ETV Bharat / state

କୋଭିଡ ନିୟମ ନମାନି ମିଠା ଦୋକାନ ସିଲ - violation of the Covid Act

କୋରୋନା ପରିସ୍ଥିତିରେ ଜଣେ ଅମାନିଆ ମିଠା ଦୋକାନୀ ଦୋକାନ ଖୋଲିବା ସହ କୋଭିଡ ନିୟମର ଖୋଲାଖୋଲି ଉଂଲ୍ଲଘନ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସିଲ ହୋଇଛି ମିଠା ଦୋକାନ ।

sweet shop was sealed
ମିଠା ଦୋକାନ ସିଲ
author img

By

Published : Jun 29, 2020, 6:36 PM IST

ଗଞ୍ଜାମ: କୋଭିଡ ନିୟମ ଉଂଲ୍ଲଘନ କରିବା ପଡିଲା ମହଙ୍ଗା । କୋରୋନା ପରିସ୍ଥିତିରେ ଜଣେ ଅମାନିଆ ମିଠା ଦୋକାନୀ ଦୋକାନ ଖୋଲିବା ସହ କୋଭିଡ ନିୟମର ଖୋଲାଖୋଲି ଉଂଲ୍ଲଘନ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସିଲ ହୋଇଛି ମିଠା ଦୋକାନ ।

ମିଠା ଦୋକାନ ସିଲ

ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ମଧ୍ୟ ପ୍ରତିଦିନ କୋରୋନା ପଜେଟିଭଙ୍କ ସଂଖ୍ୟା ସାମ୍ନାକୁ ଆସୁଛି । ହେଲେ ଏଭଳି ପରିସ୍ଥିତିରେ ବଜାର ସାହିରେ ଥିବା ଏକ ଅମାନିଆ ମିଠା ଦୋକାନୀ ରବିନ୍ଦ୍ର ସାହୁ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଂଲ୍ଲଘନ କରିଥିଲେ । ସାମାଜିକ ଦୂରତ୍ବକୁ ଭୃକ୍ଷେପ ନକରି ଲୋକଙ୍କୁ ମିଠା ବିକ୍ରି କରୁଥିବା ପ୍ରଶାସନର ଦୃଷ୍ଟିକୁ ଆସିଥିଲା ।

ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଠା ଦୋକାନକୁ ସଂପୂର୍ଣ୍ଣ ସିଲ୍ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅତିରିକ୍ତ ତହସିଲଦାର ସୋହୋନ କୁମାର ବେହେରାଙ୍କ ଠାରୁ ସୂଚନା ମିଳିଛି ।

ପ୍ରତିଦିନ ଗଞ୍ଜାମରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିବାବେଳେ ଜିଲ୍ଲାରେ ଲକଡାଉନ ଏବଂ ସଟଡାଉନ ନିୟମକୁ କଡ଼ାକଡ଼ି ଜାରି କରାଯାଇଛି । ଏପରିକି ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସବୁ ଦୋକାନ ବନ୍ଦ କରିବା ଲାଗି ନିର୍ଦ୍ଦେଶନାମା ଜାରି ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.