ETV Bharat / state

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନବାଡି କର୍ମୀ - protest in gajapati district

ସରକାରୀ କର୍ମଚାରୀଙ୍କୁ ମାନ୍ୟତା ଦେବା ଦାବିରେ ଅଙ୍ଗନବାଡି କର୍ମଚାରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଓ ପ୍ରତିବାଦ । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନବାଡି କର୍ମୀ

author img

By

Published : Feb 22, 2021, 4:17 PM IST

ଗଜପତି: ସରକାରୀ କର୍ମଚାରୀଙ୍କୁ ମାନ୍ୟତା ଦେବା ଦାବିରେ ଅଙ୍ଗନବାଡି କର୍ମଚାରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଫିସ ସାମ୍ନାରେ ଧାରଣା ଓ ପ୍ରତିବାଦ । ଏପରି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ବିଭିନ୍ନ ଦାବି ନେଇ ଅଲ ଓଡିଶା ଅନଙ୍ଗବାଡି ଲେଡିସ ୱାର୍କସ ଆସୋସିଏସନ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନବାଡି କର୍ମୀ

ଦାବି ଅନୁସାରେ ସର୍ବନିମ୍ନ ବେତନ କର୍ମୀଙ୍କୁ 18 ହଜାର ଏବଂ ସହାୟିକାଙ୍କୁ 9ହଜାର ଟଙ୍କା ପ୍ରଦାନ କରିବା, ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦେବା, ଅଙ୍ଗନବାଡି କର୍ମଚାରୀଙ୍କୁ ଅବସରକାଳୀନ ଭତ୍ତା ପ୍ରଦାନ କରିବା, ସରକାରୀ କର୍ମଚାରୀଙ୍କ ଭଳି ବାର୍ଷିକ ଛୁଟି ପ୍ରଦାନ କରିବା ଆଦି ବିଭିନ୍ନ ଦାବି କରିଛି ସଂଘ ।

କର୍ମଚାରୀ ସଂଘର ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳି ପଣ୍ଡା ଏବଂ କୋଷାଧ୍ୟକ୍ଷା ଅଞ୍ଜଳି ନାୟକଙ୍କ ନେତୃତ୍ବରେ ଶତାଧିକ ଅଙ୍ଗନବାଡି କର୍ମଚାରୀ ସ୍ଥାନୀୟ କୋଷାଗାରା ନିକଟରୁ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ସୁଖରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦାବିପୂରଣ ଦିଗରେ ସରକାର ପଦକ୍ଷେପ ଗ୍ରହଣନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.