ETV Bharat / state

ଆର୍ମି ମେଜର ନିର୍ଯାତନା ମାମଲା: ରାଜରାସ୍ତାରେ ପୂର୍ବତନ ସେନା, IIC ସମେତ 5 ପୋଲିସ ସସପେଣ୍ଡ - 5 officers suspended

author img

By ETV Bharat Odisha Team

Published : Sep 18, 2024, 11:58 AM IST

Updated : 19 hours ago

Army Major Torture Case: ଭରତପୁର ଥାନାର ଆଇଆଇସିଙ୍କ ସମେତ 5 ଅଧିକାରୀଙ୍କୁ ନିଲମ୍ବିତ । ଆର୍ମି ମେଜର ନିର୍ଯାତନା ଅଭିଯୋଗ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ଆର୍ମି ମେଜର ନିର୍ଯାତନା ଘଟଣା: ICCଙ୍କ ସମେତ 5 ଅଧିକାରୀ ନିଲମ୍ବିତ
ଆର୍ମି ମେଜର ନିର୍ଯାତନା ଘଟଣା: ICCଙ୍କ ସମେତ 5 ଅଧିକାରୀ ନିଲମ୍ବିତ (ETV Bharat Odisha)

ଭୁବନେଶ୍ବର: ଥାନାରେ ସେନାରେ ଜଣେ ମେଜର ଓ ତାଙ୍କ ବନ୍ଧବୀଙ୍କୁ ନିର୍ଯାତନା ମାମଲା ଓ ବାନ୍ଧବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣାରେ ନିଲମ୍ବିତ ହେଲେ ୫ ଜଣ ପୋଲିସ ଅଧିକାରୀ । ଭରତପୁର ଥାନାଧିକାରୀ ଦୀନକୃଷ୍ଣ ମିଶ୍ର‌, ସବ-ଇନସ୍ପେକ୍ଟର ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଓ୍ବାସି ସାଗରିକା ରଥ, କନଷ୍ଟେବଳ ବଳରାମ ରଥଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ରୁଲ ନମ୍ବର-୮୪୦ ଓ ପିଏମଆର-୧୯୪୦ ଅନୁସାରେ, ଏହି ଅଧିକାରୀମାନଙ୍କୁ ନିଲମ୍ବିତ କରାଯାଇଥିବା ପୋଲିସ ଡ଼ିଜିଙ୍କ କାର୍ଯ୍ୟାଳୟରୁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

DGP ଅଫିସ ଆଗରେ ପ୍ରଦର୍ଶନ (ETV Bharat Odisha)

ପୋଲିସ ଅଧିକାରୀଙ୍କ ବଦଳି:-

ବିଭାଗୀୟ ତଦନ୍ତ ପରେ ସମ୍ନାକୁ ଆସିଥିବା ତଥ୍ୟ ଆଧାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ପୂର୍ବରୁ ଭରତପୁର ଥାନାର ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କୁ ଡିସିପି ହେଡକ୍ୱାଟରକୁ ଭାବେ ବଦଳି କରାଯାଇଛି । ଥାନାରେ ପୋଷ୍ଟିଂ ହେବାର ବର୍ଷେ ନପୂରୁଣୁ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କ ବଦଳି ହୋଇଛି । ଗତବର୍ଷ ସେପ୍ଟେମ୍ବର 25 ତାରିଖରେ ସେ ଆଇଆଇସି ଭାବେ ଯୋଗ ଦେଇଥିଲେ । ତାଙ୍କ ସମୟରେ ମଡେଲ ପୋଲିସ ଷ୍ଟେସନ ଭରତପୁର ଥାନା ବିଲ୍ଡିଂ ଉଦଘାଟନ କରାଯାଇଥିଲା । ହେଲେ ଏବେ ବର୍ଷେ ପୂରିବାକୁ ୭ ଦିନ ପୂର୍ବରୁ ବଦଳି କରାଯାଇଛି । ଭରତପୁର ଥାନାର ନୁତନ ଆଇଆଇସି ଭାବେ କମିଶନରେଟ ପୋଲିସର ହେଡକ୍ବାଟରରେ କାର୍ଯ୍ୟରତ ଥିବା ଦୀପକ ଖଣ୍ଡାୟତ ରାୟକୁ ଦାୟିତ୍ବ ମିଳିଛି ।

