ETV Bharat / state

ପୂର୍ବ ଶତ୍ରୁତାରୁ ଗାଁ ଦାଣ୍ଡରେ ଗଡିଲା ମୁଣ୍ଡ

author img

By

Published : Mar 20, 2022, 5:45 PM IST

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ମୋଟଙ୍ଗା ଗ୍ରାମରେ ଯୁବକଙ୍କୁ ହତ୍ୟା । ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

ଢେଙ୍କାନାଳରେ ଯୁବକଙ୍କୁ ହତ୍ୟା,  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ମୋଟଙ୍ଗା ଗ୍ରାମରେ ଯୁବକଙ୍କୁ ହତ୍ୟା । ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି । ଏପଟେ ଦୁଇ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝାରୁ ଚାପା ଉତ୍ତେଜନା ଗାଁରେ ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ପୋଲିସ ମୁତୟନ ହୋଇଛନ୍ତି ।

ତେବେ ଆଜି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଗାଁର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକ ହେଉଛନ୍ତି, ମୋଟଙ୍ଗା ଗ୍ରାମର ବିକାଶ ନାୟକ । ବିକାଶଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଅତି ବିଭତ୍ସ ଭାବେ ଗାଁ ଦାଣ୍ଡରେ ହତ୍ୟା କରାଯାଇଛି । ଏପଟେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ସେହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । ହୋଲି ଦିନ ରାତି ପ୍ରାୟ ୧୦ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ କହିଛି । ଏଥିସହ ହତ୍ୟାକାଣ୍ଡରେ ୧୦ଜଣ ସାମିଲ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସେହିପରି ହତ୍ୟାକାଣ୍ଡ ପରେ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି । ଗାଁରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ମୃତ ବିକାଶ ନାୟକ ମୋଟଙ୍ଗା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ଦୃଢ଼ ସମର୍ଥକ ଓ ବନ୍ଦ ହୋଇ ପଡ଼ିଥିବା ସ୍ଥାନୀୟ ରୁଙ୍ଗଟା କାରଖାନା ଶ୍ରମିକ ସଂଘର ସଭାପତି ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.