ETV Bharat / state

ମାଡି ଆସୁଛି ବାତ୍ୟା ଜୱାଦ, ଗଜପତିରେ NDRF ଟିମ ନିୟୋଜିତ

author img

By

Published : Dec 3, 2021, 3:03 PM IST

ସ୍ଥଳଭାଗ ମୁହାଁ ବାତ୍ୟା ଜୱାଦ (cyclone jawad)। ବାତ୍ୟା ପ୍ରଭାବରେ ଆଜି ରାତିରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଏହାର ମୁକାବିଲା ପାଇଁ ସଜ ହେଲାଣି NDRF ଓ ଏଡ୍ରାଫ ଟିମ । ଅଧିକ ପଢନ୍ତୁ

ଗଜପତିରେ NDRF  ଟିମ ନିୟୋଜିତ
ଗଜପତିରେ NDRF ଟିମ ନିୟୋଜିତ

ଗଜପତି: ସ୍ଥଳଭାଗ ମୁହାଁ ବାତ୍ୟା ଜୱାଦ (cyclone jawad)। ବାତ୍ୟା ପ୍ରଭାବରେ ଆଜି ରାତିରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଏହାର ମୁକାବିଲା ପାଇଁ ସଜ ହେଲାଣି NDRF ଓ ଏଡ୍ରାଫ ଟିମ । ଗଜପତି ଜିଲ୍ଲାରେ ଗୋଟିଏ NDRAF ଏବଂ ୨ଟି ODRAF ଟିମ୍ ପହଞ୍ଚିଛନ୍ତି ।

ମାଡି ଆସୁଛି ବାତ୍ୟା ଜୱାଦ, ଗଜପତିରେ NDRF ଟିମ ନିୟୋଜିତ

୨୨ଜଣିଆ ଏନଡିଆରଏଫ ଟିମକୁ ଗୋଷାଣୀ ବ୍ଲକରେ ନିୟୋଜିତ କରାଯାଇଛି । ସେହିପରି ୩୭ ଜଣିଆ ଗୋଟିଏ ଓଡ୍ରାଫ ଟିମକୁ ଗଙ୍ଗାବାଡ, କଇପୁର ଏବଂ ଆର.ଉଦୟଗିରି ଠାରେ ନିୟୋଜିତ କରାଯାଇଥିଲା ବେଳେ ୨୯ଜଣିଆ ଅନ୍ୟ ଟିମକୁ ପାରଳାଖେମୁଣ୍ଡି ଏବଂ କାଶୀନଗର ଠାରେ ନିୟୋଜିତ କରାଯାଇଛି । ପାଣିପାଗର ବିଭାଗ ପୂର୍ବାନୁମାନ ଅନୁସାରେ ଆଜି ସକାଳ ଠାରୁ ଜିଲ୍ଲାରେ ପାଇଁ ମେଘୁଆ ରହିଥିବା ବେଳେ ଅପରାହ୍ନ ଠାରୁ ବର୍ଷା ହେବା ସମ୍ଭାବନା ରହିଛି । ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଜରୁରୀକାଳୀନ ଅଧିକାରୀ ସରୋଜ ବେହେରା ।

ସୂଚନାଅନୁସାରେ, ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇଛି ବାତ୍ୟା । ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏ ନେଇ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦ କିମି ରହିବ । ପାରାଦ୍ବୀପରୁ ୭୬୦ ଓ ଗୋପାଳପୁରରୁ ୬୭୦ କିମିରେ ରହିଛି ବାତ୍ୟା ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.