ETV Bharat / state

ସର୍ପ ଦଂଶନରେ ମାଆ-ପୁଅ ସମେତ ତିନି ମୃତ

ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା । ସର୍ପ ଦଂଶନରେ ମାଆ-ପୁଅଙ୍କର ମୃତ୍ୟୁ ଘଟିଥିବାବେଳେ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ସର୍ପ ଦଂଶନରେ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି ।

author img

By

Published : Sep 23, 2019, 3:05 PM IST

Updated : Sep 23, 2019, 3:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବିଷାକ୍ତ ସାପ ନେଲା 3 ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । କୋଦଳା ଥାନା ଅନ୍ତର୍ଗତ ବି. ନୂଆପଲି ଗାଁରେ ମାଆ ଓ ପୁଅ ସର୍ପ ଦଂଶନରେ ପ୍ରାଣ ହରାଇଥିବାବେଳେ କବିସୂର୍ଯ୍ୟନଗର ଥାନା ବରିଡା ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ସର୍ପ ଦଂଶନରେ ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବି. ନୂଆପଲି ଗାଁର ମନାସୀ ପରିଡା ଏବଂ ତାଙ୍କ ଛଅ ବର୍ଷର ପୁଅ ଆଶିଷ ପରିଡା ରବିବାର ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷଧର ସର୍ପ ଦଂଶନ କରିଥିଲା । ପରେ ଏହା ଜାଣିପାରି ଉଭୟଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏଠାରେ ଚିକିତ୍ସିତ ଅବସ୍ଥାରେ ପ୍ରଥମେ ପୁଅର ଜୀବନ ଯାଇଥିଲା ପରେ ମାଆର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:
ବିଷାକ୍ତ ସର୍ପ କାମୁଡ଼ାରେ ମା ଓ ପୁଅର ମୃତ ।ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ବି. ନୂଆପଲି ଗ୍ରାମରେ । ଗତକାଲି ରାତ୍ର ସମୟରେ ଗ୍ରାମର ମହିଳା ମନାସ ପରିଡା ଏବଂ ତାଙ୍କ ଛଅ ବର୍ଷର ପୁଅ ଆଶିଷ ପରିଡା ଘରେ ଶୋଇଥିବା ସମୟରେ ଏକ ବିଷଧର ସାପ କାମୁଡି ଦେଇଥିବା ବେଳେ ଉଭୟ ଶିଶୁ ପୁତ୍ରଟିର ଏବଂ ମହିଳା ଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପ୍ରଥମେ ଶିଶୁ ପୁତ୍ର ଏବଂ ପରେ ମହିଳା ଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..Conclusion:
Last Updated : Sep 23, 2019, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.