ETV Bharat / state

Panchayat Polls: ଗଞ୍ଜାମରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ - ଗଞ୍ଜାମ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସାଧାରଣ ଆଚରଣବିଧି ତଥା ସଭାସମିତି, ଭୋଟ ପ୍ରାର୍ଥନା ଓ ପ୍ରଚାର ଆଦି କାର୍ଯ୍ୟରେ କୋଭିଡ୍ କଟକଣା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗଞ୍ଜାମରେ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଛି । ଅଧିକ ପଢ଼ନ୍ତୁ

all party meeting in ganjam
ନିର୍ବାଚନ ପାଇଁ ଗଞ୍ଜାମରେ ସର୍ବଦଳୀୟ ବୈଠକ
author img

By

Published : Jan 28, 2022, 9:31 AM IST

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସାଧାରଣ ଆଚରଣବିଧି ତଥା ସଭାସମିତି, ଭୋଟ ପ୍ରାର୍ଥନା ଓ ପ୍ରଚାର ଆଦି କାର୍ଯ୍ୟରେ କୋଭିଡ୍ କଟକଣା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗଞ୍ଜାମରେ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଛି । ନିର୍ବାଚନ ନେଇ ଗଞ୍ଜାମ ଜିଲ୍ଲା ଓସ୍କାନ୍‌ ହଲ ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏହି ଅବସରରେ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିଥିବା ସମସ୍ତ କର୍ମଚାରୀଙ୍କୁ ସରକାରଙ୍କ ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଚଳିତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ୨୨ ଗୋଟି ବ୍ଲକରେ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ କରାଯିବା ନେଇ ଜିଲ୍ଲାପାଳ ସୂଚନ ଦେଇଛନ୍ତି । ସମସ୍ତ ପର୍ଯ୍ୟାୟ ଶୃଙ୍ଖଳାର ସହ ହେବା ନେଇ ଦୃଷ୍ଟି ଦିଆଯିବ । ଜିଲ୍ଲାର ୬୯ ଜିଲ୍ଲାପରିଷଦ, ୫୦୩ ସମିତିସଭ୍ୟ, ୫୦୩ ସରପଞ୍ଚ, ୭୦୯୯ ୱାର୍ଡ ମେମ୍ବର ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ ।

୭୦୯୯ ଗୋଟି ପୋଲିଂ ଷ୍ଟେସନରେ ଭୋଟ୍ ସଂଗ୍ରହ କରାଯିବ । ଡିଜିଟାଲ ମାଧ୍ୟମରେ ସମସ୍ତ ରାଜନୈତିକ ଦଳ ପ୍ରଚାର କରିପାରିବେ ଓ କୌଣସି ବିଶୃଙ୍ଖଳା ହେଲେ ସ୍ଥାନୀୟ ପୋଲିସ ଷ୍ଟେସନ କିମ୍ବା ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ପାଇଁ କହିଛନ୍ତି । ପ୍ରତିଦିନ ଏନ୍ଫୋର୍ସମେଣ୍ଟ କରାଯିବ । ବ୍ଲକସ୍ତରୀୟ ପରିଚାଳନା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ନିଜ ସ୍ତରରେ ଆଲୋଚନା କରି ପରିଚାଳନା କରିବେ । ନିର୍ବାଚନ ପୂର୍ବରୁ ଟୋଲ ଫ୍ରି ନମ୍ବର ସମସ୍ତଙ୍କୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ସୂଚନା ଦେଇଛନ୍ତି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସଙ୍କ ସହ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ ମଧ୍ୟ ଯୋଗ ଦେଇଥିଲେ । ସେହିପରି ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ସମେତ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.