ETV Bharat / state

ପ୍ଲାଷ୍ଟିକ ବୋତଲରୁ 23 ଫୁଟର ଆକର୍ଷଣୀୟ ହାତୀ, କମାଲ କଲେ ITI ବିଦ୍ୟାର୍ଥୀ

author img

By ETV Bharat Odisha Team

Published : Oct 1, 2023, 10:24 PM IST

୩୦ ହଜାର ପ୍ଲାଷ୍ଟିକ ବ୍ୟବହାର କରି 23 ଫୁଟର ହାତୀ ତିଆରି କଲେ ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ । ଅଧିକ ପଢନ୍ତୁ

୩୦ ହଜାର ପ୍ଲାଷ୍ଟିକ ବୋତଲରେ ତିଆରି ହେଲା 23 ଫୁଟର ହାତୀ

ବ୍ରହ୍ମପୁର: ସ୍ୱଚ୍ଛତା ଦିବସରେ ୩୦ ହଜାର ପ୍ଲାଷ୍ଟିକ ବୋତଲ ବ୍ୟବହାର କରି 23 ଫୁଟର ହାତୀ ତିଆରି କଲେ ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ପଡିରହିଥିବା ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ବୋତଲ ଏହି ପ୍ରତିକୃତି ତିଆରି କରି ସ୍ବଚ୍ଛ ବ୍ରହ୍ମପୁର ସ୍ଲୋଗାନ ହେଲେ ଛାତ୍ରଛାତ୍ରୀ ।

ସୂଚନା ଅନୁଯାୟୀ, ସ୍ବଚ୍ଛ ଭାରତ ଉପଲକ୍ଷେ ଏହି 23 ଫୁଟର ହାତୀ ତିଆରି କରିଛନ୍ତି ଛାତ୍ରଛାତ୍ରୀମାନେ । ବ୍ରହ୍ମପୁରର ବିଭିନ୍ନ ଗଳିକନ୍ଦିରୁ ଅବ୍ୟବହୃତ ବୋତଲ ସଂଗ୍ରହ କରିଥିଲେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ । ଏହାପରେ ୨୩ ପୁଟ ଉଚ୍ଚତା ବିଶିଷ୍ଟ ଲୁହାରେ ନିର୍ମିତ ଏକ ହାତୀ ପ୍ରତିକୃତି ପ୍ରସ୍ତୁତ କରି ତାହାରି ମଧ୍ୟରେ ସହରର ଏଣେ ତେଣେ ପଡି ରହୁଥିବା ପ୍ଲାଷ୍ଟିକ ବୋତଲ ଗୁଡିକୁ ରଖାଯାଇଥିଲା ।

ପୂର୍ବରୁ ‘ନଷ୍ଟରୁ ଶ୍ରେଷ୍ଠ’ ନାରା ଦେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ବିଦ୍ୟାର୍ଥୀମାନେ ଅବ୍ୟବହୃତ ସାମଗ୍ରୀରେ ଭଳିକି ଭଳି ସୁନ୍ଦର ସୁନ୍ଦର ପ୍ରତିକୃତି ପ୍ରସ୍ତୁତ କରି ଅନେକ ସୁନାମ ଆଣିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାରା ଦେଶ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ କାର୍ଯ୍ୟକ୍ରମ ପାଳନ କରୁଛି । ଏହି ସମୟରେ ଏପରି ଏକ ନିଆରା ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ ।

ସରକାରୀ ଆଇଟିଆଇ ଛାତ୍ରଛାତ୍ରୀ କହିଛନ୍ତି, ‘‘ସାରା ବିଶ୍ବ ପାଇଁ ସମସ୍ୟା ସାଜିଛି ପ୍ଲାଷ୍ଟି । ଏହା ପ୍ଲାଷ୍ଟିକକୁ ଏକ ନୂଆ ରୂପ ଦେବା ପାଇଁ ଆମେ ଏକ ପ୍ରୟାସ ଆରମ୍ଭ କରିଥିଲୁ । ପ୍ଲାଷ୍ଟିକ ବୋତଲକୁ ଗୋଟିଏ ସ୍ଥାନରେ ଏକତ୍ରିତ କରି ଏପରି ସୁନ୍ଦର ସୁନ୍ଦର ପ୍ରତିକୃତି ତିିଆରି ହୋଇ ପାରିଛି । ଏହାକୁ ତିଆରି କରିବା ପାଇଁ 7 ଦିନ ସମୟ ଲାଗିଥିବା ବେଳେ ଦୌନିକ 7ରୁ 8 ଘଣ୍ଟା ପରିଶ୍ରମ କରିବା ପରେ ଏହାକୁ ଆକୃତି ଦିଆଯାଇ ପାରିଛି ।

ଏହା ମଧ୍ୟ ପଢନ୍ତୁ..ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ସାବଧାନ ! ହୋଇପାରେ କ୍ୟାନ୍ସର, ଡାଏବେଟିସ୍ ଭଳି ଜଟିଳ ସମସ୍ୟା

ଏହି ନୂତନ ପ୍ରତିକୃତିକୁ ଉନ୍ମୋଚନ ଅବସରରେ ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡ , ବ୍ରହ୍ମପୁରର ମେୟର ସଙ୍ଘମିତ୍ରା ଦଳେଇ , ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ, ଆଇଟିଆଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଆଇଟିଆଇ ବିଦ୍ୟାର୍ଥୀଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.