ETV Bharat / state

ବିଲରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ତଦନ୍ତ ଜାରି

author img

By

Published : Jul 30, 2020, 2:01 PM IST

କାଦୁଅ ବିଲରୁ ମିଳିଲା ମୁଣ୍ଡ-ଗଣ୍ଡି ଅଲଗା ହୋଇଥିବା ମୃତଦେହ । ଏହି ଜଘନ୍ୟ ହତ୍ୟାକାଣ୍ଡର ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଥିବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ।

dead body of a young found
ବିଲରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ଗ୍ରାମ ନିକଟରେ ଥିବା କାଦୁଅ ବିଲରୁ ମିଳିଲା ମୁଣ୍ଡ-ଗଣ୍ଡି ଅଲଗା ହୋଇଥିବା ମୃତଦେହ । ଏହି ଜଘନ୍ୟ ହତ୍ୟାକାଣ୍ଡର ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଥିବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ବିଲରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ

ମୃତକ ଜଣକ ହୋଇଛନ୍ତି ବୋରସିଂ ଗ୍ରାମର 23 ବର୍ଷୀୟ ନୀଳାଞ୍ଚଳ ପ୍ରଧାନ । ମୃତକଙ୍କ ଦେହରୁ ମୁଣ୍ଡ ଅଲଗା ହୋଇଯାଇଥିବା ବେଳେ ମୃତଦେହ ନିକଟରେ ହିଁ ମୁଣ୍ଡଟି ପଡିଛି ।

ସୂଚନା ଅନୁସାରେ, ବୋରସିଂ ଗ୍ରାମର ନୀଳାଞ୍ଚଳ ପ୍ରଧାନ ଗତକାଲି(ବୁଧବାର) ରାତି ପାଖାପାଖି 8 ଟା ସମୟରେ ଗ୍ରାମର ଦୁଇଜଣ ଯୁବକଙ୍କ ସହ କେଉଁଆଡେ ବୁଲିବାକୁ ଚାଲି ଯାଇଥିଲେ l ଆଉ ଫେରି ନଥିଲେ । ଏନେଇ ପରେ ଘରେ ସମସ୍ତେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସୂଚନା ପାଇନଥିଲେ ।

ତେବେ ଆଜି(ଗୁରୁବାର) ସକାଳୁ ସକାଳୁ ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ନିକଟରେ ଏକ ମୁଣ୍ଡ ବିହୀନ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.