ଗଜପତି: ସପ୍ତଦଶ ଲୋକସଭା ନିର୍ବାଚନରେ ବିଜୟୀ ଟୀକା ପିନ୍ଧିବା ପାଇଁ ରାଜନୈତିକ ଦଳର ପ୍ରାର୍ଥୀ ଝାଳବୁହା ପରିଶ୍ରମ କରୁଛନ୍ତି । ଭୋଟରଙ୍କ ଆସ୍ଥା ଭାଜନ , ବିଶ୍ୱାସ ଜିତିବା ତଥା ଆଦର ପାଇବା ପାଇଁ ଦିନରାତି ଏକ କରିବାରେ ବ୍ୟସ୍ତ ରହୁଛନ୍ତି। ଏପରି ସ୍ଥଳେ ନିର୍ବାଚନ ବୈତରଣୀ ପାର ପାଇଁ କଣ ସବୁ କରିବେ, କେଉଁ ସମସ୍ୟାର ସମାଧାନ କରିବେ ତଥା ଅଞ୍ଚଳବାସୀଙ୍କ ସ୍ୱାର୍ଥ, ହିତସାଧନ ପାଇଁ କେଉଁ ପଦକ୍ଷେପ ନେବେ ସେ ନେଇ ନିଜ ମତ ରଖୁଛନ୍ତି ପ୍ରାର୍ଥୀ । ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଅଞ୍ଚବାସୀଙ୍କ ହକ୍,ସ୍ବାର୍ଥ ପାଇଁ ବାକି ଥିବା ସମସ୍ତ କାମ କରିବେ ବୋଲି କହିଛନ୍ତି ପାରଳାଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ କେ.ନାରାୟଣ ରାଓ ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବି ଚତୁର୍ମୁଖୀ ଲଢେଇ । ବିଜେପିରୁ ମୈଦାନରୁ ଓହ୍ଲାଇଛନ୍ତି କେ.ନାରାୟଣ ରାଓ । ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ସହ ଦୀର୍ଘ ଦିନର ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ରଖିଛନ୍ତି । ଦଳର ସ୍ଥିତି ଭଲ ଥିବାରୁ ଆଗାମୀ ନିର୍ବାଚନରେ ସେ ଜିତିବାର ଆଶା ରହିଥିବା କଥା କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ବିଜୁ ଜନତା ଦଳରୁ ଟିକେଟ୍ ନମିଳିଥିବାରୁ ପୂର୍ବତନ ବିଧାୟକ କେ ନାରାୟଣ ରାଓ ଇସ୍ତଫା ଦେଇଥିଲେ । ଏହାସହ ବିଜେପିରେ ମିଶି ଏବେ ଦଳୀୟ ଟିକେଟରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