ETV Bharat / state

Vigilance Scanner: ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ - ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ RWSSର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଅଧିକ ପଢନ୍ତୁ

vigilance raid
vigilance raid
author img

By

Published : Jan 7, 2023, 10:18 AM IST

Updated : Jan 7, 2023, 10:29 AM IST

vigilance raid

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଡିଭିଜନ RWSSର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁତୁରା ବିଜୟାନନ୍ଦ ସାହୁଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ୬ଟି ସ୍ଥାନରେ ରେଡ ମାରିଛି ଭିଜିଲାନ୍ସ ଟିମ । ଢେଙ୍କାନାଳ ଭିଜିଲାନ୍ସ କୋର୍ଟଙ୍କ ଓ୍ବାରେଣ୍ଟ ବଳରେ ଛାନଭିନ କରୁଛନ୍ତି ୫ ଡିଏସପି ୧୪ ଇନସ୍ପେକ୍ଟର ଓ ୨୮ଜଣ ଷ୍ଟାଫ ।

ଭୁବନେଶ୍ୱର ରାଇଗିଣିଆ ସ୍ଥିତ ମୋହନା ଦାସ ଏନକ୍ଲେଭର ପ୍ଲଟ ନମ୍ବର ME -19 ତିନି ମହଲା କୋଠା, ଖଣ୍ଡଗିରା ସ୍ଥିତ RWSSରେ ଥିବା ତାଙ୍କ ଅଫିସ ଚାମ୍ବର, ଢେଙ୍କାନାଳ ପରଜଙ୍ଗରେ ‌ଥିବା ଡିହଢୋଲ ଦୁଇ ମହଲା କୋଠା , ପଙ୍ଗତିରାରେ ଥିବା ଶ୍ବଶୁର ଘର ସହ ଅନୁଗୋଳ ଟାଉନ ଶୁଶୁଡାରେ ଥିବା ତିନି ମହଲା ଘର ଓ ଅନୁଗୋଳ ଟାଉନରେ ଥିବା ନାଲକୋ କ୍ୟାମ୍ପସରେ ଘରେ ରେଡ କରିଛି ଭିଜିଲାନ୍ସ ଟିମ । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ । ଛାନଭିନ ଜାରି ରହିଥିବା ବେଳେ ଏବେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 7, 2023, 10:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.