ETV Bharat / state

ଅଲିଭ୍ ରିଡଲେ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ପୂର୍ବରୁ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଅଲିଭ୍ ରିଡଲେ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ପୂର୍ବରୁ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଆଲୋଚନା । ପ୍ରତ୍ୟେକ ବର୍ଷ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ସାମୁଦ୍ରିକ ଅଲିଭ୍ ରିଡଲେ କଇଁଛ ଆସିଥାନ୍ତି । ତେବେ ଏହା ପୂର୍ବରୁ ଚଳିତବର୍ଷର ଗଣ ଅଣ୍ଡାଦାନ ପୂର୍ବରୁ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି ।

ଅଲିଭ୍ ରିଡଲେ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ପୂର୍ବରୁ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଆଲୋଚନା
ଅଲିଭ୍ ରିଡଲେ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ପୂର୍ବରୁ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଆଲୋଚନା
author img

By

Published : Feb 11, 2021, 10:30 AM IST

ବ୍ରହ୍ମପୁର:ଅଲିଭ୍ ରିଡଲେ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ପୂର୍ବରୁ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଆଲୋଚନା । ପ୍ରତ୍ୟେକ ବର୍ଷ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ସାମୁଦ୍ରିକ ଅଲିଭ୍ ରିଡଲେ କଇଁଛ ଆସିଥାନ୍ତି । ତେବେ ଏହା ପୂର୍ବରୁ ଚଳିତବର୍ଷର ଗଣ ଅଣ୍ଡାଦାନ ପୂର୍ବରୁ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି ।

ଅଲିଭ୍ ରିଡଲେ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ପୂର୍ବରୁ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଜିଲ୍ଲାସ୍ତରୀୟ କର୍ମଶାଳାରେ ପ୍ରାରମ୍ଭରେ ସାମୁଦ୍ରିକ କଇଁଛଙ୍କ ପରିଚାଳନା ଓ ସଂରକ୍ଷଣ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଭବିଷ୍ୟତରେ ହରିପୁର ଓ ସୁନାପୁର ଠାରେ ଗୋଟିଏ ଲେଖାଏଁ ପ୍ରକଳ୍ପ ହେବାର ଯୋଜନା ରହିଛି । ଅଲିଭ୍ ରିଡଲେ କଇଁଛ ଗୁଡିକ ସାମୁହିକ ଅଣ୍ଡାଦାନ ପାଇଁ ମାଇଲ୍ ମାଇଲ୍ ଦୂରତା ଅତିକ୍ରମ କରି ବଟେଶ୍ବର, ଗୋଖୁରକୁଦା, ପ୍ରୟାଗୀ, ରାମେୟାପାଟଣା ବେଳାଭୂମିକୁ ଆସୁଛନ୍ତି । ଅଣ୍ଡାଦାନ ସମୟରେ ଯେପରି ସେଥିରେ ବ୍ୟାଘାତ ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ । ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ଏହି ଅଞ୍ଚଳକୁ ପରିଭ୍ରମଣ ତଥା ଗବେଷଣା ପାଇଁ ଆସୁଛନ୍ତି । ବେଳାଭୂମି ଯେପରି ପରିଷ୍କାର ପରିଛନ୍ନତା ଓ ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ତ୍ବାରୋପ କରିଥିଲେ ।

ଗୋପାଳପୁର,ସୁନାପୁର ଓ ପୋତାଗଡ ଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି । ବେଳାଭୂମିରେ ପ୍ଲାଷ୍ଟିକର ବ୍ୟବହାର ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ଏବଂ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଅବସରରେ ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ ଅମ୍ଲାନ ନାୟକ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୩ଲକ୍ଷ ୨୩ ହଜାର ୦୬୨ଟି କଇଁଛ ଅଣ୍ଡାଦାନ ନିମନ୍ତେ ଆସିଥିଲେ ଏବଂ ଚଳିତ ବର୍ଷ ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା ପ୍ରକଟ କରିଥିଲେ । ଚଳିତ ବର୍ଷ ବେଳାଭୂମିକୁ ସମ୍ପୂର୍ଣ୍ଣ ପରିଷ୍କାର କରାଯାଇ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି । ସମୁଦ୍ର ପାଟ୍ରୋଲିଂକୁ କଡାକଡି କରାଯାଇଛି । ସାମୁହିକ ଅଣ୍ଡାଦାନ ସମୟରେ ପର୍ଯ୍ୟଟକ ଅଯଥା ଭିଡ ନ କରିବାକୁ, ଫଟୋ ଉଠାଇବାକୁ, ରାତିବେଳା ଟର୍ଚ୍ଚ ଜାଳିବାକୁ ବାରଣ କରାଯାଇଛି । ଏଥିପାଇଁ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ ।

ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରଏ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ୍, ବୈଜ୍ଞାନିକ ଅନୀଲ ମହାପାତ୍ର, ବୈଜ୍ଞାନିକ ଡଃ ଏ.କେ. ସାହୁ, ଚିଲିକା ବଣ୍ୟପ୍ରାଣୀ ଡିଭିଜନର କର୍ମକର୍ତ୍ତା ଓ ଅନ୍ୟାନ୍ୟ ଲାଇନ୍ ବିଭାଗୀୟ କର୍ମକର୍ତ୍ତା ଯୋଗଦେଇଥିଲେ । ସଦର ମହକୁମ୍ମା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଥିଲା ବୈଠକ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.