ETV Bharat / state

ଗଜପତିରେ ଲାଗୁ ହେଲା ଅନଲକ-4ର ଗାଇଡଲାଇନ

author img

By

Published : Sep 1, 2020, 10:30 PM IST

ଚଳିତ ସେପ୍ଟେମ୍ବର ମାସ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ଶାହା କୋରୋନା ଜନିତ କଟକଣାରେ ବହୁତ କିଛି କୋହଳ କରିଥିବା ବିଜ୍ଞପ୍ତି ପ୍ରକାଶ କରିବା ସହ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ।

ଗଜପତିରେ ଲାଗୁ ହେଲା ଅନଲକ-4ର ଗାଇଡଲାଇନ
ଗଜପତିରେ ଲାଗୁ ହେଲା ଅନଲକ-4ର ଗାଇଡଲାଇନ

ଗଜପତି: ଦୀର୍ଘ ୫ ମାସ ପରେ ଗଜପତି ଜିଲ୍ଲାବାସୀ କୋରୋନା ଜନିତ କଟକଣା ବଳବତ୍ତର'ରୁ ତ୍ରାହି ପାଇଛନ୍ତି । ଚଳିତ ସେପ୍ଟେମ୍ବର ମାସ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ଶାହା କୋରୋନା ଜନିତ କଟକଣାରେ ବହୁତ କିଛି କୋହଳ କରିଥିବା ବିଜ୍ଞପ୍ତି ପ୍ରକାଶ କରିବା ସହ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି । ଏ ଦିଗରେ କିଛିଟା ନିଷେଧାଦେଶ ମଧ୍ୟ ଜାରି କରିଛନ୍ତି ।

ଗଜପତିରେ ଲାଗୁ ହେଲା ଅନଲକ-4ର ଗାଇଡଲାଇନ

ଜିଲ୍ଲାପାଳ ଅନୁପମ ଶାହା ବିଜ୍ଞପ୍ତି ଓ ଭିଡିଓ ଯୋଗେ ସୂଚନା ଦେଇ କହିଛନ୍ତି ଯେ, ସେପ୍ଟେମ୍ବର ମାସ ପାଇଁ ଓଡିଶା ସରକାରଙ୍କ ରାଜ୍ୟ ରିଲିଫ କମିଶନ(ଏସଆରସି) ପକ୍ଷରୁ ଚଳିତ ସେପ୍ଟେମ୍ବର ମାସ ପାଇଁ କୋରୋନା ସମୟର ଅନଲକ-୪ ପାଇଁ ଗାଇଡ଼ଲାଇନରେ କୋହଳ ଓ କଟକଣା ସବୁର ନୀତି ନିୟମ ଆସିଯାଇଛି । ସେହି ପ୍ରକାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ସମୟରେ କୋହଳ ଓ କଟକଣାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଜିଲ୍ଲାରେ ପୂର୍ବରୁ ଯେଉଁ ସବୁ ସମୟ ସୀମା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋହଳ ଓ କଟକଣା କରାଯାଇଥିଲା । ଚଳିତ ମାସ ସେପ୍ଟେମ୍ବର ପାଇଁ ସେ ସବୁଥିରେ ଆଉ କୌଣସି ପ୍ରକାର ପ୍ରତିବନ୍ଧକତା ରହିବ ନାହିଁ ।

ଏଣିକି ଜିଲ୍ଲାରେ ସମସ୍ତ ଦୋକାନ ବଜାର, ବାଣିଜ୍ୟିକ ବ୍ୟବସାୟ, ସପିଙ୍ଗ ମଲ ପ୍ରଭୃତି କୋରୋନା କଟକଣା ଆଗରୁ ଯେଉଁଭଳି ଖୋଲା ରହୁଥିଲା, ସେହିଭଳି ଖୋଲା ହୋଇପାରିବ । ଏଥ ସହିତ ବ୍ୟାଙ୍କ, ଏଲଆଇସି, ବୀମା କମ୍ପାନୀ ପ୍ରଭୃତି ସେମାନଙ୍କ କମ୍ପାନୀର ନୀତିନିୟମ ପ୍ରକାରେ ଖୋଲି ପାରିବେ । ତା ସହିତ ଜିଲ୍ଲା ଓ ଅନ୍ତଜିଲ୍ଲା ବସସେବା ଆରମ୍ଭ ହେବ । ସେହିପରି ରାଜ୍ୟ ଓ ଅନ୍ତରାଜ୍ଯ ବସ ସେବା ମଧ୍ୟ ଆରମ୍ଭ ହେବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ସବୁ କେବଳ ଚଳିତ ସେପ୍ଟେମ୍ବର ମାସ ପାଇଁ କୋହଳ କରାଯାଇଛି । ଅନ୍ୟପକ୍ଷରେ ସ୍କୁଲ, କଲେଜ ଓ ୟୁନିଭରସିଟି ଖୋଲା ଯାଇପାରିବ ନାହିଁ । ସେ ସବୁପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଆଗରୁ ଘୋଷଣା ହୋଇସାରିଛି । ତେବେ ସମସ୍ତେ ମାସ୍କ ନିଶ୍ଚିତ ଭାବେ ପିନ୍ଧିବେ ଏବଂ କୋରୋନା କଟକଣା ମାନିବେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.