ETV Bharat / state

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ୍

author img

By ETV Bharat Odisha Team

Published : Sep 29, 2023, 9:00 AM IST

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳରେ ଘଟିଥିବା ଏକ ହତ୍ୟା ଘଟଣାର ରାୟ ଶୁଣାଇଛନ୍ତି ଗଜପତି ଜିଲା ଦୌରା ଜଜ୍ ପ୍ରଣବ କୁମାର ରାଉତରାୟ । ଅଧିକ ପଢ଼ନ୍ତୁ

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ୍
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ୍

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ୍

ଗଜପତି: 4 ବର୍ଷ ପରେ ମିଳିଲା ନ୍ୟାୟ । ପତ୍ନୀହନ୍ତା ସ୍ବାମୀକୁ ମଳିଲା ଆଜୀବନ କାରାଦଣ୍ଡଦେଶ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳରେ ଘଟିଥିବା ଏକ ହତ୍ୟା ଘଟଣାର ରାୟ ଶୁଣାଇଛନ୍ତି ଗଜପତି ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ରାଉତରାୟ । ନିଜ ନାବାଳିକା ଝିଅ ଆଖି ଆଗରେ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସ୍ୱାମୀ । ଯାହାର ରାୟ ଶୁଣାଇ ଗଜପତି ଜିଲା ଦୌରା ଜଜ୍ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ 10 ହଜାର ଟଙ୍କାର ଜରିମାନା ଆଦାୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଦୌରା ଜଜ୍ । ତେବେ ଜରିମାନା ଅନାଦେୟ ସ୍ଥଳେ ଅଧିକ ୧ବର୍ଷ ଅଧିକ କାରାଦଣ୍ଡାଦେଶ ଶୁଣାଇଥିବା ସୂଚନା ଦେଇଛନ୍ତି ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ ।

ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଟାଙ୍ଗିଲିପଦର ଗ୍ରାମରେ ସୁବାସ ଚନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ରୁନିତା ନାୟକ ନିଜ ଝିଅ ସହ ରହୁଥିଲେ । ଗତ ୨୦୧୯ ମସିହା ଏପ୍ରିଲ ୫ତାରିଖ ଦିନ ସ୍ତ୍ରୀ ରୁନିତାଙ୍କୁ ହତ୍ୟା କରିଥିଲେ ସ୍ୱାମୀ ସୁବାଷ । ଚାନ୍ଦିପୁଟ ଛକରେ ଥିବା ଏକ କଲଭର୍ଟ ନିକଟରେ ରୁନୀତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲା ସୁବାଷ । ତେବେ ଏଭଳି ଦୃଶ୍ୟକୁ ନିଜ ଆଖିରେ ଦେଖିଥିବା ଝିଅ ମାମୁନିକୁ ଘଟଣା ସମ୍ପର୍କରେ କାହାକୁ ନଜଣାଇବା ପାଇଁ ତାଗିଦ କରିବା ସହ ଜଣେ ସମ୍ପର୍କୀୟଙ୍କ ଘରେ ଛାଡ଼ି ଫେରାର ହୋଇଯାଇଥିଲା ସୁବାଷ ।

ଏହାମଧ୍ୟ ପଢନ୍ତୁ..ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ତେବେ ନାତୁଣି ଓ ଝିଅଙ୍କୁ ନପାଇ ଖୋଜାଖୋଜି ଆରମ୍ଭ କରିଥିଲେ ମୃତକଙ୍କ ବାପା ଆରତ ନାୟକ । ତେବେ ନାତୁଣୀ ସମ୍ପର୍କୀୟଙ୍କ ଘରେ ଥିବା କଥା ଜାଣି ସେଠାରେ ପହଞ୍ଚି ନାତୁଣୀଠୁ ହତ୍ୟା ସମ୍ବନ୍ଧରେ ଜାଣିବାକୁ ପାଇଥିଲେ ଆରତ । ପରେ ଏନେଇ ଆର. ଉଦୟଗିରି ଥାନାରେ ଆରତ ନାୟକ ଅଭିଯୋଗ କରିଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ୍ ଏକ ମାମଲା(୪୦/୨୩) ରୁଜୁ କରି ତଦନ୍ତ କରିବା ସହ ସୁବାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର ସମୟରେ କୋର୍ଟ ପ୍ରତ୍ୟକ୍ଷଦର୍ଶୀ ନାବାଳିକା ଝିଅ ସହ ଅନ୍ୟ ୧୩ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ । ମାମଲାର ରାୟ ଗୁରୁବାର ଦିନ ପ୍ରକାଶ ପାଇଛି । ଯେଉଁଥିରେ କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.