ETV Bharat / state

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ, ଭୁବନ ଥାନାରେ ଅଭିଯୋଗ

author img

By

Published : Oct 17, 2022, 7:36 AM IST

ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ଦୟାଣାବିଲି ଗ୍ରାମର ପ୍ରସିଦ୍ଧ ମା' ଦୁର୍ଗା ଏବଂ ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟ । ଭୁବନ ଥାନାରେ ଲିଖିତ ଅଭିଯୋଗ କଲେ ମନ୍ଦିର ମାଲିକ ଶିବ କଅଁର । ଅଧିକ ପଢ଼ନ୍ତୁ

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ, ଭୁବନ ଥାନାରେ ଅଭିଯୋଗ କଲେ ମନ୍ଦିର ମାଲିକ

ଢେଙ୍କାନାଳ: ଭୁବନ ଥାନା ଅନ୍ତର୍ଗତ ଦୟାଣାବିଲି ଗ୍ରାମର ପ୍ରସିଦ୍ଧ ମା' ଦୁର୍ଗା ଏବଂ ଶିବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ । ଗତ ଶନିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହିତ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ ଏନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ଦିର ମାଲିକ ଶିବ କଅଁର ।

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଦୟାଣାବିଲି ଗ୍ରାମରେ ଥିବା ମା' ଦୁର୍ଗା ଏବଂ ଶିବ ମନ୍ଦିର ଅନେକ ପ୍ରସିଦ୍ଧି ଲାଭ କରିଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁଙ୍କର ବିଭିନ୍ନ ସମୟରେ ଏହି ମନ୍ଦିରକୁ ସୁଅ ଛୁଟିଥାଏ । ତେବେ ଗତ ଶନିବାର ବିଳମ୍ବିତ ରାତିରେ ଏହି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି (ରବିବାର) ସକାଳେ ପୂଜକ ଆସି ମନ୍ଦିର କବାଟ ଖୋଲା ଥିବା ଦେଖିବା ପରେ ମନ୍ଦିର ମାଲିକଙ୍କୁ ଅବଗତ କରାଇଥିଲେ । ମନ୍ଦିର ମାଲିକଙ୍କ ସମେତ ଗ୍ରାମବାସୀମାନେ ଆସି କୌଣସି ଅଳଙ୍କାର ନଥିବା ଦେଖିବାକୁ ପାଇଥିଲେ । ତେବେ ଏନେଇ ମନ୍ଦିର ମାଲିକ ଶିବ କଅଁର ଭୁବନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.