ETV Bharat / state

ଗଜପତିର 23 କଲେଜକୁ ମିଳିଲା ଅନୁଦାନ, ଛାତ୍ରଛାତ୍ରୀ କହିଲେ କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ

author img

By

Published : May 12, 2023, 12:39 PM IST

5ଟି ସଚିବ ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି 4ଟି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାସହ ଜିଲ୍ଲାର 23ଟି କଲେଜକୁ 10କୋଟି 50ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଗଜପତିର 23ଟି କଲେଜକୁ 10କୋଟି 50ଲକ୍ଷ ଟଙ୍କାର ଅନୁଦାନ ଦେଲେ ମୁଖ୍ୟମନ୍ତ୍ରୀ

ଗଜପତି: ଜିଲ୍ଲାର 23ଟି କଲେଜକୁ 10 କୋଟି 50ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 5ଟି ସଚିବଙ୍କ ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି 4ଟି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳ ବୁଲିବା ସହ କେତେକ ଆବଶ୍ୟକୀୟ ପ୍ରକଳ୍ପ ପାଇଁ ଅନୁଦାନ ଦିଆଯିବ ବୋଲି ଘୋଷଣା କରିଛନ୍ତି । ସେ ଜିଲ୍ଲାରୁ ଯିବାର କିଛି ଘଣ୍ଟା ମଧ୍ୟରେ ପ୍ରଥମେ ଜିଲ୍ଲାର 23ଟି କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ 10କୋଟି 50ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

ଏହି ଅନୁଦାନରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲେବୋରେଟାରୀ, ପାନୀୟ ଜଳ ଏବଂ ଶୌଚାଳୟ ଆଦିର ମରାମତି ଏବଂ ନୂତନ ଭାବେ ନିର୍ମ।ଣ କାର୍ଯ୍ୟ କରାଯିବ ବୋଲି ଉଲ୍ଲେଖ ରହିଛି । କେବଳ ସେତିକି ନୁହେଁ, କୃଷ୍ଣ ସାଗର ଓ ରାମ ସାଗରର ପୁନଃଉଦ୍ଧାର ପାଇଁ ମଧ୍ୟ 25 କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି, ‘‘୨୩ଟି କଲେଜକୁ ଅନୁଦାନ ପ୍ରଦାନ କରାଯିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ମଧ୍ୟ ଅର୍ଥ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ କୃଷ୍ଣ ସାଗର ଓ ରାମ ସାଗରର ପୁନଃଉଦ୍ଧାର ପାଇଁ ମଧ୍ୟ 25କୋଟି ଟଙ୍କା ମଞ୍ଜୁର ହୋଇଛି । ଯଥା ଶୀଘ୍ର ଏହି ଦୁଇଟି ପ୍ରକଳ୍ପର କାମ ଆରମ୍ଭ କରାଯିବ ।’’

ଏହାସହ କଲେଜମାନଙ୍କୁ ଅନୁଦାନ ପ୍ରଦାନକୁ ନେଇ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଏକତ୍ରିତ ହୋଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ଛାତ୍ର କହିଛନ୍ତି, ‘‘କଥା ଦେଇ କଥା ରଖିଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆମେ ଗର୍ବିତ । ସରକାର ଶିକ୍ଷାର ଉନ୍ନତି ପାଇଁ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ତାହା ବେଶ ପ୍ରଶଂସା ଯୋଗ୍ୟ ।’’ ଏହାସହ ମହିଳା ମହାବିଦ୍ୟାଳୟର ଛାତ୍ରୀ କହିଛନ୍ତି,‘‘ 5ଟି ସଚିବ ଶ୍ରମଦାନ ଓ ଭଲ ପାଠ ପଢିବା ପାଇଁ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଆମେ କରି ଦେଖାଇବୁ ।’’

ଏନେଇ ପାରଳା ମହାଦେଇ କଲ୍ୟାଣୀ ଗଜପତି ମଧ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି । ସେ କହିଛନ୍ତି, 5ଟି ସଚିବଙ୍କ ଗସ୍ତ ପରେ ଜିଲ୍ଲାର ସ୍ଥିତିରେ ପରିବର୍ତ୍ତନ । 5ଟି ସଚିବ ତାଙ୍କ ଗସ୍ତ ସମୟରେ 24ଘଣ୍ଟା ଭିତରେ ସ୍କୁଲ ଓ କଲେଜର ଉନ୍ନତି ପାଇଁ ଅନୁଦାନ ଦିଆଯିବ ବୋଲି କହିଥିଲେ । ହେଲେ ଏଠାରୁ ଫେରିବାର କେଇ ଘଣ୍ଟା ଭିତରେ ଅନୁଦାନ ମିଳିଯାଇଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.