ଭଞ୍ଜନଗର: କରୋନା କାଳରେ ଦଶାହ ଭୋଜି କରିବା ମହଙ୍ଗା ପଡିଲା । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡ଼ାପଦର ପଞ୍ଚାୟତର ମଣ୍ଟାପଡା ଗ୍ରାମରେ ଭଗବାନ ବିଶ୍ୱାଳଙ୍କ ଦଶାହ ଭୋଜି ଚାଲିଥିବା ସମୟରେ ପୋଲିସ ଓ ପ୍ରଶାସନର ଚଢ଼ାଉ ।
ଭୋଜି ବନ୍ଦ କରିବା ସହିତ ଦଶ ହଜାର ଟଙ୍କା ଜରିମାନା ପକାଇଲା ପ୍ରଶାସନ । ସାରା ଦେଶ କରୋନା ମହାମାରୀର ଦ୍ଵିତୀୟ ଲହରୀ ସହିତ ସଂଘର୍ଷ କରୁଥିବା ବେଳେ ଗ୍ରାମାଞ୍ଚଳରେ ଭୋଜି ଭାତର ଆସର ସହିତ ସହ ସହ ଲୋକ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଥିଲା ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