640/24 କେସର ‘ଆଇଓ’ ତଥା ସେଦିନ ଡିସିଓ ଥିବା ମହିଳା ‘ଏଏସଆଇ’ ସଲିଳମୟୀ ସାହୁଙ୍କୁ ବଦଳି କରାଯାଇଛି । ଏଥିସହ ଘଟଣାଦିନ ରାତିରେ ଥିବା ଡ୍ୟୁଟିରେ ଥିବା କନଷ୍ଟେବଳ ବଳରାମ ହାଁସଦାଙ୍କୁ ମଧ୍ୟ ରିଜର୍ଭ ଅଫିସକୁ ବଦଳି କରାଯାଇଛି ।

ଆର୍ମି ମେଜର ନିର୍ଯାତନା ମାମଲା: ICCଙ୍କ ସମେତ 5 ଅଧିକାରୀ ନିଲମ୍ବିତ
ଆର୍ମି ମେଜର ନିର୍ଯାତନା ମାମଲା : ICCଙ୍କ ସମେତ 5 ଅଧିକାରୀ ନିଲମ୍ବିତ (ETV Bharat Odisha)

କ୍ରାଇମବ୍ରାଞ୍ଚ ତଦନ୍ତ

ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ତଦନ୍ତ ଜାରି ରଖିଛି । ଏନେଇ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଭରତପୁର ଥାନାରେ ପହଞ୍ଚି ତନାଘନା କରିଛନ୍ତି । ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚର ଟିମ୍ କେସ ନମ୍ବର ୧୦/୨୪ ରୁଜୁ କରି ଭରତପୁର ଥାନାକୁ ଯାଇ ଘଟଣାର ତଦନ୍ତ କରିଛନ୍ତି ।

  • ସାମ୍ନାକୁ ଆସିଛି ପୋଲିସର FIR

ଏହା ମଧ୍ୟ ପଢନ୍ତୁ :- ଭୁବନେଶ୍ୱରରେ ଆର୍ମି ମେଜର ଓ ପ୍ରେମିକାଙ୍କୁ ମାଡ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ପୋଲିସ ଡିଜି - Army Officer Assault case

ମହିଳା ଏଏସଆଇ ସଲିଳମୟୀ ସାହୁ ଦେଇଥିବା ଏତଲା ଅନୁସାରେ, ମେଜରଙ୍କ ବାନ୍ଧବୀ ତାଙ୍କୁ ମାଡ ମାରିବା ସହ ଆକ୍ରମଣ କରିଥିଲେ । ମହିଳାଙ୍କ ପୁରୁଷ ବନ୍ଧୁ (ମେଜର) ଟଣାଓଟରା କରିବା ଯୋଗୁଁ ତାଙ୍କ ବର୍ଦିର ନେମପ୍ଲେଟ ଓ ସାର୍ଟର ବଟନ୍ ଛିଣ୍ଡି ଯାଇଥିଲା । ଅନ୍ୟଜଣେ ଲେଡିଜ ଷ୍ଟାଫ ଅଟକାଇବାକୁ ଉଦ୍ୟମ କରିବାରୁ ତାଙ୍କୁ ଖରାପ ଭାଷାରେ‌ ଗାଳିଗୁଲଜ କଲେ । ପରେ ଥାନାର ଲାପଟପ୍, ପ୍ରିଣ୍ଟର ଓ ଅନ୍ୟାନ୍ୟ ସାମଗ୍ରି ଫୋପଡା ଫିଙ୍ଗା କରିଥିଲେ । ୟୁନିଫର୍ମରେ ଥିବା ଲେଡି ଅଫିସରଙ୍କୁ ଜୀବନରୁ ମାରିଦେବାର ଧମକ ଚମକ ସହ ଚାକିରିରୁ ବହିଷ୍କୃତ କରିବାର ଧମକ ମଧ୍ୟ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀଙ୍କ ନାଁରେ ଅଭିଯୋଗ ଆଧାରରେ ୯ଟି ଦଫାରେ କେସ ହୋଇଛି । 640/24 ରେ କେସ ରୁଜୁ କରି ଘଟଣାରେ ଯୁବତୀ ଅର୍ଥାତ ମେଜରଙ୍କ ବାନ୍ଧବୀଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ଡିଜିପି କାର୍ଯ୍ୟାଳୟ ଘେରାଉ:

