ETV Bharat / state

ଯନ୍ତ୍ରଣାରେ ଜୁଝୁଛି 2 ବର୍ଷୀୟ ବିକାଶ, ଅନ୍ଧପୁଟୁଳି ବାନ୍ଧି ବିତୁଛି ଜୀବନ - ଅନ୍ଧପୁଟୁଳି ବାନ୍ଧି ବିତୁଛି ଜୀବନ

ଯନ୍ତ୍ରଣାରେ ଛଟପଟ କଅଁଳ ଶିଶୁ । ମାତ୍ର ୨ ବର୍ଷ ବୟସରେ ଆଖିର ଡୋଳା ଦୁଇଟି ବାହାରକୁ ବାହାରିଥିବାରୁ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅଧିକ ପଢନ୍ତୁ...

ଯନ୍ତ୍ରଣାରେ ଜୁଝୁଛି 2 ବର୍ଷୀୟ ବିକାଶ, ଅନ୍ଧପୁଟୁଳି ବାନ୍ଧି ବିତୁଛି ଜୀବନ

author img

By

Published : Aug 30, 2021, 5:42 PM IST

ଭଞ୍ଜନଗର: ଦୁନିଆ କଣ ତାହା ଦେଖିବା ଆଗରୁ ଆଖିରେ ଯେମିତି ବନ୍ଧା ହୋଇଛି ଅନ୍ଧ ପୁଟୁଳି । ବୟସ ମାତ୍ର ୨ ବର୍ଷ । ହେଲେ ଏହି କଅଁଳ ବୟସରେ ବୋଝ ହୋଇଛି ଯନ୍ତ୍ରଣା । ଖେଳକୁଦ ବୟସରେ ଏବେ ଆଖିର ଡୋଳା ଦୁଇଟି ବାହାରକୁ ବାହାରିଥିବାରୁ ମା'ର ପଣତ କାନି ହିଁ ତାଙ୍କ ପାଇଁ ସବୁ କିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମରେ ରୁହନ୍ତି ଜୟରାମ ନାୟକଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ରଞ୍ଜିତା ନାୟକ ୨ ପୁଅ ଓ ଗୋଟିଏ ଝିଅ । ଘରର ସାନ ପୁଅ ହେଉଛନ୍ତି ବିକାଶ ନାୟକ । ଯିଏକି ଏବେ ଅକୁହା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।

ଯନ୍ତ୍ରଣାରେ ଜୁଝୁଛି 2 ବର୍ଷୀୟ ବିକାଶ, ଅନ୍ଧପୁଟୁଳି ବାନ୍ଧି ବିତୁଛି ଜୀବନ

ଘରେ ବିକାଶ ଜନ୍ମ ହେବାପରେ ବାପା ମାଙ୍କ ଖୁସି କହିଲେ ନସରେ । ହେଲେ ପରିବାରରେ ଖୁସି ବେସି ଦିନ ତିଷ୍ଠି ପାରିନଥିଲା । ପୁଅ ବିକାଶକୁ ଏକ ବର୍ଷ ହୋଇଥିବା ବେଳେ ଆଖିରେ ହଠାତ ଯନ୍ତ୍ରଣା ଆରମ୍ଭ ହେଲା । ଏହାପରେ ମା ରଞ୍ଜିତା ଭଞ୍ଜନଗର ମେଡିକାଲ ଓ ଜଗନ୍ନାଥ ପ୍ରସାଦ ମେଡିକାଲକୁ ନେଇ ପୁଅକୁ ଚିକିତ୍ସିତ କରିଥିଲେ । ପୁଅ ମଧ୍ୟ ସୁସ୍ଥ ହେଲା ହେଲେ ବେଶୀ ଦିନ ପାଇଁ ନୁହେଁ ।

କିଛିଦିନ ପରେ ବିକାଶର ଆଖି ପୁଣି ଲାଲ ହୋଇ ରହିବା ସହ ସଂକ୍ରମଣ ହୋଇ ଡୋଳା ବାହାରକୁ ବାହାରିଗଲା । ପୁଅର ଏପରି ଅବସ୍ଥା ଦେଖି ସଙ୍ଗେସଙ୍ଗେ ଏ ମେଡିକାଲରୁ ସେ ମେଡିକାଲ ଧାଇଁ ଚିକିତ୍ସା କରାଇଲେ ମା’ ରଞ୍ଜିତା । ହେଲେ ସେଠାରେ କୌଣସି ସୁଫଳ ମିଳିନଥିଲା । ପାଖରେ ପୁଅକୁ ଚିକିତ୍ସା କରିବାକୁ ଅର୍ଥ ନଥିବାରୁ ନିଜ ଘରରୁ ୨୦ ହଜାର ଟଙ୍କାରେ ବନ୍ଧା ପକାଇ ପୁଅକୁ ଚିକିତ୍ସା ମଧ୍ୟ କରିଛନ୍ତି ରଞ୍ଜିତା । କିନ୍ତୁ ଏବେ ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା କରିପାରୁନାହାନ୍ତି ।

ଏନେଇ ରଞ୍ଜିତା ସ୍ବାମୀ ଜୟରାମଙ୍କୁ ଜଣାଇବା ପରେ ସେ ତାମିଲନାଡୁରୁ ଘରକୁ ମଧ୍ୟ ଫେରୁନାହାନ୍ତି । ଫଳରେ ଆଖିରୁ ନିଦ ହଜାଇ ଏବେ ଜୀବନ ବିତାଉଛନ୍ତି ରଞ୍ଜିତା । ତେବେ ପୁଅର ଚିକିତ୍ସା ପାଇଁ ସରକାରଙ୍କୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି ରଞ୍ଜିତା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.