ETV Bharat / state

ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ପ୍ରତିବାଦ ଦିବସ ପାଳିତ - BNEGA

ଶହୀଦ ଭଗତ ସିଂ ଙ୍କର ୧୧୪ ଜନ୍ମ ବାର୍ଷିକରେ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଦେଶ ବ୍ୟାପୀ ଭଗତ ସିଂ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ଦିବସ ପାଳିତ ହୋଇଯାଇଛି । ଏହା ସହ କର୍ମ ନିଯୁକ୍ତି ନେଇ ଯୁବ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

All India Youth Union protests on the occasion of Bhagat Singh National Employment Guarantee Act day
ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ପ୍ରତିବାଦ ଦିବସ ପାଳିତ
author img

By

Published : Sep 29, 2020, 11:27 AM IST

ବ୍ରହ୍ମପୁର: ଶହୀଦ ଭଗତ ସିଂ ଙ୍କର ୧୧୪ ଜନ୍ମ ବାର୍ଷିକରେ ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ଦେଶ ବ୍ୟାପୀ ଭଗତ ସିଂ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ଦିବସ ପାଳିତ ହୋଇଯାଇଛି । ତେବେ ଏହି ଅବସରରେ ସହରର ପୁରୁଣା ବସଷ୍ଟାଣ୍ଡଠାରେ ଅଖିଳ ଭାରତ ଯୁବ ସଙ୍ଘ ପକ୍ଷରୁ କର୍ମ ନିଯୁକ୍ତି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ପ୍ରତିବାଦ ଦିବସ ପାଳିତ

ଦେଶ ସ୍ଵାଧୀନ ହେବାର ୭୪ ବର୍ଷ ପରେ ମଧ୍ୟ ନିଯୁକ୍ତି ଓ ଶିକ୍ଷା ସାମ୍ବିଧାନିକ ଅଧିକାର ଭୁକ୍ତ ହୋଇପାରିଲା ନାହିଁ। ସରକାର ପରେ ସରକାର ବଦଳିଲେ କିନ୍ତୁ ଶିକ୍ଷା ଓ କୃଷି କ୍ଷେତ୍ରରେ ଦେଶ ସୁଦୃଢ ହୋଇ ପାରି ନଥିବା ଏହି ଅବସରରେ ସମାଲୋଚନା କରାଯାଇଛି ।

ଏହି ଅବସରରେ ଭଗତ ସିଂ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପ୍ରଣୟନ କରିବା , ଖାଲି ପଡିଥିବା ସରକାରୀ ପଦବୀ ତୁରନ୍ତ ପୂରଣ କରିବା , ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବା ,ବନ୍ଦ ପଡିଥିବା କଳ କାରଖାନା ତୁରନ୍ତ ଖୋଲିବା, ଓଡ଼ିଶାର କଳ କାରଖାନାରେ ଓଡ଼ିଆ ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ଏବଂ ଶିକ୍ଷା ଶେଷରେ କର୍ମ ନିଯୁକ୍ତି ପାଇଁ ସରକାର ଦୃଷ୍ଟି ଦେବାକୁ ଦାବୀ କରାଯାଇଛି । ଏହି ପ୍ରତିବାଦ ସଭାରେ ଅଖିଳ ଭାରତ ଯୁବ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.