ETV Bharat / state

ଯୋରନ୍ଦା ମାଘ ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Feb 5, 2023, 8:00 PM IST

Updated : Feb 6, 2023, 11:32 AM IST

ଯୋରନ୍ଦା ମାଘ ମେଳାରେ କେନ୍ଦ୍ରମନ୍ତ୍ରୀ । ମହିମଗାଦୀ ରେ ମୁଖ୍ୟ ଗାଦି ମନ୍ଦିରରେ ଅଖଣ୍ଡ ଧୁନୀ ଦର୍ଶନ ସାଙ୍ଗକୁ ଜଗତର କଲ୍ୟାଣ ପାଇଁ କଲେ ପ୍ରାର୍ଥନା । ଅଖଣ୍ଡ ଜ୍ୟୋତି ଓ ବଡ଼ ମଠ ବୁଲି ଉଭୟ ମହିମା ସାଧୁଙ୍କୁ ଜଣାଇଲେ ଶୁଭେଚ୍ଛା । ଅଧିକ ପଢ଼ନ୍ତୁ

ଯୋରନ୍ଦା ମାଘ ମେଳାରେ କେନ୍ଦ୍ରମନ୍ତ୍ରୀ
ଯୋରନ୍ଦା ମାଘ ମେଳାରେ କେନ୍ଦ୍ରମନ୍ତ୍ରୀ
ଯୋରନ୍ଦା ମାଘ ମେଳା ଆଜି ଦ୍ୱିତୀୟ ଦିନରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: ଶୁକ୍ଳ ଚତୁର୍ଦଶିରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆଜି ଦ୍ୱିତୀୟ ଦିନରେ । ଆଜି ଢେଙ୍କାନାଲ ଗ୍ରସ୍ତ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋରନ୍ଦା ମାଘ ମେଳା ବୁଲିଛନ୍ତି । ଯୋରନ୍ଦା ମହିମା ଗାଦିରେ ପହଞ୍ଚି ପ୍ରଥମେ ମୁଖ୍ୟ ମନ୍ଦିର ଗାଦି ମନ୍ଦିର ଯାଇଥିଲେ ଧର୍ମେନ୍ଦ୍ର । ସେଠାରେ ଶୂନ୍ୟ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇ ଆଶିଷ ଭିକ୍ଷା କରିଥିଲେ । ପରେ କୌପୁନୀଧାରୀ ମହିମା ସମାଜର ଜ୍ୟୋତୀ ମନ୍ଦିର ଚତୁଃପାଶ୍ୱର୍ରେ ବେଢ଼ା ପରିକ୍ରମା କରି ଶୂନ୍ୟ ମହାପ୍ରଭୁଙ୍କ ସମେତ ସାଧୂଙ୍କ ସହ ଆଲୋଚନା କରିଥିଲେ । ଶେଷରେ ବକଳଧାରୀ ମହିମା ସାଧୂଙ୍କ ବଡ଼ ମଠ ଭିତରକୁ ଯାଇ ବକଳଧାରୀ ସାଧୂଙ୍କ ସହ ମଧ୍ୟ ଆଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ । ଯୋରନ୍ଦା ମାଘ ମେଳା ଅବସରରେ ଗାଦିର ଉଭୟ ଗୋଷ୍ଠୀର ମହିମା ସନ୍ନ୍ୟାସୀଙ୍କୁ ବୃହତ ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ।

ମାଘ ମେଳା ଅବସରରେ ଆସିବାର ସୌଭାଗ୍ୟ ଅର୍ଜନ କରିଥିବାରୁ ନିଜକୁ ସୌଭାଗ୍ୟବାନ ମନେ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମହିମା ସ୍ୱାମୀଙ୍କ ଦ୍ୱାରା ସମାଜର ବଞ୍ଚିତ ବର୍ଗଙ୍କୁ ଏକଜୁଟ କରିବା ସହିତ ସନ୍ଥକବି ଭୀମଭୋଇଙ୍କ ରଚନା ଓ ସାହିତ୍ୟ ମାଧ୍ୟମରେ ସମାଜରେ ଏକତା ଆଣିବାରେ ଏହା ଏକ ଅନନ୍ୟ ପରମ୍ପରା ବୋଲି କହିଛନ୍ତି ଧର୍ମେନ୍ଦ୍ର । ଲକ୍ଷାଧିକ ଭକ୍ତ ଏହି ମାଘମେଳା ପାଇଁ ଏକାଠି ହୁଅନ୍ତି ଓ ମହିମା ଗୋସାଇଁଙ୍କ ତତ୍ତ୍ୱ ଉପରେ ଆସ୍ଥା ମଧ୍ୟ ପ୍ରକଟ କରନ୍ତି ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମାଘ ମେଳାର ଦ୍ବିତୀୟ ସନ୍ଧ୍ୟାରେ ପ୍ରଜ୍ଜ୍ବଳିତ ହୋଇଛି ଝାଡ଼ ଦୀପ । ମହିମା ସାଧୁମାନେ ଶିଷ୍ୟତ୍ବ ପ୍ରଦାନ କରିବା ସହ ତାଙ୍କ ଶିଷ୍ୟଙ୍କୁ କୌପୁନୀ ଓ ବକ୍କଳ ପରିଧାନ କରାଇଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦୀକୁ ଆସିଛନ୍ତି । ତେବେ ପରମ୍ପରା ମୁତାବକ ସନ୍ଧ୍ୟା ପରଠାରୁ ମହିମା ସାଧୁମାନେ ଗାଦି ମନ୍ଦିର ଚାରି ଦ୍ୱାରରେ ଝାଡ଼ ଦୀପ ପ୍ରଜ୍ବଳନ କରିଛନ୍ତି । ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ମହିମା ସାଧୁମାନେ ଝାଡ଼ଦୀପରେ ମହଣମହଣ ଘୃତାହୁତି କରିଛନ୍ତି । ସାଧୁ ଓ ଭକ୍ତଙ୍କ ଅଲେଖ ମହିମା ଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଛି ।

ତେବେ ଶନିବାରଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଚଳିତ ବର୍ଷ ବିନା କୋଭିଡ କଟକଣାରେ ଯୋରନ୍ଦା ମେଳା ଆରମ୍ଭ ହୋଇଛି । ସକାଳୁସକାଳୁ ଚଳଚଞ୍ଚଳ ହୋଇ ଉଠିଛି ଢେଙ୍କାନାଳର ଯୋରନ୍ଦା ମହିମା ଗାଦି । ମେଳା ପାଇଁ ଦେଶର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାକୁମାନଙ୍କ ସୁଅ ଛୁଟିଛି । ୫ରୁ ୬ ଦିନ ଧରି ମହିମା ଗାଦିରେ ଜାରି ରହିବ ଯୋରନ୍ଦା ମେଳା । ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 6, 2023, 11:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.