ETV Bharat / state

ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ - Gajapati district

ପାରଳାଖେମୁଣ୍ଡି ସହରର ରାଜନହର ସମ୍ମୁଖରେ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲମୀକାନ୍ତ ସେଠୀ, ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ନିରବ
ନିରବ
author img

By

Published : Aug 5, 2020, 9:38 PM IST

ଗଜପତି: କୋରୋନା ଲଢେଇରେ ନିଜକୁ ଉତ୍ସର୍ଗକୃତ କରିଥିବା ଆଗ ଧାଡିର କୋରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରବ ପ୍ରାର୍ଥନା ଏବଂ ଶପଥ ପାଠ । ପାରଳାଖେମୁଣ୍ଡି ସହରର ରାଜନହର ସମ୍ମୁଖରେ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲମୀକାନ୍ତ ସେଠୀ, ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରବ ପ୍ରାର୍ଥନା ଏବଂ ଶପଥ ପାଠ

ସେହିପରି ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ନେତୃତ୍ବରେ ଏବଂ ସ୍ଥାନୀୟ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଏସପି ତପନ କୁମାର ପଟନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କୋରୋନା ଯୁଦ୍ଧରେ ସାମିଲ ହୋଇ ଆତ୍ମ ବଳିଦାନ ଦେଇଥିବା କେଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସେହିପରି ଯେଉଁମାନେ ଏବେ ବି ନିସ୍ୱାର୍ଥପର ଭାବେ କୋଭିଡ ଯୁଦ୍ଧରେ ଆଗରେ ରହି ଲଢେଇ କରୁଛନ୍ତି ସେମାନଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଧଦେରେ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.