ETV Bharat / state

ACF ସୌମ୍ୟଙ୍କ ମୃତ୍ୟୁ ଘଟଣା: ତଦନ୍ତରେ ସହାୟତା ପାଇଁ ପହଞ୍ଚିଲା କ୍ରାଇମ ବ୍ରାଞ୍ଚ ଟିମ୍ - crime branch for soumya death case

ଏବେ ବି ରହସ୍ୟ ଘେରରେ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା । ତଦନ୍ତରେ ସହାୟତା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲା ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ଅଧିକ ପଢ଼ନ୍ତୁ...

ପାରଳାଖେମୁଣ୍ଡି ACFOଙ୍କ ମୃତ୍ୟୁ ଘଟଣା: ତଦନ୍ତରେ ସହାୟତା ପାଇଁ ପହଞ୍ଚିଲା କ୍ରାଇମ ବ୍ରାଞ୍ଚ ଟିମ୍

author img

By

Published : Jul 20, 2021, 5:09 PM IST

ଗଜପତି: ଏବେ ବି ରହସ୍ୟ ଘେରରେ ରହିଛି ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣା । ତଦନ୍ତରେ ସହାୟତା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲା ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀ (ଆଇଓ)ଙ୍କୁ ଅଧିକ ସହାୟତା କରିବ ଏହି ୪ ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ ।

ACF ସୌମ୍ୟଙ୍କ ମୃତ୍ୟୁ ଘଟଣା: ତଦନ୍ତରେ ସହାୟତା ପାଇଁ ପହଞ୍ଚିଲା କ୍ରାଇମ ବ୍ରାଞ୍ଚ ଟିମ୍

ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନଙ୍କ ରହସ୍ୟମୟ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ 7ଦିନ ରୁ ଅଧିକ ହୋଇଥିଲେ ସୁଦ୍ଧା ପୋଲିସ ହାତରେ କୌଣସି ସୁରାକ ଲାଗି ପାରିନାହିଁ । ପାରଳାଖେୁଣ୍ଡିରେ ଥାନା ପକ୍ଷରୁ ACF ସୌମ୍ୟରଞ୍ଜନଙ୍କ ପରିବାର ଏବଂ ତାଙ୍କ ପତ୍ନୀ ବିଦ୍ୟାଙ୍କୁ ପଚରାଉଚରା ଜାରି ରହିଛି । ତେବେ ପାରଳାଖେମୁଣ୍ଡି ପୋଲିସର ତଦନ୍ତ ସରିବା ପରେ ହିଁ କ୍ରାଇମବ୍ରାଞ୍ଚ୍ ଟିମ୍ ଘଟଣାର ଅଧିକ ତଦନ୍ତ କରିବେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ DSP ବିଜୟ କୁମାର୍ ମାଲିକ୍ ।

ଜୁଲାଇ ୧୨ ତାରିଖରେ ACF ସୌମ୍ୟ ରଞ୍ଜନ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ସୌମ୍ୟ ରଞ୍ଜନଙ୍କ ପରିବାର ଲୋକ । ଏହି ହତ୍ୟାକାଣ୍ଡ ପଛରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ସମ୍ପୃକ୍ତ ରହିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଖାଲି ସେତିକି ନୁହେଁ ପାରଳାଖେମୁଣ୍ଡି DFOଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ରହିଥିବା ନେଇ ଅଭିଯୋଗ ଆଣିଛନ୍ତି ସୌମ୍ୟାଙ୍କ ମାଆ । ଏହି ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପାରଳାଖେମୁଣ୍ଡି ପୋଲିସ । ତଦନ୍ତରେ ସହାୟତା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଛି ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ।

ଗଜପତିରୁ ହରିହର ପଟ୍ଟନାୟକ ଓ ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.