ETV Bharat / state

ଇଟିଭି ଭାରତ ପ୍ରଭାବ, ଦିବ୍ୟାଙ୍ଗ ନିରଞ୍ଜନଙ୍କୁ ମିଳିବ ଘର - ନିରଞ୍ଜନ ବେହାରା

ଇଟିଭି ଭାରତର ମହାପ୍ରଭାବ । ଗଜପତିର ଗୌରବ ଦିବ୍ୟାଙ୍ଗ ନିରଞ୍ଜନ ବେହେରାଙ୍କ ଖବର ପ୍ରସାରଣ ପରେ ସହଯୋଗର ହାତ ବଢାଇଛି ପ୍ରଶାସନ ।

etv bharat impact, niranjan behera will get govt help
ଇଟିଭି ଭାରତ ପ୍ରଭାବ, ଦିବ୍ୟାଙ୍ଗ ନିରଞ୍ଜନଙ୍କୁ ମିଳିବ ଘର
author img

By

Published : Nov 29, 2019, 8:39 PM IST

ଗଜପତି: ଇଟିଭି ଭାରତର ମହାପ୍ରଭାବ । ଗଜପତିର ଗୌରବ ନିରଞ୍ଜନ ବେହେରାଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ଜିଲ୍ଲା ପ୍ରଶାସନ । ତିତିଲି ବାତ୍ୟାରେ ଭାଙ୍ଗି ଛାରଖାର ହୋଇପଡିଥିବା ନିରଞ୍ଜନଙ୍କ ଘର ପୁଣି ସଜାଡିବାକୁ ପ୍ରତିଶ୍ରୁତି ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ଆସନ୍ତା ମାସ ଭିତରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ମିଳିବ ।

ଇଟିଭି ଭାରତ ପ୍ରଭାବ, ଦିବ୍ୟାଙ୍ଗ ନିରଞ୍ଜନଙ୍କୁ ମିଳିବ ଘର

ନିଜେ ଦୁନିଆ ନ ଦେଖି ଅନ୍ୟକୁ ବଞ୍ଚିବାର ରାହା ଦେଖାଉଥିବା ନିରଞ୍ଜନଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା 3 ରେ ଦିଲ୍ଲୀର ବିଜ୍ଞାନ ଭବନରେ ସମ୍ବର୍ଦ୍ଧିତ କରାଯିବ । ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ରେଡକ୍ରସ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ହେଲେ ଏତେ ସବୁ ସମ୍ମାନ ଓ ପୁରସ୍କାରର ପାଇବି ସେ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଥିଲେ । ଏ ସମ୍ବନ୍ଧରେ ଜାଣିବା ପରେ ଇଟିଭି ଭାରତ ଟିମ ନିରଞ୍ଜନଙ୍କ ଘରେ ପହଞ୍ଚି ତାଙ୍କର ବିଚାରକୁ ଉପସ୍ଥାପନ କରିଥିଲା । ଏଥିସହ ତାଙ୍କ ସମସ୍ୟାକୁ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚାଇଥିଲା ।

ନିରଞ୍ଜନଙ୍କ ପୂରା କାହାଣୀ ଦେଖନ୍ତୁ: ଗଜପତିର ଗୌରବ, ଜାତୀୟ ପୁରସ୍କାର ପାଇବେ ଦିବ୍ୟାଙ୍ଗ

ଏହାର ପ୍ରଭାବରେ ଅଧିକାରୀ ନିଜେ କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନଙ୍କ ଘରକୁ ଯାଇ ସମସ୍ୟା ବୁଝି ଆର୍ଥିକ ସହାୟତା ଦେବାକୁ ଜଣାଇଛନ୍ତି । ଏନେଇ ନିରଞ୍ଜନ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Byte 1--ନିରଞ୍ଜନ ବେହେରା
Byte 3---ଅଶୋକ କୁମାର ରାଉତBody:Byte 1--ନିରଞ୍ଜନ ବେହେରା
Byte 3---ଅଶୋକ କୁମାର ରାଉତConclusion:Byte 1--ନିରଞ୍ଜନ ବେହେରା
Byte 3---ଅଶୋକ କୁମାର ରାଉତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.