ଗଜପତି : ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଘରେ ପ୍ରେମୀଯୁଗଳଙ୍କ ମୃତଦେହ ପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି ତାହା ଏବେ ବି ସନ୍ଦେହ ଘେରରେ । ତେବେ ଉକ୍ତ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି କହିଛି ପୁଲିସ ।
ଘଟଣା ଅନୁସାରେ ଗଜପତି ଜିଲ୍ଲା କଣ୍ଟାଗଡ ପଞ୍ଚାୟତ ଆରିବା ଗାଁର ଏକ ପ୍ରେମୀଯୁଗଳ ଦିଲେଶ୍ବରୀ ଏବଂ ଶ୍ରୀନୁ ପରସ୍ପରକୁ ପ୍ରେମ କରୁଥିଲେ । ତେବେ ପ୍ରେମିକା 21ବର୍ଷିୟା ଦିଲେଶ୍ବରୀର ବାହାଘର ତାଙ୍କ ପରିବାର ଲୋକେ ଅନ୍ୟତ୍ର ଠିକ୍ କରିଥିବାବେଳେ ଆଉ ଦୁଇଦିନ ପରେ ତାଙ୍କ ବାହାଘର ହୋଇଥାନ୍ତା । କିନ୍ତୁ ଦୁଇ ଜଣଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଠାବ ହୋଇଥିଲା । ଏହି ଘଟଣା ପରେ ଶ୍ରୀନୁଙ୍କ ପରିବାର ବର୍ଗଙ୍କ ମତାମତ ମିଳିପାରନଥିବା ବେଳେ ଡିଲେଶ୍ବରୀଙ୍କ ମାମୁଁ ଏହା ଆତ୍ମହତ୍ୟା ନୁହେଁ, ବରଂ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।
ତେବେ ଏହି ଘଟଣାରେ ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ ଚଳାଇଛି । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