ETV Bharat / health

ଏସବୁ ରୋଗ ଦୂର କରେ ଡାଳିମ୍ବ, ଜାଣନ୍ତୁ କୋଲେଷ୍ଟ୍ରୋଲ-ଡାଇବେଟିସ୍ ରୋଗୀ ଖାଇଲେ କ'ଣ ହୁଏ ? - Health Benefits Of Pomegranate

author img

By ETV Bharat Health Team

Published : Sep 18, 2024, 10:53 AM IST

Health Benefits Of Pomegranate: ଡାଳିମ୍ବରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି । ପ୍ରତିଦିନ ଡାଳିମ୍ବ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ମିଳେ । ତେବେ ଡାଇବେଟିସ୍ ଓ କୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ କେତେ ହିତକର ଏହି ଫଳ ? ପଢନ୍ତୁ

ଏସବୁ ରୋଗ ଦୂର କରେ ଡାଳିମ୍ବ, ଜାଣନ୍ତୁ ଡାଇବେଟିସ୍ ରୋଗୀ ଖାଇଲେ କ'ଣ ହୁଏ ?
ଏସବୁ ରୋଗ ଦୂର କରେ ଡାଳିମ୍ବ, ଜାଣନ୍ତୁ ଡାଇବେଟିସ୍ ରୋଗୀ ଖାଇଲେ କ'ଣ ହୁଏ ? (ETV Bharat)

ହାଇଦ୍ରାବାଦ: ବିଭିନ୍ନ ପ୍ରକାର ଫଳ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବାରେ ସାହାଯ୍ୟ କରେ । ସେଥିମଧ୍ୟରୁ ଅନ୍ୟତମ ଡାଳିମ୍ବ । ଏହି ଫଳ କେବଳ ସ୍ବାଦିଷ୍ଟ ନୁହେଁ, ଏହାର ଅନେକ ଔଷଧୀୟ ଗୁଣ ବି ରହିଛି । ଡାଳିମ୍ବ ପୋଷକ ତତ୍ତ୍ବରେ ଭରପୂର । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ସି, ଭିଟାମିନ-କେ, ଫୋଲେଟ ଓ ପୋଟାସିୟମ ସହିତ ଆଣ୍ଟିଅକ୍ସିଡାଣ୍ଟ ମିଳେ । ନିୟମିତ ରୂପେ ଡାଳିମ୍ବ ଖାଇବା ଦ୍ବାରା ରକ୍ତଚାପ ଓ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ । ହୃଦୟ ସ୍ବାସ୍ଥ୍ୟ ପାଇଁ ବି ଏହା ବେଶ୍ ଲାଭଦାୟକ । ଏହାର ଔଷଧୀୟ ଗୁଣ କେତେକ କ୍ୟାନ୍ସର ଭଳି ରୋଗ ସହ ଲଢିବାରେ ସାହାଯ୍ୟ କରେ ।

ଆମ ଅଞ୍ଚଳରେ ପ୍ରାକୃତିକ ଭାବେ ଉତ୍ପାଦିତ ହେଉଥିବା ଡାଳିମ୍ବ ଫଳରୁ ନେଇ ଏହାର ଫୁଲ ଓ ପତ୍ରରେ ମଧ୍ୟ ଔଷଧୀୟ ଗୁଣ ରହିଥାଏ । ପ୍ରତିଦିନ ଗୋଟିଏ ଡାଳିମ୍ବ ଖାଇଲେ ପାଚନ କ୍ରିୟା ଠିକ୍ ରଖେ । ମଧୁମେହ ମଧ୍ୟ ନିୟନ୍ତ୍ରଣ କରିଥାଏ । ସେହିପରି ହୃଦରୋଗ ଆଶଙ୍କା କମ୍ କରିବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ତ୍ବଚାରେ ଚମକ ଆଣେ ।

ଡାଳିମ୍ବକୁ ନେଇ ଆଉ ଏକ ରୋଚକ କଥା ହେଲା- ଏହାର ମଞ୍ଜି ସହିତ ଚୋପା ଓ ଫୁଲ ବି ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବେଶ୍ ଲାଭଦାୟକ । ଜାଣନ୍ତୁ ଡାଳିମ୍ବ ଖାଇଦ୍ବା ଦ୍ବାରା କି କି ଫାଇଦା ମିଳେ

ଡାଳିମ୍ବରେ ପୋଷକ ତତ୍ତ୍ବ:

  • ଭିଟାମିନ ସି, କେ
  • ପୋଟାସିୟମ
  • ଲୌହ ତତ୍ତ୍ବ
  • ପ୍ରୋଟିନ
  • ମ୍ୟାଗ୍ନେସିୟମ

ହୃଦୟ ପାଇଁ ଭଲ: ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ପୀଡିତ ବ୍ୟକ୍ତି ପ୍ରତିଦିନ ଗୋଟିଏ ଡାଳିମ୍ବ ଖାଇପାରିବେ । କାରଣ ଏହା ଶରୀରରେ ନାଇଟ୍ରିକ ଏସିଡ ବଢାଏ ଓ ରକ୍ତଚାପ ନିୟନ୍ତ୍ରିତ କରିଥାଏ । ଏଥିରେ ହୃଦୟ ସୁସ୍ଥ ରହିଥାଏ ଓ ହୃଦରୋଗ ଆଶଙ୍କା କମିଥାଏ ।

