ETV Bharat / state

ଗଜପତିରେ ଜୈବିକ କୃଷି ସମ୍ବନ୍ଧୀୟ ଦୁଇଦିନିଆ ସଚେତନତା ଶିବିର

ଜାତୀୟ ଉଦ୍ୟାନ କୃଷି ମିଶନ ଆନୁକୁଲ୍ୟରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ତରଭା ପଞ୍ଚାୟତରେ ଜୈବିକ କୃଷି ସମ୍ବନ୍ଧୀୟ ଦୁଇଦିନିଆ ସଚେତନତା ଶିବିର ଅନୁଷ୍ଠିତ କରାଯାଇଅଛି । ଏହି ବୈଠକ ପରିଚାଳନା କରିଥିଲେ ଓଡ଼ିଶା ଖାଉଟି ସମବାୟ ନିଗମ ତରଫରୁ ପ୍ରକଳ୍ପ ପରିଚାଳକ ସମିର କୁମାର ବାରିକ । ଅଧିକ ପଢନ୍ତୁ...

author img

By

Published : Sep 16, 2020, 12:54 PM IST

awareness camp has been organized on organic agriculture
ଜୈବିକ କୃଷି ସମ୍ବନ୍ଧୀୟ ଦୁଇଦିନିଆ ସଚେତନତା ଶିବିର ଅନୁଷ୍ଠିତ

ଗଜପତି: ଜାତୀୟ ଉଦ୍ୟାନ କୃଷି ମିଶନ ଆନୁକୁଲ୍ୟରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ତରଭା ପଞ୍ଚାୟତରେ ଜୈବିକ କୃଷି ସମ୍ବନ୍ଧୀୟ ଦୁଇଦିନିଆ ସଚେତନତା ଶିବିର ଅନୁଷ୍ଠିତ କରାଯାଇଅଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଗୁମ୍ମା ବ୍ଲକ ଉନ୍ନୟନ ଅଫିସର ନଟବର ଶୈତ ଯୋଗଦାନ କରିଥିବା ସହ ଉଦ୍ୟାନ ଉପ ନିର୍ଦ୍ଦେଶକ କେ. ସୁଦର୍ଶନ, ସହକାରୀ ଅଧିକାରୀ ଦିଲ୍ଲୀପ କୁମାର ଡିଙ୍ଗାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିରେ ଜୈବିକ କୃଷିର ବିଭିନ୍ନ ପ୍ରଣାଳୀ ଏବଂ ଉପକାରିତା ବିଷୟରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ କୃଷିକ୍ଷେତ୍ରରେ ବହୁଳ ପରିମାଣରେ ରାସାୟନିକ ସାର ଏବଂ କିଟ ନାଶକର ବ୍ୟବହାର ଯୋଗୁଁ ମୃତ୍ତିକା ଏବଂ ଜଳବାୟୁ ପ୍ରଦୃଷଣ ହେବା ସହିତ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଉଛି ଏବଂ ରୋଗ ପ୍ରତିରୋଧକ ଶକ୍ତିର ମଧ୍ୟ ହ୍ରାସ ଘଟୁଛି । ତେଣୁ ସରକାର ଜୈବିକ କୃଷିର ସଂପ୍ରସାରଣ କ୍ଷେତ୍ରରେ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଯଦ୍ବାରା ଚାଷୀ ଭାଇମାନେ ସେମାନଙ୍କର ଗୋଶାଳା ଏବଂ ସେଥିରୁ ବାହାରୁଥିବା ବିଭିନ୍ନ ବର୍ଯ୍ୟବସ୍ତୁ ଆଦିର ବ୍ୟବହାର କରି କମ ଖର୍ଚ୍ଚରେ ଜୈବିକ କୃଷି କରିବା ସହିତ ସ୍ଵାବଲମ୍ବୀ ହୋଇପାରିବେ ।

ଏହି ଜୈବିକ କୃଷି କାର୍ଯ୍ୟକ୍ରମ ଗୁଡିକୁ ଓଡିଶା ଖାଉଟି ସମବାୟ ନିଗମ ତରଫରୁ ତିନି ବର୍ଷ ପର୍ଯ୍ୟନ୍ତ ତଦାରଖ କରିବା ସହିତ ସମସ୍ତ ତାଲିମ ପ୍ରଦାନ କରାଯିବ । ଏଥି ସହିତ ଚାଷି ଭାଇମାନଙ୍କୁ ଜୈବିକ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.