ETV Bharat / state

6 ହଜାର କିମି ଦୌଡି ଗିିନିଜ୍‌ ବୁକ୍‌ ରେକର୍ଡ ଲକ୍ଷ୍ୟରେ ଦଶମ ଶ୍ରେଣୀ ଛାତ୍ର - ରେକର୍ଡ ଲକ୍ଷ୍ୟରେ ଦଶମ ଶ୍ରେଣୀ ଛାତ୍ର

ସ୍ବର୍ଣ୍ଣ ଚତୁର୍ଭୁଜ ରାଜମାର୍ଗରେ ଦୀର୍ଘ ୬ ହଜାର କିଲୋମିଟର ମାରାଥାନ୍ ଦୌଡି ଏକ ନୂତନ ରେକର୍ଡ କରିବା ଲକ୍ଷ୍ୟ ନେଇ ବାହାରିଛନ୍ତି ଜଣେ ଦଶମ ଶ୍ରେଣୀର ବିଦ୍ୟାର୍ଥୀ । ଅଧିକ ପଢନ୍ତୁ

student aimed to record in run
ରେକର୍ଡ ଲକ୍ଷ୍ୟରେ ଦଶମ ଶ୍ରେଣୀର ଛାତ୍ର
author img

By

Published : Mar 19, 2023, 3:27 PM IST

ରେକର୍ଡ ଲକ୍ଷ୍ୟରେ ଦଶମ ଶ୍ରେଣୀର ଛାତ୍ର

ବ୍ରହ୍ମପୁର: ଦୌଡରେ ରେକର୍ଡ କରିବା ଲକ୍ଷ୍ୟରେ ଦଶମ ଶ୍ରେଣୀ ଛାତ୍ର । ୬ ହଜାର କିଲୋମିର ଦୌଡି ନୂତନ ରେକର୍ଡ କରିବା ଲକ୍ଷ୍ୟରେ ଦଶମ ଶ୍ରେଣୀର ଛାତ୍ର ହର୍ଷ ପଣ୍ଡିତ । ଜାତୀୟ ରାଜପଥରରେ ଦୌଡି ଚାଲିଛନ୍ତି ଜଣେ ବିଦ୍ୟାର୍ଥୀ । ତାଙ୍କ ସମ୍ମୁଖରେ ଗଡ଼ି ଚାଲିଛି ଦେଶର ଜାତୀୟ ପତକା ବନ୍ଧାଯାଇଥିବା ଏକ କାର । ଦେଶର ସ୍ବର୍ଣ୍ଣ ଚତୁର୍ଭୁଜ ରାଜମାର୍ଗରେ ଦୀର୍ଘ ୬ ହଜାର କିଲୋମିଟର ମାରାଥାନ୍ ଦୌଡି ଦୌଡି ଏକ ନୂତନ ରେକର୍ଡ କରିବା ଲକ୍ଷ୍ୟ ନେଇ ବାହାରିଛନ୍ତି ଏହି ଦଶମ ଶ୍ରେଣୀର ବିଦ୍ୟାର୍ଥୀ ।

ଜାନୁଆରୀ ପହିଲାରୁ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ଛାତ୍ର ହର୍ଷ ପଣ୍ଡିତ ଏହିପରି ଦୌଡି ନିଜର ଲକ୍ଷ୍ୟ ପୂରଣ କରି ଗିନିଜ ବୁକ୍ ଅଫ୍ ୱାଲ୍‌ର୍ଡ ରେକର୍ଡ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ହର୍ଷ ପଣ୍ଡିତ ଜାନୁଆରୀ ୧ ତାରିଖରୁ ନୂଆଦିଲ୍ଲୀରୁ ତାଙ୍କ ଦୌଡ଼ ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ହରିୟାଣା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଅତିକ୍ରମ କରି ଇତିମଧ୍ୟରେ ଓଡ଼ିଶାରେ ପହଞ୍ଚିଛନ୍ତି । ବିଦ୍ୟାର୍ଥୀ ଜଣଙ୍କ ବ୍ରହ୍ମପୁର ଦେଇ ଜାତୀୟ ରାଜପଥରେ କୋଲକତା ଅଭିମୁଖେ ବାହାରିଥିବା ବେଳେ ସେଠାରୁ ପୁଣି ଦିଲ୍ଲୀରେ ପହଞ୍ଚି ନିଜର ଯାତ୍ରା ଶେଷ କରିବେ । ମୋଟ ୬ ହଜାର କିଲୋମିଟର ଏହି ମାରାଥନ୍ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଦ୍ୟାର୍ଥୀ ଜଣଙ୍କ ପ୍ରାୟ 4 ହଜାର କିଲୋମିଟର ଅତିକ୍ରମ କରି ସାରିଛନ୍ତି ।

ମୋଟ ୧୧୦ ଦିନରେ ଲକ୍ଷ୍ୟ ପୂରଣ କରିବା ପାଇଁ ବିଦ୍ୟାର୍ଥୀ ଜଣଙ୍କ ଦୈନିକ ୬୦ରୁ ୬୫ କିଲୋମିଟର ଦୌଡୁଛନ୍ତି । ହର୍ଷ ୧୬ ବର୍ଷୀୟ ହୋଇଥିବା ବେଳେ ସେ ମଧ୍ୟପ୍ରଦେଶର ରାଜ୍ୟର ଜବଲପୁର ଅଞ୍ଚଳରେ ରହିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୁହାଯାଇଛି । ବର୍ଷ ବିହାର ଭାଗଲପୁର ଜିଲ୍ଲାର ମୂଳବାସିନ୍ଦା ବୋଲି ଜଣାପଡିଛି । କେବଳ ଜାତୀୟ ରାଜପଥ ଉପରେହିଁ ଦୌଡି ଦୌଡି ହର୍ଷଙ୍କୁ ଯିବାକୁ ଥିବା ବେଳେ ସେ ୬ହଜାର କିଲୋମିଟର ଦୌଡ଼ିବା ପାଇଁ ହର୍ଷଙ୍କୁ ତାଙ୍କ ବାପା ଏକ କାର ଯୋଗେ ପୁଅ ସହିତ ରହି ତାଙ୍କୁ ସହଯୋଗ କରୁଛନ୍ତି । ଦଶମ ଶ୍ରେଣୀ ବିଦ୍ୟାର୍ଥୀ ଜଣଙ୍କ ଏପରି ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଦୌଡୁଥିବା ବେଳେ ସମୁଖରେ ଏକ କାରରେ ରହିଥିବା ତାଙ୍କ ବାପା ପୁଅକୁ ଏଭଳି କାର୍ଯ୍ୟ ପାଇଁ ଉତ୍ସାହିତ କରୁଥିବା ଦେଖାଯାଇଛି ।

ବିଦ୍ୟାର୍ଥୀ ଜଣଙ୍କ ଦିଲ୍ଲୀରୁ ବାହାରି ମୁମ୍ବାଇ , ଚେନ୍ନାଇ କଲୋକତା ପୁଣେ ହୋଇ ପୁଣି ନୂଆଦିଲ୍ଲୀରେ ପହଞ୍ଚିବା ପାଇଁ ଯୋଜନା କରିଛନ୍ତି । ମୁଖ୍ୟତଃ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡ ଏବଂ ଲିମିକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ହାସଲ ପାଇଁ ଏହି ପ୍ରୟାସ କରିଛନ୍ତି । ଦେଶରେ ୬ହଜାର କିଲୋମିଟର ଦୌଡି ନୂତନ ରେକର୍ଡ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି ହର୍ଷ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.