ETV Bharat / state

ଢେଙ୍କାନାଳରେ ପ୍ରତିଷ୍ଠା ହେବ CUF ଅଏଲ ଡିପୋ, ଆଜି ଭୂମିପୂଜନ

author img

By

Published : Aug 28, 2021, 1:22 PM IST

ଢେଙ୍କାନାଳ ସଦାଶିବପୁର ଠାରେ ୪୨ ହଜାର କିଲୋଲିଟର କ୍ଷମତା ବିଶିଷ୍ଟ କମନ ୟୁଜର୍ସ ପେଟ୍ରୋଲିୟମ ଫାସିଲିଟି ବା ଅଏଲ ଡିପୋ ପ୍ରତିଷ୍ଠା ହେବ । ଧର୍ମେନ୍ଦ୍ର ପ୍ରଧାନ କରିବେ ଭୂମିପୂଜନ । ଅଧିକ ପଢନ୍ତୁ...

ଢେଙ୍କାନାଳରେ ପ୍ରତିଷ୍ଠା ହେବ CUF ଅଏଲ ଡିପୋ
ଢେଙ୍କାନାଳରେ ପ୍ରତିଷ୍ଠା ହେବ CUF ଅଏଲ ଡିପୋ

ଢେଙ୍କାନାଳ: ଜିଲ୍ଲାରେ ପ୍ରତିଷ୍ଠା ହେବ CUF ଅଏଲ ଡିପୋ ବା କମ୍ନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି । ଆଜି(ଶନିବାର) ଢେଙ୍କାନାଳ ସଦାଶିବପୁର ଠାରେ ଶିଳାନ୍ୟାସ ଅବସରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଡିପୋର ଭୂମିପୂଜନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଢେଙ୍କାନାଳରେ ପ୍ରତିଷ୍ଠା ହେବ CUF ଅଏଲ ଡିପୋ

ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଠାରେ ୪୨ ହଜାର କିଲୋଲିଟର କ୍ଷମତା ବିଶିଷ୍ଟ ଏକ କମନ ୟୁଜର୍ସ ପେଟ୍ରୋଲିୟମ ଫାସିଲିଟି ବା ଅଏଲ ଡିପୋ ପ୍ରତିଷ୍ଠା ହେବାକୁ ଯାଉଛି । ଆଜି ଏହାର ଭୂମିପୂଜନ ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହାର ଶିଳାନ୍ୟାସ କରିବେ ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଶ୍ରମ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି, ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ସ୍ଥାନୀୟ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.