍ଳେଷଣ ପାଇଁ ପ୍ରକ୍ରିୟାକରଣ କରାଯାଇଥିଲା । ଡିଏନ୍ଏ ଫଳାଫଳ ପରେ ଏହା ନିଶ୍ଚିତ ହୋଇଛି ଯେ ଦୁଇଟି ପ୍ରଜାତି ଜଡିତ ରହିଛନ୍ତି । ଗୋଟିଏ ହେଉଛି ପ୍ରତୀକ୍ଷିତ ପାଇସୋଡୋନୋଫିସ୍ ବୋରୋ ଏବଂ ଅନ୍ୟଟି ହେଉଛି ନୂତନ ପ୍ରଜାତି ପାଇସୋଡୋନୋଫିସ୍ କଳିଙ୍ଗା ।

ଇଚିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.