ମଧୁମେହ ନିୟନ୍ତ୍ରିତ କରେ: ମଧୁମେହ ରୋଗୀ ଡାଳିମ୍ବ ଖାଇବା ଦ୍ବାରା ରକ୍ତରେ ଶର୍କର ସ୍ତର ନିୟନ୍ତ୍ରିତ ରହିଥାଏ । ଏଥିସହ ଏହି ଫଳରେ ବଂଶାନୁଗତ ମଧୁମେହ ରୋକିବାର କ୍ଷମତା ଥାଏ ।

ଏନିମିଆ ଦୂର କରେ: ଡାଳିମ୍ବରେ ଫୋଲେଟ ଓ ଆଇରନ ଭରପୂର ରହିଛି, ଯାହା ରକ୍ତ ଉତ୍ପାଦନ ପାଇଁ ଆବଶ୍ୟକ । ସାଧାରଣତଃ ଶରୀରରେ ଆଇରନର ଅଭାବ ହେଲେ ଏନିମିଆ ହୋଇଥାଏ । ତେଣୁ ଏନିମିଆ ପୀଡିତ ବ୍ୟକ୍ତି ପ୍ରତିଦିନ ସକାଳେ ଖାଲି ପେଟରେ ଡାଳିମ୍ବ ଖାଇଲେ ରକ୍ତ ବଢିଥାଏ ।

ତ୍ବଚାରେ ଗ୍ଲୋ ଆଣେ: ଡାଳିମ୍ବରେ ପ୍ରଚୁର ଭିଟାମିନ-ସି ମିଳେ । ଏହା ତ୍ବଚାରେ ଚମକ ଆଣିବା ସହ ସୁସ୍ଥ ରଖେ । ପ୍ରତିଦିନ ଏହି ଫଳ ଖାଇବା ଦ୍ବାରା ଏଥିରେ ଥିବା ଆଣ୍ଟି-ଏଜିଂ ଗୁଣ ଯୋଗୁଁ ତ୍ବଚାରେ ବୟସର ଛାପ ରୋକିଥାଏ । ଏହା ନୂଆ କୋଷିକା ତିଆରି କରେ ଏବଂ ଚର୍ମ କୁଞ୍ଚନ ଓ ତ୍ବଚା ସଂକ୍ରମଣରୁ ସୁରକ୍ଷା ଦିଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ଏଥିରେ ଥିବା ଭିଟାମିନ ସି ଓ ଅନ୍ୟ ପୋଷକ ତତ୍ତ୍ବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏହା ଦାନ୍ତ ପାଇଁ ବି ଖୁବ୍ ଭଲ । ଡାଳିମ୍ବ ଖାଇଲେ ଦାନ୍ତ ସୁସ୍ଥ ଓ ମଜଭୁତ ରହିଥାଏ ।

ପାଚନ ଠିକ୍ ରଖେ: ଡାଳିମ୍ବରେ ଫାଇବର ରହିଛି, ଯାହା ଶରୀର ପାଇଁ ଜରୁରୀ । ପ୍ରତିଦିନ ଡାଳିମ୍ବ ଖାଇବା ଦ୍ବାରା ପାଚନ ତନ୍ତ୍ର ଠିକ୍ ଭାବେ କାମ କରେ ଓ ପାଚନ ସମ୍ବନ୍ଧୀୟ ସମସ୍ୟା ହୁଏନି ।

କ୍ୟାନ୍ସରରୁ ସୁରକ୍ଷା: ଡାଳିମ୍ବରେ ସବୁ ପ୍ରକାରର କ୍ୟାନ୍ସର ଯେମିତିକି- ଟ୍ୟୁମର, ବ୍ରେଷ୍ଟ କ୍ୟାନ୍ସର ରୋକିବାର ଶକ୍ତି ରହିଛି । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡେ, ପ୍ରତିଦିନ ଗୋଟିଏ ଡାଳିମ୍ବ ସେବନ କ୍ୟାନ୍ସର କୋଷିକା ଉତ୍ପାଦନ ସୀମିତ କରିପାରେ ।

ସ୍ମରଣ ଶକ୍ତି ବଢାଏ: ନିୟମିତ ଡାଳିମ୍ବ ଖାଇଲେ ପ୍ରାକୃତିକ ଭାବେ ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟର ଶକ୍ତି ବଢେ ଓ ମସ୍ତିଷ୍କ ସକ୍ରିୟ ରହେ । ଏହା ଅଲଜାଇମର ଭଳି ରୋଗକୁ ସୁରକ୍ଷା ଦିଏ ।

ମହିଳାଙ୍କ ପାଇଁ ଭଲ: ପ୍ରତିଦିନ ସକାଳେ ଖାଲି ପେଟରେ ଡାଳିମ୍ବ ଖାଇଲେ ହରମୋନ ଅଭାବ ଦୂର କରେ ଓ ଗର୍ଭାଶୟ ସୁସ୍ଥ ରହେ । Ref- https://www.ncbi.nlm.nih.gov/pmc/articles/PMC4007340/

ଏହା ମଧ୍ୟ ପଢନ୍ତୁ: ପ୍ରତିଦିନ କେତୋଟି ଅଣ୍ଡା ଖାଉଛନ୍ତି ? ଅଧିକ ଖାଇଲେ ହୋଇପାରେ ସମସ୍ୟା, ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ - How many eggs to eat daily

ଏହା ମଧ୍ୟ ପଢନ୍ତୁ: ସବୁବେଳେ ଖୁସିରେ ରହିବାକୁ ଚାହୁଁଛନ୍ତି ? ପ୍ରତିଦିନ କରନ୍ତୁ ଏହି କାମ - Hobbies improve mental health

Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଆଧାରିତ । ଏହି ସୂଚନା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.