ଗଜପତି: ଆସିଲା ସେରୋଲୋଜିକାଲ ସର୍ଭେର ରିପୋର୍ଟ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଚଳରେ ସେପ୍ଟେମ୍ବର 15-18ତାରିଖ ଯାଏଁ ହୋଇଥିବା ସେରୋଲୋଜିକାଲ ସର୍ଭେର ରିପୋର୍ଟ ବୁଧବାର ପ୍ରକାଶ ପାଇଛି । ଜିଲ୍ଲାପାଳ ଅନୁପମ ସାହା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି ।
ସହରର 64.67 ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବୋଡି ତିଆରି ହୋଇଥିବା ବେଳେ ଉଚ୍ଚ ବିପଦସଂପନ୍ନ ଗୋଷ୍ଠୀ ମଧ୍ୟରେ ସେରୋ ପ୍ରେଭାଲେନ୍ସ 40 ରୁ 85ପ୍ରତିଶତ ମଧ୍ୟରେ ରହିଥିବା ଜିଲ୍ଲାପାଳ କହିଛନ୍ତି । ସେହିଭଳି 53.1 ପ୍ରତିଶତ ପୁରୁଷ ଓ 65.9 ପ୍ରତିଶତ ମହିଳାଙ୍କର ଆଣ୍ଟିବଡି ତିଆରି ହୋଇଥିବା ସୂଚନା ମିଳିଛି ।
ସହରର 2 ନମ୍ବର ୱାର୍ଡରେ ସର୍ବନିମ୍ନ 44ପ୍ରତିଶତଙ୍କ ଦେହରେ ଆଣ୍ଟି ବୋଡି ଥିବାବେଳେ 12 ନମ୍ବର ୱାର୍ଡରେ ସର୍ବୋଚ୍ଚ 92 ପ୍ରତିଶତ ଆଣ୍ଟିବଡି ଥିବା ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