ETV Bharat / bharat

୧୦ ବର୍ଷ ପରେ ଭୋଟ୍ ଦେଉଛି ଜମ୍ମୁ କାଶ୍ମୀର; ପ୍ରଥମ ପର୍ଯ୍ୟାୟରେ ୬ ଜିଲ୍ଲାର ୨୪ ଆସନରେ ମତଦାନ - JK FIRST PHASE ASSEMBLY ELECTIONS

author img

By ETV Bharat Odisha Team

Published : Sep 18, 2024, 10:34 AM IST

Updated : Sep 18, 2024, 10:47 AM IST

JK ASSEMBLY ELECTION: ପ୍ରଥମ ପର୍ଯ୍ୟାୟରେ 6 ଜିଲ୍ଲାର 24 ଆସନରେ ଭୋଟିଂ ଜାରି । 3 ହଜାର ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ ପ୍ରାୟ 23 ଲକ୍ଷ ଭୋଟର । ଇଭିଏମରେ ସିଲ୍‌ ହେବ 219 ପ୍ରାର୍ଥୀଙ୍କ ଭାଗ୍ୟ । ଅକ୍ଟୋବର 8 ତାରିଖରେ ଜନାଦେଶ ।

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 24 ଆସନରେ ଭୋଟିଂ ଜାରି, ବୁଥରେ ଲମ୍ବା ଲାଇନ
ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 24 ଆସନରେ ଭୋଟିଂ ଜାରି, ବୁଥରେ ଲମ୍ବା ଲାଇନ (ETV Bharat Odisha)

ଶ୍ରୀନଗର: ଧାରା-370 ଉଚ୍ଛେଦ ପରେ ପ୍ରାୟ ଦଶନ୍ଧି ପରେ ଆଜି ପ୍ରଥମ ଥର ବିଧାନସଭା ନିର୍ବାଚନରେ ଭୋଟ ଦେଉଛି କାଶ୍ମୀର । ତିନି ପର୍ଯ୍ୟାୟରେ ଶେଷ ହେବାକୁ ଥିବା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । 6ଟି ଜିଲ୍ଲାର 24 ବିଧାନସଭା ଆସନରେ ଭୋଟିଂ ଜାରି ରହିଛି । ସକାଳ 7ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ବୁଥ ବାହାରେ ମତଦାତାଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନ ପରି ବିଧାନସଭା ନିର୍ବାଚନରେ ମଧ୍ୟ ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହେବା ନେଇ ଆଶା କରାଯାଉଛି । ଆଜି ପର୍ଯ୍ୟାୟରେ ପୁଲଓ୍ବାମା ଓ ଶୋପିଆନ ପରି ସମ୍ବେଦନଶୀଳ ଆସନ ମଧ୍ୟ ରହିଛି ।

  • ପ୍ରଥମ ପର୍ଯ୍ୟାୟ ଭୋଟ ବିବରଣୀ :-

ଆଜି 6ଟି ଜିଲ୍ଲାର 24 ଆସନରେ ଭୋଟ ଗ୍ରହଣ ହେଉଛି । ଏଥିରେ ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ମୋଟ 219 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରାୟ 23,27,580 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ପ୍ରଥମ ପର୍ଯ୍ୟାୟ ପାଇଁ 3,276 ମତଦାନ କେନ୍ଦ୍ରରେ ମୋଟ 14,000 ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ନିର୍ବାଚନୀ ପରିଚାଳନା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଉଛି । ପ୍ରତ୍ୟେକ ବୁଥରେ ସଶସ୍ତ୍ର ବଳର ଯବାନ ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ ସ୍ଥାନମାନଙ୍କରେ ସେନା, ପାରାମିଲିଟାରୀ ଫୋର୍ସ ଓ ସ୍ଥାନୀୟ ପୋଲିସ, ଗୁଇନ୍ଦା ବିଭାଗ ସହ ସମନ୍ବୟ ରଖି ଆଲର୍ଟ ମୋଡରେ ରହିଛନ୍ତି ।

  • ଆଜି ପର୍ଯ୍ୟାୟର ଆସନ ତାଲିକା

ଆଜି ଭୋଟ ଗ୍ରହଣ ହେଉଥିବା ଆସନଗୁଡିକରେ ମଧ୍ୟରେ କାଶ୍ମୀରର ଟ୍ରାଲ୍, ପୁଲୱାମା, ରାଜପୋରା, ଜେନାପୋରା, ଶୋପିଆନ୍, ଡିଏଚ ପୋରା, କୁଲଗାମ, ଦେବସର, ଡୋରୁ, କୋକେରନାଗ (ଏସଟି), ଅନନ୍ତନାଗ-ପଶ୍ଚିମ, ଅନନ୍ତନାଗ, ଶ୍ରୀଗୁଫୱାରା-ବିଜବେହାରା, ଶାଙ୍ଗସ-ଅନନ୍ତନାଗ (ପୂର୍ବ) ଓ ପହଲଗାମ ଆସନ ରହିଛି । ସେହିପରି ଜମ୍ମୁ କ୍ଷେତ୍ରରେ ଇନ୍ଦ୍ରୱାଲ, କିସ୍ତଓ୍ବାର, ପେଡର-ନାଗସେନି, ଭଦରୱା, ଡୋଡା, ଡୋଡା-ପଶ୍ଚିମ, ରାମବାନ ଏବଂ ବାନିହାଲ ଆସନ ରହିଛି ।

