ETV Bharat / state

ମଣ୍ଡି ଅବ୍ୟବସ୍ଥାରୁ ବିକ୍ରି ହେଉନି ଧାନ, ଚିନ୍ତାରେ ଚାଷୀ

author img

By

Published : Jan 10, 2022, 9:51 AM IST

ମଣ୍ଡି ଅବ୍ୟବସ୍ଥା ନେଇ ଚିନ୍ତାରେ ଚାଷୀ । ଅଧିକାଂଶ ମଣ୍ଡି କାର୍ଯ୍ୟକ୍ଷମ ହୋଇନଥିବାରୁ ଚାଷୀମାନେ ମଣ୍ଡିରେ ଧାନ ଦେଇପାରି ନାହାଁନ୍ତି । ସେପଟେ ଟୋକେନ ସମୟ ବିତି ଯାଇଥିବାବେଳେ ଧାନ ବିକ୍ରିକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ

mandi problem in gajapati
ଧାନବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ଗଜପତି: ମଣ୍ଡି ଅବ୍ୟବସ୍ଥା ନେଇ ଚିନ୍ତାରେ ଚାଷୀ । ଚଳିତ ବର୍ଷ ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ କରିବା ପାଇଁ ଦାୟିତ୍ବ ଦିଆଯାଇଛି । ଧାନ ବିକ୍ରିପାଇଁ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଥିଲା । ହେଲେ ଅଧିକାଂଶ ମଣ୍ଡି କାର୍ଯ୍ୟକ୍ଷମ ହୋଇନଥିବାରୁ ଚାଷୀମାନେ ମଣ୍ଡିରେ ଧାନ ଦେଇପାରି ନାହାଁନ୍ତି । ସେପଟେ ଟୋକେନ ସମୟ ବିତି ଯାଇଥିବାରୁ ଧାନ ବିକ୍ରିକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି । ଏନେଇ ଗଜପତି ଜିଲ୍ଲାରେ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି ।

ଧାନବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ଗଜପତି ଜିଲ୍ଲାରେ ଗତ ୨ ତାରିଖ ଠାରୁ ଧାନମଣ୍ଡି ଆରମ୍ଭ ହୋଇଛି। ମଣ୍ଡି ଆରମ୍ଭ ହେବାର ୮ଦିନ ବିତି ଯାଇଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଟୋକେନ ସମୟ ବିତିଯାଇଥିବା ଯୋଗୁଁ ଧାନ ବିକ୍ରି ନେଇ ସେମାନେ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ଗତ ଲଗାଣ ବର୍ଷା ଚାଷୀଙ୍କ ଅଧିକାଂଶ ଫସଲ ନଷ୍ଟ କରିଦେଇଛି । ବର୍ଷାରେ ଧାନ ଓଦା ହୋଇଯିବା ଯୋଗୁଁ ରଙ୍ଗରେ ସାମାନ୍ୟ ଫରକ ଆସିଛି । ତେବେ ଧାର୍ଯ୍ୟ ଏଫଏକ୍ୟୁ ରଙ୍ଗ ଠାରୁ ଏହା ଭିନ୍ନ ରହୁଥିବା ଜଣାପଡ଼ିଛି । ଯାହାଫଳରେ ମଣ୍ଡି ଦାୟିତ୍ବରେ ଥିବା ମହିଳା ସ୍ବୟଂସହାୟକ ଗୋଷ୍ଠୀ ମହିଳାମାନେ ଏହାକୁ ଗ୍ରହଣ କରୁନାହାନ୍ତି । ବର୍ଷା ପ୍ରଭାବରେ ଜିଲ୍ଲାରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ରିପୋର୍ଟ ପ୍ରଦାନ କରାଯାଇଥିଲେ ସୁଦ୍ଧା ଚାଷୀମାନେ କ୍ଷତିପୂରଣ ମଧ୍ୟ ପାଇନାହାନ୍ତି । ଏଭଳି ସମସ୍ୟାର ସମାଧାନ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଜିଲ୍ଲାରେ ମୋଟ ୪୪ଟି ମଣ୍ଡିରୁ ବର୍ତମାନ ସୁଦ୍ଧା ୭ଟି ମଣ୍ଡିରେ କାମ ଆରମ୍ଭ ହୋଇଛି । ମଣ୍ଡି ବ୍ୟବସ୍ଥାକୁ ନେଇ ବିବାଦ ଉପୁଜିଥିବାବେଳେ ଚାଷୀମାନେ ନିଜର ସମସ୍ୟା ନେଇ ଆନ୍ଦୋଳନ କରିବା ପାଇଁ ଦାବି କରିଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ବିଭିନ୍ନ ମଣ୍ଡି ସମ୍ମୁଖରେ ବିକ୍ଷୋଭ କରିବା ପାଇଁ ଚାଷୀମାନେ ଚେତାବନୀ ଦେଇଛନ୍ତି । ସେପଟେ ଅତିଶୀଘ୍ର ସବୁ ମଣ୍ଡି କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରାଯାଉଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ତେଣୁ ଚାଷୀଙ୍କ ସମସ୍ୟାର ସମାଧାନ ମଧ୍ୟ ଶୀଘ୍ର କରାଯିବ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.