ETV Bharat / state

ସଧବା ବେଶରେ ଝଟକିଲେ କିନ୍ନର, ଗୁରୁଙ୍କ ଦୀର୍ଘାୟୁ କାମନା କରି ରଖିଲେ ସାବିତ୍ରୀ ବ୍ରତ

author img

By

Published : May 30, 2022, 8:10 PM IST

ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହି ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ନାରୀମାନେ ବ୍ରତ ପାଳନ କରୁଥିବାବେଳେ ପାରଳାଖେମୁଣ୍ଡିରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଅଧିକ ପଢ଼ନ୍ତୁ

ସଧବା ବେଶରେ ଝଟକିଲେ କିନ୍ନର, ଗୁରୁଙ୍କ ଦୀର୍ଘାୟୁ କାମନା କରି ରଖିଲେ ସାବିତ୍ରୀ ବ୍ରତ
ସଧବା ବେଶରେ ଝଟକିଲେ କିନ୍ନର, ଗୁରୁଙ୍କ ଦୀର୍ଘାୟୁ କାମନା କରି ରଖିଲେ ସାବିତ୍ରୀ ବ୍ରତ

ଗଜପତି : ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ଏହି ଦିନରେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀମାନେ ଏହି କାମନା କରିଥାନ୍ତି । ହେଲେ କିନ୍ନରମାନେ ଏହି ବ୍ରତକୁ ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ପାଳନ କରିଥାନ୍ତି । ପାରଳାଖେମୁଣ୍ଡିରେ କିନ୍ନରମାନେ ଏହି ବ୍ରତକୁ ପାଳନ କରି ନିଜ ଗୁରୁଙ୍କ ମଙ୍ଗଳ କାମନା କରିଥାନ୍ତି ।

ସାଧାରଣ ମହିଳା ମାନଙ୍କ ପରି କିନ୍ନରମାନେ ମଧ୍ୟ ନୂତନ ପୋଷାକ ପରିଧାନ କରିବା ସହ ସଜେଇ ହୋଇ ଏକତ୍ରିତ ଭାବେ ଏହି ବ୍ରତକୁ ପାଳିଛନ୍ତି । ଆଜି ସକାଳୁ କିନ୍ନରମାନେ ଆମ୍ବ, ପଣସ, ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ସହ ଶାଢୀ, ଚୁଡି, ସିନ୍ଦୂର ଆଦି ସାଙ୍ଗରେ ନେଇ ପହଞ୍ଚି ଥିଲେ ପାରଳାଖେମୁଣ୍ଡିର ଶ୍ୟାମା କାଳୀ ମନ୍ଦିରରେ ।

ସେଠାରେ ସେମାନେ ପୂଜାର୍ଚ୍ଚନା କରିବା ସହ ଗୁରୁଙ୍କ ପାଇଁ ଆର୍ଶୀବାଦ ଭିକ୍ଷା କରିଥିଲେ । ଏହାପରେ ଗୁରୁଙ୍କ ପାଦ ଛୁଇଁ ପାଦୁକା ପାନ କରିବା ପରେ ପ୍ରସାଦ ସେବନ କରିଥାନ୍ତି । କିନ୍ନର ମାନେ ନିଜ ଘର ଛାଡି ବାହାରକୁ ଚାଲିଆସିଥିବାରୁ ନିଜ ଗୁରୁହିଁ ସେମାନଙ୍କ ପାଇଁ ବାପା, ମା', ସ୍ବାମୀ ସବୁକିଛି । ତେଣୁ ତାଙ୍କ ପାଇଁ ବ୍ରତ ପାଳନ କରୁଥିବା ସେମାନେ କହିଛନ୍ତି ।

କିନ୍ନରମାନେ ସାମାଜିକ ଭାବେ ଏକ ପ୍ରକାର ବାସନ୍ଦ । ସମାଜ ତାଙ୍କୁ ଭିନ୍ନ ଚକ୍ଷୁରେ ଦେଖିଥାନ୍ତି । ତେଣୁ ସେମାନେ ଘର ଛାଡି ଭିନ୍ନ ଏକ ଦୁନିଆରେ ରହିଥାନ୍ତି । ସେମାନଙ୍କ ଜୀବନ ଶୈଳୀ ଏବଂ ପୂଜା ପଦ୍ଧତି ସବୁ କିଛି ସେମାନଙ୍କ ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ଶାସ୍ତ୍ର ଅନୁସାରେ କିନ୍ନରମାନଙ୍କ ପାଇଁ ସେମାନଙ୍କ ଗୁରୁ ହିଁ ସବୁ କିଛି । ତେଣୁ ତାଙ୍କ ମଙ୍ଗଳ କାମନା କରି ପୂର୍ଜାଚ୍ଚନା କରିବାର ବିଦ୍ଧି ରହିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.