  • ମୈଦାନର ପ୍ରମୁଖ ପ୍ରାର୍ଥୀ

ଆଜି ପର୍ଯ୍ୟାୟରେ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ସିପିଆଇ-(ଏମ)ର ମହମ୍ମଦ ୟୁସୁଫ ତରିଗାମୀ ଅଛନ୍ତି । ତରଗାମୀ କୁଲଗାମ ଆସନରୁ କ୍ରମାଗତ 4ଥର ନିର୍ବାଚିତ ହୋଇଥିବା ବେଳେ ଚଳିତଥର କ୍ରମାଗତ ପଞ୍ଚମ ଥର ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ପିଡିପି’ ମୁଖ୍ୟ ମେହେବୁବା ମୁଫତି ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରୁନଥିବା ବେଳେ ତାଙ୍କ ଝିଅ ଇଲତିଜା ମୁଫତି ମେହେବୁବାଙ୍କ ପାରମ୍ପରିକ ଆସନ ଶ୍ରୀଗୁଫୱାରା-ବିଜବେହାରାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ‘ପିଡିପି’ ନେତା ୱାହିଦ ଉର ରେହମାନ ପାରା ପୁଲୱାମା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେ ଚଳିତ ଲୋକସଭା ନିର୍ବାଚନ ମଧ୍ୟ ଲଢି ଶ୍ରୀନଗର ସଂସଦୀୟ ଆସନରୁ ତାଙ୍କୁ ପରାଜିତ ହେବାକୁ ପଡିଥିଲା ।

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 6 ଜିଲ୍ଲାର 24 ଆସନରେ ଭୋଟିଂ ଜାରି, ବୁଥରେ ଲମ୍ବା ଲାଇନ
ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 6 ଜିଲ୍ଲାର 24 ଆସନରେ ଭୋଟିଂ ଜାରି, ବୁଥରେ ଲମ୍ବା ଲାଇନ (ETV Bharat Odisha)
  • କେଉଁ ଦଳ କେତେ ପ୍ରାର୍ଥୀ ଦେଇଛନ୍ତି :-

ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ (ଏନସି) 90 ଆସନ ମଧ୍ୟରୁ 56 ଟିରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି 62, କଂଗ୍ରେସ 38, ମେହେବୁବା ମୁଫତିଙ୍କ ଦଳ ପିଡିପି 63, ବରିଷ୍ଠ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ନଗଗଠିତ ଦଳ ‘ଡିପିଏପି’ 13ଟି ଆସନରେ ଓ ଜେକେଏପି 60 ।

ଏହା ମଧ୍ୟ ପଢନ୍ତୁ :- ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ - Jammu Kashmir Elections

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍ରିଓ୍ବାଲ, ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ - Atishi New Delhi CM

ଏହା ମଧ୍ୟ ପଢନ୍ତୁ :- ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ, ଭେଟିଲେ ମୋହନ, ଆରୋଗ୍ୟ କାମନା କଲେ ନବୀନ - CM Mohan Meets Biswabhusan

  • 2014 ବିଜେପି- ପିଡିପି ଗଢିଥିଲେ ମେଣ୍ଟ ସରକାର

2014 ରେ ଶେଷ ଥର ପାଇଁ ଘାଟିରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ମୁଫତି ସୟଦଙ୍କ ଦଳ ପିଡିପି ବୃହତ୍ତମ ଦଳ ଭାବେ ସାମ୍ନାକୁ ଆସିଥିଲେ ସୁଦ୍ଧା ସଂଖ୍ୟା ଗରିଷ୍ଠତା ହାସଲ କରିପାରନଥିଲା । ବିଜେପି-ପିଡିପି ମେଣ୍ଟରେ ସରକାର ଗଠନ କରିଥିଲେ । ପ୍ରଥମେ ମୁଫତି ସୟଦ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ତାଙ୍କ ଦେହାନ୍ତ ପରେ ତାଙ୍କ କନ୍ୟା ମେହେବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର 2019 ଆରମ୍ଭରେ ବିଜେପି ସମର୍ଥନ ପ୍ରତ୍ୟାହାର କରି ମୁଫତି ସରକାରର ପତନ ଘଟାଇଥିଲା ।

  • 2019 ରେ ରାଜ୍ୟପାହ୍ୟା ହରାଇଥିଲା ଜମ୍ମୁ ଓ କାଶ୍ମୀର

ଏହାର କିଛି ମାସ ପରେ ଧାରା 370 ଓ ଅନୁଚ୍ଛେଦ (କ) ଉଚ୍ଛେଦ କରି କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରର ରାଜ୍ୟ ପାହ୍ୟା ସମାପ୍ତ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ । ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାମିତ କରିଥିଲା । ଏବେ 10ବର୍ଷ ପରେ ସୀମା ପୁନଃନିର୍ଦ୍ଧାରଣ ସହ କାଶ୍ମୀର ବିଧାନସଭା ନିର୍ବାଚନରେ ଭୋଟ ଦେଉଛି । ଏହା ପୂର୍ବରୁ ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ କାଶ୍ମୀରବାସୀ ମତାଧିକାର ସାବ୍ୟସ୍ତ କରି ରେକର୍ଡ ସଂଖ୍ୟକ ଭୋଟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 18, 2024, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.