ଆର୍ମି ମେଜର ନିର୍ଯାତନା ମାମଲା: ICCଙ୍କ ସମେତ 5 ଅଧିକାରୀ ନିଲମ୍ବିତ (ETV Bharat Odisha)

ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ଘଟଣାକୁ ନେଇ ତେଜିଲା ଆନ୍ଦୋଳନ । ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ପୂର୍ବତନ ସୈନିକ ସଙ୍ଘ ଓ ଭେଟେରାନ ସୋଲଜର ସଙ୍ଘ। ଆଜି ବାଟାଲିୟନରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଡିଜିପି ଅଫିସ ଘେରାଉ କରିଛନ୍ତି । ଏପରିକି ଜୁଡିସିଆଲ ତଦନ୍ତ ଦାବି କରି ଏହି ଘଟଣାରୁ ଯେଉଁମାନେ ସାମିଲ ଅଛନ୍ତି ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏଥିସହ ପୋଲିସ ସେବା ଭବନ ବା ଡିଜିପି କ୍ୟାମ୍ପ ଅଫିସ ସାମ୍ନାରେ ପୋଲିସ ବିରୋଧି ନାରାବାଜି ଦେଇଛନ୍ତି । ପୋଲିସର ଏପରି ବର୍ବରତାକୁ ବିରୋଧ କରିଛନ୍ତି ପୂର୍ବତନ ସୈନିକ ସଙ୍ଘ ଓ ଭେଟେରାନ ସୋଲଜର ସଙ୍ଘ। ଜଣେ ସେନା ଅଧିକାରୀଙ୍କ ସହ ଏପରି ଘଟିଲା ସାଧାରଣ ଲୋକଙ୍କ ଅବସ୍ଥା କଣ ବୋଲି ପଚାରିଛି ପୂର୍ବତନ ସୈନିକ ସଙ୍ଘ । ଓଡ଼ିଶାରେ ଘଟିଥିବା ଏହି ଘଟଣାକୁ ନେଇ ଆନ୍ଦୋଳନ କରି ଏନେଇ ପୋଲିସର ବର୍ବରତାକୁ ନିନ୍ଦା କରିଛନ୍ତି ସେମାନେ ।

ଖରାପ ସେଓ ସବୁ ସେଓକୁ ନଷ୍ଟ କରିଦିଏ:

