ଭଞ୍ଜନଗର: କୋରୋନା ମହାମାରୀ କାରଣରୁ ସାରାଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅନେକ ରୋଜଗାର ମଧ୍ୟ ହରାଇଛନ୍ତି । ଏନେଇ ଭଞ୍ଜନଗରର ଉପେନ୍ଦ୍ର ଭଞ୍ଜ ଅଟୋ ଏସୋସିଏସନ ତରଫରୁ ଆଜି(ଗୁରୁବାର) ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଲକଡାଉନ କାରଣରୁ ଭଞ୍ଜନଗର ଅଞ୍ଚଳର ଶତାଧିକ ଅଟୋ ଚାଳକ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ସମସ୍ତ ଗାଡି ଚଳା ଚଳ ବନ୍ଦଥିବାଯୋଗୁ ଭୋକ ଉପାସରେ ଦିନ କାଟୁଛନ୍ତି ପରିବାର ।
ରାଜ୍ୟ ସରକାର ଲକ୍ ଡାଉନ ଅବଧି ଏପ୍ରିଲ 30 ଯାଏଁ ଘୋଷଣା କରିବାରୁ ଅଟୋଚାଳକଙ୍କ ସମସ୍ୟା ବଢିଯାଇଛି । ଏଣୁ ଅଟୋ ଏସୋସିଏସନର ସମସ୍ତ ଅଟୋ ଚାଳକ ମାନଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।
ଭ଼ଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