ETV Bharat / state

ଅଣାୟତ୍ତ କଲାଣି ଲଗାଣ ବର୍ଷା, ଭୂସ୍ଖଳନ ହୋଇ ରାସ୍ତା ଅବରୋଧ - ଗଜପତିରେ ଲଗାଣ ବର୍ଷା

ଲଗାଣ ବର୍ଷାରେ ନୂଆଗଡ଼ ବ୍ଳକର ସ୍ଥିତି ଏବେ ଅଣାୟତ୍ତ ହୋଇଛି । ଭୂସ୍ଖଳନ ହୋଇ ରାସ୍ତା ଅବରୋଧ ହୋଇଥିବା ବେଳେ ଆଉ କିଛି ସ୍ଥାନରେ କଲଭର୍ଟ ଭାସି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅଧିକ ପଢନ୍ତୁ

ଅଣାୟତ କଲାଣି ଲଗାଣ ବର୍ଷା, ଭୂସ୍ଖଳନ ହୋଇ ରାସ୍ତା ଅବରୋଧ

author img

By

Published : Jul 18, 2022, 11:09 AM IST

ଗଜପତି: ଲଗାଣ ବର୍ଷାରେ ବେହାଲ ଗଜପତି ଜିଲ୍ଲା । ନୂଆଗଡ଼ ବ୍ଳକର ସ୍ଥିତି ଏବେ ଅଣାୟତ୍ତ ହୋଇଛି । କିଛି ସ୍ଥାନରେ ଭୂସ୍ଖଳନ ହୋଇ ରାସ୍ତା ଅବରୋଧ ହୋଇଥିବା ବେଳେ ଆଉ କିଛି ସ୍ଥାନରେ କଲଭର୍ଟ ଭାସି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହାସହ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ନୂଆଗଡ ଖ୍ରୀଷ୍ଟିଆନ ସାହିର ୨ଟି ଘର ବର୍ଷା ଯୋଗୁଁ ଭୁଶୁଡି ପଡିଥିବା ବେଳେ ଜଣେ ବୃଦ୍ଧା ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ନୂଆଗଡ ବ୍ଲକ ପି.ଅନ୍ତରଡା ପଞ୍ଚାୟତରେ ପାହାଡ ଧସିଯିବାରୁ ରୁବୁଡ଼ୀସିଂ ଠାରୁ ଆଲିସିଙ୍ଗ ଯିବା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏଥିସହ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଧାନ କ୍ଷେତରେ ବାଲି ଓ ମାଟି ଭର୍ତ୍ତି ହୋଇଯାଇଛି । ପ୍ରଶାସନ ପକ୍ଷରୁ ରାସ୍ତାରୁ ମାଟି ଉଠାଇବା କାର୍ଯ୍ୟ ଏବେ ଜାରି ରହିଛି ।

ଅଣାୟତ କଲାଣି ଲଗାଣ ବର୍ଷା, ଭୂସ୍ଖଳନ ହୋଇ ରାସ୍ତା ଅବରୋଧ

ଅନ୍ୟପଟେ କେରେଡାଙ୍ଗ ପଞ୍ଚାୟତର ମାଣ୍ଡିଡି ନିକଟବର୍ତ୍ତି ରାସ୍ତା ବର୍ଷାରେ ସମ୍ପୂର୍ଣ ଧୋଇ ହୋଇଯାଇଛି । କେବଳ ଦୁଇ ଚକିଆ ଯାନ ଯାତାୟତ କରିବା ସମ୍ଭବ ହେଉଥିବା ବେଳେ ଅନ୍ୟାନ୍ୟ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରଙ୍ଗମୁଣ୍ଡା ଗ୍ରାମ ନିକଟରେ ବର୍ଷା ପାଣିରେ ରାସ୍ତା ମଧ୍ୟ ଧୋଇହୋଇ ଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.