ଏନେଇ କ୍ୟାପଟେନ ସରୋଜ ପ୍ରଧାନ କହିଛନ୍ତି ଯେଉଁ ନିଲମ୍ବନ ହେଲା ତିନି ଚାରିଦିନ ପୂର୍ବରୁ ହେବାର ଥିଲା । ଯେଉଁ ମାନେ କି ଏ ଘଟଣାରେ ସମ୍ପୃକ୍ତ ଥିଲେ । ପ୍ରେସର ପଡ଼ିବା ପରେ ଟ୍ରାନସଫର ହେଲା ପରେ ନିଲମ୍ବନ ହେଲା। ଆମର ଦାବି ନିରପେକ୍ଷ ନ୍ୟାୟିକ ତଦନ୍ତ ଯାଦ୍ବାରା ନ୍ୟାୟ ମିଳିବ। ଅସଦାଚରଣକାରୀ କେବେ ପୋଲିସରେ ରହିବା କଥା ନୁହେଁ । ଯେଉଁ ମାନେ କି ବାହାରେ ଅଛନ୍ତି କିନ୍ତୁ ଯିଏ ଅସଦାଚରଣ ଶିକାର ହୋଇଛି ସିଏ ଭିତରେ ଯେ କି ପୋଲିସ ହେପାଜତରେ ଜେଲରେ ଅଛନ୍ତି । ଆମେ ତ ଯୁଦ୍ଧ ଲଢିଛୁ ଆମେ ନ୍ୟାୟ ପାଇ ବି ଲଢ଼ିବୁ । ଆମେ ଆମର ଝିଅର ନ୍ୟାୟ ପାଇ ଯିଏ କି ଏଭଳି ନିର୍ଯାତନାର ଶିକାର ହୋଇଛି ଆମେ ଲଢେଇ କରିବୁ । କିନ୍ତୁ ସାଧାରଣ ଲୋକ କଥା କିଏ କହିବ। ମୁଁ ଅନୁଭବ କରୁଛି ଯେଉଁମାନଙ୍କ କେହି ନାହାଁନ୍ତି ସେମାନଙ୍କ ପାଇଁ ଲଢେଇ କିଏ କରିବ। କାରଣ ବିଧାନସଭାରେ ଯେଉଁ ମୁଖ୍ୟମନ୍ତ୍ରୀ ତଥ୍ୟ ଦେଇଛନ୍ତି ୪୬ଜଣ ପୋଲିସ କଷ୍ଟଡିରେ ମୃତ୍ୟୁ ହୋଇଛି । ଯେଉଁମାନେ ମରିଛନ୍ତି ପୋଲିସ କଷ୍ଟଡିରେ ସେମାନଙ୍କ ପାଇଁ କିଏ ଲଢିବ। ତେଣୁ ଜନସାଧାରଣଙ୍କୁ ଅନୁରୋଧ କରୁଛି ଯଦି ଆପଣ ପୋଲିସ ବର୍ବରତାର ଶିକାର ହେଉଛନ୍ତି ତେବେ ସ୍ବର ଉତୋଳନ କରନ୍ତୁ ଜାଗ୍ରତ ହୁଅନ୍ତୁ । କାରଣ ଆପଣଙ୍କୁ ସେମିତି କେହି ନ୍ୟାୟ ଦେବେନି ଏନେଇ ଶାନ୍ତିପୂର୍ଣ୍ଣ ସ୍ବର ଉତ୍ତୋଳନ କରିବା ଆନ୍ଦୋଳନ କରିବା । ଆମେ ଶାନ୍ତିରେ ଶୋଇପାରିବା ବା ରହିପାରିବା କାରଣ ସୀମାରେ ଆମର ସେନା ରହିଛି । କାରଣ ଆମର ପଡୋଶୀ ଦେଶର ଶତୃ ଠାରୁ ସୁରକ୍ଷା ଦେଉଛନ୍ତି । ଯଦି ଆରାମରେ ଘରେ ଶୋଇ ପାରିବା ଯଦି ପୋଲିସ ଆମର ଭଲ ରହିବେ। ପୋଲିସ ଆମକୁ ସେଭଳି ଶାନ୍ତ୍ବନା ଦେବା ଦରକାର। ତା ମାନେ ନୁହେଁ ସବୁ ପୋଲିସ ଖରାପ କିଛି ଭଲ ମଧ୍ୟ ଅଛନ୍ତି । ତେଣୁ ଖରାପ ସେଓ ଯେପରି ସବୁ ସେଓକୁ ନଷ୍ଟ କରିଦିଏ ଠିକ ସେଇଭଳି ଖରାପ ପୋଲିସକୁ ଆମକୁ କାଢ଼ିବାକୁ ପଡିବ । ଆମର ଯଦି ଖରାପ ରହିଛି ପୋଲିସ ଷ୍ଟେସନରେ ସେଠାକୁ ବନ୍ଦ କରାଯାଉ ।’

ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ହୋଇଛି

ସେହିପରି ଗିରଫ ହୋଇଥିବା ଆର୍ମି ମେଜରଙ୍କ ମଙ୍ଗେତରଙ୍କ ବାପା କହିଛନ୍ତି ଅନ୍ତର୍ଯାମୀ ପ୍ରଧାନ କହିଛନ୍ତି, ଆମେ ଭେଟିଲୁ ସିପିଙ୍କୁ । ପରେ ଏଇଠୁ ଜଣାପଡିଥିଲା ଯେ ମାମଲାଟା ମିଛ । ସେଥିପାଇଁ ସେମାନଙ୍କୁ ସସପେଣ୍ଡ କରାଯାଉ । ଯେଉଁ ମିଛ ମାମଲା ପାଇଁ ଏବେ ସେମାନଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ହୋଇଛି । ମିଛ ମାମଲା ପ୍ରତ୍ୟାହାର ପାଇଁ ବର୍ତ୍ତମାନ‌ ଚାଲିଛି ତଦନ୍ତ କୋର୍ଟରେ ଅଛି ଘଟଣା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 19 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.