ETV Bharat / state

୨ ଦିନ ପରେ କେନାଲରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

author img

By

Published : Nov 6, 2021, 9:21 PM IST

Updated : Nov 6, 2021, 10:19 PM IST

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ପାଖ ରେଙ୍ଗାଳୀ ବାମପାର୍ଶ୍ଵ କେନାଲ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । ୨ ଦିନ ପୂର୍ବରୁ ଏକ କାର ସହିତ ସେ ନିଖୋଜ ହୋଇଯାଇଥିଲେ । ଅଧିକ ପଢନ୍ତୁ...

୨ ଦିନ ପରେ କେନାଲରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
୨ ଦିନ ପରେ କେନାଲରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: କାର ସହ ୨ ଦିନ ପରେ କେନାଲ ପାଣିରୁ ଠାବ ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ପାଖ ରେଙ୍ଗାଳୀ ବାମପାର୍ଶ୍ଵ କେନାଲ ଭିତରୁ ଏହି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଡ୍ରାଇଭର ଜଣଙ୍କ ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନସ୍ଥ ଝରଣାବାହାଳ ଗାଁର ଅନନ୍ତ ସିଂହ । ଅନନ୍ତ ଗତ ୪ ତାରିଖ ଦିନ ସକାଳ ୯ ଟା ବେଳେ କାର ନେଇ ଯାଇଥିଲେ, ହେଲେ ଆଉ ଘରକୁ ଫେରିନଥିଲେ ।

ଏନେଇ ୫ ତାରିଖ ଦିନ କୁଲେଇ ଗାଁର କାର ମାଲିକ ପ୍ରମୋଦ ସାହୁ ଦଦରାଘାଟି ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଚାରିଆଡେ ଖୋଜାଖୋଜି ଜାରି ରଖିଥିଲା । ଆଜି(ଶନିବାର) କୁଲେଇ ଗାଁ କେନାଲ ନିକଟରେ ଲୋକଙ୍କ ସନ୍ଦେହ ହେବାରୁ କେନାଲ ଭିତରୁ ଖୋଜାଖୋଜି କରି କାର ସହିତ ଡ୍ରାଇଭରଙ୍କ ମୃତଦେହ ପାଇଥିଲେ । ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି । ଏହି କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ କେନାଲ ଭିତରକୁ ଖସି ପଡିଥିବା ସନ୍ଦେହ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Nov 6, 2021, 10:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.